Advertisment

Ratna Bhandar Row: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି

କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇ ନ ଥିଲା । କାର୍ତ୍ତିକ ମାସ ଶେଷ ହୋଇଥିବାରୁ ଏଏସ୍‌ଆଇ ମରାମତି ଆରମ୍ଭ କରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Counting of Ratna Bhandar Jewels to Be Completed by January End

ଜାନୁଆରୀ ଶେଷ ସୁଦ୍ଧା ସରିବ ଗଣତି ମଣତି

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବ । ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ମଣତି କାମ ଶେଷ ହେବ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇ ନ ଥିଲା । କାର୍ତ୍ତିକ ମାସ ଶେଷ ହୋଇଥିବାରୁ ଏଏସ୍‌ଆଇ ମରାମତି ଆରମ୍ଭ କରିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ମେଘନାଦ ପାଚେରୀ କାମ ଚାଲିଛି । ଶୁଖିଲା ପରେ ମରାମତି କାର୍ଯ୍ୟ ଆହୁରି ଆଗେଇବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Advertisment

ରତ୍ନଭଣ୍ଡାର ସମ୍ପର୍କରେ ଏହା ପୂର୍ବରୁ ମଧ୍ୟ ବଡ଼ ବୟାନ ଦେଇଥିଲେ ଆଇନ ମନ୍ତ୍ରୀ । GPR ସର୍ଭେର ଚୁଡ଼ାନ୍ତ ରିପୋର୍ଟ ଖୁବଶୀଘ୍ର ଆସିବ । ପ୍ରାଥମିକ ଆଲୋଚନାରୁ ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ ବୋଲି ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ। ସେ କହିଥିଲେ ପ୍ରାଥମିକ ଆଲୋଚନରୁ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରୀ ନଥିବା ଜଣାପଡ଼ିଛି । ତେବେ ଆମେ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ।

ଅଧିକ ପଢ଼ନ୍ତୁ:ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ, ଏକକାଳୀନ ୧୦ଟି ସ୍ଥାନରେ ଚଢାଉ

Advertisment

ସେହିପରି ରତ୍ନଭଣ୍ଡାର ମଧ୍ୟରେ ଫାଟ ରହିଥିବା ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । ତେବେ କାର୍ତ୍ତିକ ମାସ ପରେ ଏକ ମାସ ଧରି ASI ରତ୍ନଭଣ୍ଡାରର କାମ କରିବ । ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ । ତେବେ ପୁରୁଣା ତାଲିକା ସହ ମ୍ୟାଚ୍‌ କରାଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୧୮ ତାରିଖରେ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯାଇଥିଲା । ରତ୍ନ ଭଣ୍ଡାର ତଦାରଖ କରି ଫେରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଲେଜର ସ୍କାନିଂ ହୋଇଥିଲା । ଏଏସଆଇ ଏଡିଜି ଜାନ୍ ଭିଜ୍ ଶର୍ମାଙ୍କ ନେତୃତ୍ବରେ ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଥିଲେ । ନୀରିକ୍ଷଣ ଓ ବୈଷୟିକ ଯାଞ୍ଚ କାର୍ଯ୍ୟରେ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ବା ସିଏସ୍ଆଇଆର୍ ଓ ନ୍ୟାସନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞମାନେ ଉପସ୍ଥିତ ରହିଥିଲେ ।

ଅଧିକ ପଢ଼ନ୍ତୁ:ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ

ଲେଜର ସ୍କାନିଂ ପରେ ସେପ୍ଟେମ୍ବର ୨୧ ଓ ୨୨ରେ ରତ୍ନଭଣ୍ଡାରର ବୈଷୟିକ ସର୍ଭେ ହୋଇଥିଲା । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ବରେ ସର୍ଭେ ହୋଇଥିଲା । NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରାଯାଇଥିଲା । ଇଲେକ୍ଟ୍ରି ମ୍ୟାଗ୍ନେଟିକ୍‌ ୱେଭ୍‌ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଥିଲା । ଡାଟା ଇମେଜ କ୍ଵାଲିଟିକୁ ଲାବ୍‌ରେ ଆସେମ୍ବଲ୍‌ କରାଯିବା ପରେ NGRI ବିଶେଷଜ୍ଞ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ ବୋଲି ସେତେବେଳେ କହିଥିଲେ ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେ । ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରାଡର ସର୍ଭେ କରାଯାଇଛି ବୋଲି ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେ କହିଥିଲେ ।

ସୂଚନା ଅନୁସାରେ, ୪୬ ବର୍ଷ ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇ ସେଥିରେ ଥିବା ସବୁ ଅଳଙ୍କାରକୁ ଫୁଲଘରେ ରଖାଯାଇଥିଲା । ଏହାପରେ ପୁନର୍ବାର ୧୮ ତାରିଖରେ ଭିତର ରତ୍ନଭଣ୍ଡାରର ସିନ୍ଦୁକ ଓ ଆଲମିରାରେ ଥିବା ରତ୍ନକୁ ନୂଆ ସିନ୍ଦୁକରେ ଭରାଯାଇ ଖଟ ଶେଜ ଘରେ ରଖାଯିବା ସହ ଅଗଷ୍ଟ ୨୩ ତାରିଖରେ ଖାଲି ସିନ୍ଦୁକ ଓ ଆଲମିରାକୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଥିଲା ।

Bhubaneswar Puri Srimandir Puri Srimandir Ratna Bhandar Law Minister Prithiviraj Harichandan
Advertisment
Advertisment