Advertisment

KIIT University: କିଟ୍ କେଳେଙ୍କାରୀ: ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍, IRO ଅଫିସରଙ୍କୁ ଘାଣ୍ଟୁଥିବା ସୂଚନା

କିଟ୍ କେଳେଙ୍କାରୀ ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ କାଣ୍ଡର ସରଜମିନ୍ ଖୋଳତାଡ଼ ।

ଅଦ୍ୟତନ ହୋଇଛି
undefined

କିଟ୍‌ରେ ଘାଣ୍ଟୁଛି NHRC ଟିମ୍‌

Advertisment

ସାରାଦେଶକୁ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଲଜ୍ଜିତ କରିଥିବା କିଟ୍ କେଳେଙ୍କାରୀକୁ ନେଇ ଉଦବେଗ ଥମିବାର ନାଁ ନେଉନି । ଘଟଣାକୁ ଅତି ଗୁରୁତ୍ବର ସହ ନେଇଥିବା ଜାତୀୟ ମାନବାଧିକାର କମିଶନଙ୍କ ଏକ ଟିମ୍ ଆଜି କିଟ୍ ଆସି ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇ କମିଶନ୍ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଘଟଣାକୁ ନେଇ ଯିଏ ବି ଚାହିଁବେ ଟିମ୍‌କୁ ଭେଟି ତଥ୍ୟ ରଖି ପାରିବେ ।

Advertisment

କିଟ୍ କେଳେଙ୍କାରୀ ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ କାଣ୍ଡର ସରଜମିନ୍ ଖୋଳତାଡ଼ । ଜାତୀୟ ମାନାବାଧିକାର କମିଶନଙ୍କ ଲ' ରେଜିଷ୍ଟ୍ରାର ଯୋଗିନ୍ଦର ସିଂଙ୍କ ନେତୃତ୍ବରେ ଏକ ଟିମ୍ କିଟ୍ କ୍ୟାମ୍ପସରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଛି ତନାଘନା ।

ଅଧିକ ପଢ଼ନ୍ତୁ: ଧୋଇଦେଲେ ଅମର, ଲୋକ ମୁହଁ ମୋଡିଦେଲା ପରେ ଖୋଜୁଛନ୍ତି ବିଜୁ ଲିଗାସୀ

ମିଳିଥିବା ସୂଚନା ଅନୁସାରେ ଟିମ୍ ପ୍ରଥମେ କିଟର ଇଣ୍ଟରନ୍ୟାସନାଲ୍ ରିଲେସନ୍ ଅଫିସର-IROଙ୍କୁ ଘାଣ୍ଟୁଛି । ମୃତ ନେପାଳୀ ଛାତ୍ରୀ ଜଣଙ୍କ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁ ଅଦ୍ବିକ ଶ୍ରୀବାସ୍ତବଙ୍କ ଦ୍ବାରା ନିର୍ଯାତିତ ହୋଇ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ବି କାହିଁକି ତାଙ୍କ ଅଭିଯୋଗକୁ ଅଣଦେଖା କରାଯାଇଥିଲା ? କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ IROଙ୍କୁ ସେନେଇ ପଚରା ଉଚରା ହୋଇଛି

Advertisment

ସେହିପରି ମୃତଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍ ଅଧିକାରୀ ଏବଂ ସୁରକ୍ଷାକର୍ମୀଙ୍କ ମାରପିଟ, କେବଳ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲକୁ ସାଇନ ଏ ଡାଏ ଘୋଷଣା କରାଯିବା, ଦେଶ ନାଁ ନେଇ ସେମାନଙ୍କୁ ଗାଳିଗୁଲଜ ଓ କଟୁ ମନ୍ତବ୍ୟ ଦିଆଯିବା, ପରିଶେଷରେ ସେମାନଙ୍କୁ ଜୋର ଜବରଦସ୍ତ ଗାଡ଼ିରେ ନେଇ କଟକ ରେଲୱେ ଷ୍ଟେସନରେ ଛାଡ଼ିଦିଆଯିବା ଭଳି ଅପରିଣାମଦର୍ଶୀ ନିଷ୍ପତ୍ତି ପଛରେ କିଏ, କାହିଁକି ଏବଂ କାହା ନିର୍ଦ୍ଦେଶରେ ଏସବୁ ଜଘନ୍ୟକାଣ୍ଡ ହେଲା ସେ ନେଇ କିଟର ରେଜିଷ୍ଟ୍ରାର ଓ ୱାଡେନଙ୍କୁ ମଧ୍ୟ ପଚରାଉଚରା ଚଳାଇଛନ୍ତି NHRC ଟିମ୍ । ତଦନ୍ତ ସାରି ଆସନ୍ତା ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ଟିମଙ୍କୁ ଏନଏଚଆରସିର ନିର୍ଦ୍ଦେଶ ରହିଛି ।

NHRCର ଏ ସରଜମିନ୍ ତଦନ୍ତ ଭିତରେ ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇ କମିଶନ୍ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, କିଟ୍ ଛାତ୍ର ହୁଅନ୍ତୁ କି ସାଧାରଣ ଲୋକ, ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରବର୍ତ୍ତୀ କାଣ୍ଡ ସଂପର୍କରେ ଯିଏ ବି ଚାହିଁବେ ଟିମ୍‌କୁ ଭେଟି ତଥ୍ୟ ରଖି ପାରିବେ। ଯାହା ତଦନ୍ତକୁ ଆଗକୁ ନେବାରେ ସହାୟକ ହୋଇପାରିବ।

Advertisment

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ତଥା ଭାରତର ଛବିକୁ ମଳିନ କରିଥିବା କିଟ୍ କାଣ୍ଡକୁ ୟା ଭିତରେ ପାଖାପାଖି ୨୦ ଦିନ ବିତିଗଲାଣି । କେବଳ ତଦନ୍ତ ପରେ ତଦନ୍ତ ଚାଲିଛି । ପୂର୍ବରୁ ରାଜ୍ୟ ସରକାରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଘଟଣାସ୍ଥଳକୁ ଯାଇଁ ତଦନ୍ତ କଲେ। ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଏକାଧିକ କିଟ୍ କର୍ମଚାରୀଙ୍କ ବୟାନ ବି ରେକର୍ଡ ହେଲା । ହେଲେ କାର୍ଯ୍ୟାନୁଷ୍ଠାନ କ’ଣ ହେଲା, କିଟରୁ ବିଦା ହୋଇଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେଜଣ ଫେରିଲେଣି, ସେନେଇ କିଛି ବି ସ୍ପଷ୍ଟ ସୂଚନା ନାହିଁ । ଏଭଳି ସ୍ଥିତିରେ ଜାତୀୟ ମାନାବାଧିକାର କମିଶନଙ୍କ ଏ ତଦନ୍ତରୁ କି ସୁଫଳ ମିଳୁଛି, ଏବେ ତା ଉପରେ ନଜର ।

ଅଧିକ ପଢ଼ନ୍ତୁ: ‘ସ୍କୁଲ୍ ରଙ୍ଗ ନୁହେଁ, ବିଜେଡି ରଙ୍ଗ ବଦଳାଇଛୁ’: ଗଣଶିକ୍ଷା ମନ୍ତ୍ରୀ

Bhubaneswar NHRC KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ