• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଲଗାମ ଛଡ଼ା କିଟ୍‌ର କିଛି ଛାତ୍ରଛାତ୍ରୀ ! କର୍ତ୍ତୃପକ୍ଷଙ୍କ ବି ନାହିଁ ନିଘା ! ଏମିତି କିଛି ପିଲା ଅଛନ୍ତି ସେମାନଙ୍କୁ ଘାରୁଛି ପ୍ରେମ । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ସଂଧ୍ୟା ହେଲେ ରାସ୍ତାରେ ପରିବାର ସହ ଯାଇହେଉନି । କିଟ୍‌ କ୍ୟାମ୍ପସ ନିକଟରେ ନିଶା କାରବାର ହେଉଥିବାର ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଛି । ପୋଲିସ୍ ଅନେକ ଥର ରେଡ୍ ବି କରିଛି । ବେଳେ ବେଳେ କିଛି ପିଲାଙ୍କୁ ବି ଧରିଛି । ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋଧହୁଏ କିଛି ବି କଟକଣା କିଟ୍‌ କର୍ତ୍ତୃପକ୍ଷଙ୍କର ଥିବା ସ୍ଥାନୀୟ ଲୋକମାନେ ଅନୁଭବ କରିପାରୁନାହାନ୍ତି । ତେବେ ସେମାନେ କହୁଛନ୍ତି, ଆମେ କହିପାରୁନୁ କି ସହିପାରୁନୁ । 

 ଏବେ ଯାଇଛି ଜଣେ ନେପାଳୀ ଛାତ୍ରୀଙ୍କ ଜୀବନ । ପ୍ରେମ ନିଶା ଗଳାରେ ଫାଶ ସାଜି ଜୀବନ ନେଇଛି । ଏହି ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖାଦେବାରୁ ହଜାରରୁ ଅଧିକ ନେପାଳୀ ଛାତ୍ରଛାତ୍ରୀଙ୍କୁ ସମୂହ ସସ୍ପେଣ୍ଡ କରିଥିଲା କିଟ୍ ବିଶ୍ୱବିଦ୍ୟାଳୟ। ଏହି ଘଟଣା ଏବେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ନିନ୍ଦିତ କରିଥିବା ଅନେକ ମତ ଦେଉଛନ୍ତି ।  

ଅଧିକ ପଢ଼ନ୍ତୁ: ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବେଗ ପରେ ଏମିତି ଅପିଲ୍ କଲେ କିଟ୍ କର୍ତ୍ତୃପକ୍ଷ

ପ୍ରେମ ବ୍ୟାପାରକୁ ନେଇ ଜୀବନ ହାରିଛନ୍ତି ନେପାଳର ଜଣେ ଛାତ୍ରୀ । ଧୋକାବାଜ୍‌ ପ୍ରେମିକ, ଛାତ୍ରୀଙ୍କ ସହ କିଛି ଅନ୍ତରଙ୍ଗ ସମୟ ବିତାଇବା ପରେ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ଫଳରେ ଜୀବନ ହାରିଛନ୍ତି ଛାତ୍ରୀ । କୁହାଯାଉଛି, ପ୍ରେମିକ ଜଣକ ସେହି କ୍ୟାମ୍ପସର ଛାତ୍ର। ନିଶା କରବାର ନେଇ ତାଙ୍କ ନାଁରେ ରହିଛି ବହୁ ଅଭିଯୋଗ । ପ୍ରେମିକର ଟାର୍ଗେଟ୍‌ରେ ରହୁଥିଲେ ନୂଆ ନୂଆ ଝିଅ । ସେମାନଙ୍କୁ ଫସାଇ ତାଙ୍କ ମାଧ୍ୟମରେ ନିଶା କାରବାର କରୁଥିବା ଅଭିଯୋଗ ରହିଛି ପ୍ରେମିକ ନାଁରେ । 

ସେପଟେ ପ୍ରେମିକା ପଞ୍ଜିକା ଏବେ ପୋଲିସ ହାତରେ ଲାଗିଛି । ମୃତ ଛାତ୍ରୀଙ୍କ ମୋବାଇଲ୍, ଲାପଟପ୍ ଏବଂ କିଛି ଡିଜିଟାଲ ପ୍ରମାଣପତ୍ରରୁ ଧରାପଡ଼ିଛି ପ୍ରେମିକର କାରବାର । ଆଉ ଏବେ ପୋଲିସ କରୁଛି ପୁଙ୍ଖାନୁପୁଙ୍ଖ ତଦନ୍ତ। 

ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ବାପା ମା’ କିଟ୍ ଉପରେ ଭରସା ରଖିଛନ୍ତି । ପାଣି ପରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଛାତ୍ରଛାତ୍ରୀଙ୍କୁ ଘାରୁଛି ଡ୍ରଗ୍ସ ଓ ପ୍ରେମ ନିଶା । ଏବେ ଗୋଟିଏ ଛାତ୍ରୀଙ୍କ ଜୀବନ ଚାଲିଗଲା ତା’ ନୁହେଁ ବିଗତ ଦିନରେ ଏଭଳି ସଂଗୀନ ଅଭିଯୋଗ ଆସିଛି କିଟ୍‌ ବିରୋଧରେ । ହେଲେ ଏତେ ବଡ଼ ଅନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନର ହଷ୍ଟେଲରେ SOP ରହିଛି କି ନାହିଁ ତା’ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । ଏ ସଂପର୍କରେ କିଟ କର୍ତ୍ତୃପକ୍ଷ କି ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । 

ଅଧିକ ପଢ଼ନ୍ତୁ: ‘ମୋ ଝିଅ ସହ ଯାହା ହେଲା, ଅନ୍ୟ କାହା ସହ ଏମିତି ନ ହେଉ’

OTV is now on Whatsapp

Join and get latest news update delivered to you via whatsapp

Join Now