• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନାବାଳକଙ୍କୁ ବାବା ସଜେଇବା ଘଟଣାରେ ଆଗକୁ ବଢିଲା ତଦନ୍ତ ପ୍ରକ୍ରିୟା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜୋରଦାର ହେଲା ଖୋଳତାଡ଼ । ଭୁବନେଶ୍ୱରର ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ପହଞ୍ଚିଛି ସାଧାରଣ ପ୍ରଶାସନର ଟିମ୍ । ସାଧାରଣ ପ୍ରଶାସନ ସହ BDAର ୮ ଜଣିଆ ଟିମ୍‌ ଖୋଳତାଡ଼ ଆରମ୍ଭ କରିଛନ୍ତି । ବୈକୁଣ୍ଠଧାମ ଆଶ୍ରମର ଜାଗାକୁ ନେଇ ମଧ୍ୟ ମାପଚୁପ୍ କରାଯାଇଛି । ଏନେଇ GA ଡିପାର୍ଟମେଣ୍ଟ ଆସିଷ୍ଟାଣ୍ଟ ଡାଇରେକ୍ଟର କହିଛନ୍ତି ବର୍ତ୍ତମାନ GA, BDA ଏବଂ ତହସିଲ ତରଫରୁ ସର୍ଜମିନ ତଦନ୍ତ ହୋଇଛି ।

ଯେଉଁ ସ୍ଥାନରେ ଆଶ୍ରମ ଅଛି ତାହା ସରକାରୀ ଜମି ନା ସ୍ଥିତିବାନ ଜମି ସେ ନେଇ ତଦାରଖ କରିଛୁ । ପ୍ରାଥମିକ ତଦନ୍ତରେ ଯାହା ଦେଖିଲୁ ସେ ଜମି ସରକାରୀ ଜମି ଆସିପାରେ । ମାପଚୁପ ଶେଷ ହୋଇଛି । ଏହା ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ । ଯଦି ସରକାରୀ ଜମିରେ ଆଶ୍ରମ ହୋଇଥିବ ତେବେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ ଧାମରେ ତଦନ୍ତ କରାଯାଇଛି । ଆଶ୍ରମରେ ତହସିଲ୍, ବିଡିଏ ଓ BMCର ମିଳିତ ୮ ଜଣିଆ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ସେପଟେ ବୈକୁଣ୍ଠ ଆଶ୍ରମ ନିକଟରେ ଆଉ ଏକ ତିନି ମହଲା ଘର ବି ଠାବ ହୋଇଛି । କୁହାଯାଉଛି ଏହି ଘରେ ବାହାରୁ ଆସୁଥିବା ଭକ୍ତ ଓ ଅନୁଗାମୀଙ୍କୁ ରଖାଯାଉଥିଲା। ବିଶେଷ ଭାବେ ବିଦେଶୀ ଭକ୍ତ ଏଠି ରହୁଥିଲେ ।

ଅଧିକ ପଢ଼ନ୍ତୁ:ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି

ନାବାଳକଟିକୁ ବାବା ଦର୍ଶାଇ ଖଣ୍ଡଗିରି ବୈକୁଣ୍ଠ ଆଶ୍ରମରେ ଭାଣ୍ଡାମୀ ଅଭିଯୋଗ ମାମଲାରେ ନୂଆମୋଡ଼ । ଯେଉଁ ନାବାଳକ ପୁଅକୁ ବିଷ୍ଣୁଙ୍କ ଅବତାର କହୁଥିଲେ ଆଶ୍ରମ ମୁଖ୍ୟ ଏବଂ ଅନୁଗତ, ଗତକାଲି ସାମ୍ନାକୁ ଆସି ଏହାକୁ ଖଣ୍ଡନ କରିଥିଲେ ତାଙ୍କ ବାପା । କହିଥିଲେ, ମୋ ପୁଅ ଠାକୁର ନୁହେଁ। ତେବେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମରେ ତଥାକଥିତ ନାବାଳକ ବାବା ପ୍ରସଙ୍ଗରେ ବାସ୍ତବତା କ’ଣ ? ଟିକି ପିଲାଟିକୁ କିଏ ସଜାଇଥିଲା ବିଷ୍ଣୁଙ୍କ ଅବତାର ? କାହିଁକି ଓ କେଉଁ ପରିସ୍ଥିତିରେ ଭଗବାନ ଆଖ୍ୟା ଦିଆଯାଇଥିଲା ପାଠ ପଢ଼ୁଆ ନାବାଳକଟିକୁ ?

ସେପଟେ ଗତକାଲି ବି ଆଶ୍ରମରେ ହଲାପଟା...ଠେଲାପେଲା...ବାକବିତଣ୍ଡା ଦେଖିବାକୁ ମିଳିଥିଲା । ପୂର୍ବାହ୍ନରେ କିଛି ସ୍ଥାନୀୟ ଲୋକେ ଆଶ୍ରମ ତାଲା ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମବେଳେ ଉପୁଜିଥିଲା ଉତ୍ତେଜନା ପରିସ୍ଥିତି । ଆଶ୍ରମରେ ଥିବା ଅନ୍ତେବାସୀଙ୍କ ମଧ୍ୟରୁ କିଏ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ ତ ଆଉ କିଏ ଗଣମାଧ୍ୟମ ପ୍ରତିନିଧିଙ୍କ ବାଟ ଓଗାଳିବାକୁ ଚେଷ୍ଟା କରୁଥିଲେ। ଆଉ ଏହି ମୁହାଁମୁହିଁ ସ୍ଥିତି ଭିତରେ ସାମ୍ନାକୁ ଆସିଥିଲା ସେହି ଚର୍ଚ୍ଚିତ KTM ବାଇକ୍। ଯେଉଁ ବାଇକରେ ବସି କୁଆଡ଼େ ତଥାକଥିତ କଲକୀ ଅବତାରୀ ବାବା ଯାଉଥିଲେ ପାଠପଢ଼ି । କେବଳ ଏତିକି ନୁହେଁ, ଏକ ଦାମୀ କାର୍ ବି ଦେଖିବାକୁ ମିଳିଥିଲା । ଏପଟେ ଗତକାଲି ବୈକୁଣ୍ଠଧାମ ଆଶ୍ରମର ସଭାପତିଙ୍କ ଦେଖା ଦର୍ଶନ ମିଳି ନଥିଲେ ବି ଅନୁଗାମୀମାନେ କିନ୍ତୁ ବାବାଙ୍କ ଅଲୌକିକତାରେ ମୁଖର ।

ଅଧିକ ପଢ଼ନ୍ତୁ:ଯନ୍ତ୍ରୀଙ୍କ ଘରୁ ମିଳିଲାଣି ୧ କେଜି ସୁନା, ନଗଦ ୧୩ ଲକ୍ଷ ଟଙ୍କା

OTV is now on Whatsapp

Join and get latest news update delivered to you via whatsapp

Join Now