Advertisment

Jagannath Temple Inside Video Goes Viral: ସବୁ ନିୟମକୁ ଫୁ’: ପ୍ରଶାସନ-ପୋଲିସକୁ ଖୋଲା ଚ୍ୟାଲେଞ୍ଜ; ପୁଣି ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ଭାଇରାଲ

ଗରୁଡ ସ୍ତମ୍ଭ ପାଖରୁ ଗର୍ଭ ଗୃହର ଫଟୋ ଏବଂ କୀର୍ତ୍ତନ ଚକଡାର ଫଟୋ ଉଠାଯାଇ ଭାଇରାଲ କରାଯାଇଛି। ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ଭକ୍ତ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
Jagannath Temple Inside Video Goes Viral

Jagannath Temple Inside Video Goes Viral

Advertisment

ପୁଣି ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ଭାଇରାଲ। ଗରୁଡ ସ୍ତମ୍ଭ ପାଖରୁ ଗର୍ଭ ଗୃହର ଫଟୋ ଏବଂ କୀର୍ତ୍ତନ ଚକଡାର ଫଟୋ ଉଠାଯାଇ ଭାଇରାଲ କରାଯାଇଛି। ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ଭକ୍ତ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ମୋବାଇଲ ଭିତରକୁ ନେଇ ନାଟମଣ୍ଡପରେ ଥାଇ ଫଟୋ ଉଠାଇଥିବା ଜଣାପଡିଛି। କୀର୍ତ୍ତନ ଚକଡାର ଫଟୋ ସହ ପତିତପାବନ ନିକଟରେ ଠିଆହୋଇ ଏକ ଫଟୋ ଚିତ୍ର ଉଠାଇ ତାକୁ ତାକୁ ପୋଷ୍ଟ କରିଛନ୍ତି। ମୋବାଇଲ ଉପରେ କଟକଣା ରହିଥିଲେ ମଧ୍ୟ ବାରାମ୍ବାର ଏହି ଭଳି ଶ୍ରୀମନ୍ଦିରର ଫଟୋ ଭାଇରାଲ ହେଉଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି କଡ଼ା ସୁରକ୍ଷା ବଳୟ ଭିତରେ କେମିତି ଭିତରକୁ ଗଲା ମୋବାଇଲ ? ଭିଡ଼ିଓ କଲା ବେଳେ କେମିତି ଜାଣିପାରିଲେନି ପୋଲିସ ? ନା ସବୁ ଜାଣିଶୁଣି ଚୁପ୍‌ କି ପ୍ରଶାସନ ? 

ଅଧିକ ପଢ଼ନ୍ତୁ: ଓଡ଼ିଶା ମାଟିତଳେ ମୂଲ୍ୟବାନ ଲିଥିୟମ; ନୟାଗଡ଼ ଜିଲ୍ଲାରେ ମିଳିଲା ସଙ୍କେତ !

Advertisment

ନିକଟରେ ସବୁ ନିୟମକୁ ଫୁ’ କରି, ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଥିଲା ଡ୍ରୋନ୍। ଶହ ଶହ ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିରର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡିଓ ଶୁଟ୍ କରାଯାଇଥିଲା। ନୋ ଫ୍ଲାଇଂ ଜୋନ୍ ସତ୍ତ୍ୱେ ଅଧ ଘଣ୍ଟା ଧରି ଶ୍ରୀମନ୍ଦିର ପରିସର ଓ ଆଖପାଖରେ ଏକ ଡ୍ରୋନ ଘୂରି ବୁଲିବା ପରେ ବି ପୋଲିସ୍ କି ପ୍ରଶାସନ କେହି ନା ଜାଣିପାରିଲେ ନା ଏବେ ଯାଏଁ ଅଭିଯୁକ୍ତଙ୍କୁ ଧରିପାରିଲେ। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଥିଲା।

ସେଦିନର ଘଟଣା କଣ ଥିଲା ?

ସମୟ ଭୋର୍ ପ୍ରାୟ ୪ଟା ୧୦ ମିନିଟ୍, ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ଖୋଲିବା ପୂର୍ବରୁ ବାହାରେ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ। ଆଉ ଠିକ୍ ଏହି ସମୟରେ ସିଂହଦ୍ୱାର ସମ୍ମୁଖ ଦୋଳମଣ୍ଡପ ସାହିରୁ ଉଡ଼ିଆସିଥିଲା ଏକ ଡ୍ରୋନ। ଶ୍ରୀମନ୍ଦିର ମେଘନାଦ ପାଚେରୀ, ଦଧିନଉତି, ନୀଳଚକ୍ର ସବୁଠି ଅଟକି ଅଟକି ଭିଡିଓ ଶୁଟ୍ କରିଲା। ଏମିତିକି ତଳକୁ ଓହ୍ଲାଇ ବି ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଥିଲା। ଏସବୁକୁ ବାହାରେ ଥିବା ଶ୍ରଦ୍ଧାଳୁ ଦେଖିଥିଲେ ଓ ନିଜ ଫୋନରେ ରେକର୍ଡିଂ ବି କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ। ହେଲେ ନା ପୋଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି।

Advertisment

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ରହସ୍ୟ; CBI ତଦନ୍ତ ପାଇଁ ଲେଖିକି ଦେବେ ଦୀପାଳି

Puri Jagannath Temple Puri Jagannath Temple Viral Video Security
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ