Advertisment

South Korea Plane Crash: ଆଖି ସାମ୍ନାରେ ଜଳୁଥିଲେ ଆପଣାର ଲୋକ, ହେଲେ ପାଖକୁ ଯିବାକୁ ମିଳୁନଥିଲା ଅନୁମତି

ମୃତ୍ୟୁ ବି ସତରେ କେତେ ନିଷ୍ଠୁର ! ଏ ମୃତ୍ୟକୁ କେହି ଫାଙ୍କି ଦେଇପାରିବେନି. . କିଛି ବୁଝିବା ପୂର୍ବରୁ ଆକସ୍ମିକ ଭାବେ ଆସି ଆପଣାର ଲୋକଙ୍କୁ ଛଡ଼େଇ ନେବ. . କିଏ ଜାଣେ କେଇଁ ରାତି ଜୀବନର ଶେଷ ରାତି ହେବ । କିଏ ଜାଣେ କେଉଁ କଥା ଜୀବନର ଶେଷ କଥା ହେବ । କିଛି ସେକେଣ୍ଡ ପରେ ହୁଏତ ହସିହସି ହାତ ହଲାଇ ବିମାନ ଭିତରୁ ବାହାରି ଆସିଥାଆନ୍ତେ ସମସ୍ତ ଯାତ୍ରୀ । ଘରକୁ ନେଇଯିବାକୁ ଆସିଥିବା ପରିବାର ଲୋକ ଖୁସିରେ ଆତ୍ମହରା ହୋଇ ସେମାନଙ୍କୁ କୋଳେଇ ନେଇଥାଆନ୍ତେ । ହେଲେ ସବୁ ସୁଖ, ସବୁ ଖୁସି ନିମିଷକେ ମଧ୍ୟରେ ମିଳାଇ ଯାଇଥିଲା ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ଆଖି ଆଗରେ ଆପଣାର ଲୋକ ଜଳୁଥିଲେ

ଆଖି ଆଗରେ ଆପଣାର ଲୋକ ଜଳୁଥିଲେ

ଆଖି ସାମ୍ନାରେ ହୁତୁ ହୁତୁ ହୋଇ ଜଳୁଥିଲା ବିମାନ । ଆଉ ତା’ରି ଭିତରୁ ହାତ ଠାରି ରକ୍ଷା କରିବା ପାଇଁ ଚିତ୍କାର କରୁଥିଲେ ଲୋକେ । କେହି କେହି ଜଳନ୍ତା ବିମାନ ଭିତରକୁ ନିଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦୌଡ଼ି ଯିବାକୁ ଚାହୁଁଥିଲେ । କାନ୍ଦି କାନ୍ଦି ନେହୁରା ହେଉଥିଲେ ହେଁ ସୁରକ୍ଷା ଦୃଷ୍ଟିରୁ ରନୱେ ଭିତରକୁ କାହାକୁ ଭର୍ତ୍ତି କରିବା ମନା ଥିଲା । କାହା ପୁଅ ସାମ୍ନାରେ ମା’ବାପା ଜୀବନ୍ତ ଦଗ୍ସ ହୋଇଗଲେ, କିଏ ବାପଛେଉଣ୍ଡ ହୋଇଗଲା, ଆଉ କାହାର ପୂରା ପରିବାର ନିଆଁର ଆଁରେ ଜଳିଗଲା । ପିଲାକୁ କାଖରେ ଜାକି ସ୍ୱାମୀର ବାଟକୁ ଅପେକ୍ଷା କରିଥିବା ସ୍ତ୍ରୀ ଆଉ ସ୍ୱାମୀର ମୁହଁ ଦେଖିପାରିଲାନି । ପାଞ୍ଚ ବର୍ଷ ପରେ ଦେଶକୁ ଫେରୁଥିବା ଭାଇକୁ ଅପେକ୍ଷା କରିଥିବା ଭଉଣୀ ପାଉଁଶ ଗଦା ତଳୁ ନିଜ ରାକ୍ଷୀର ପାଉଣା ଖୋଜୁଥିଲା । ପୁଅର ଅଧାପୋଡ଼ା ଶରୀର ଦେଖି କୋହ ସମ୍ଭାଳି ପାରୁନଥିଲା ମା’ । ଛାତିଫଟାଇ ବିକଳ ଚିତ୍କାର କରୁଥିଲା ପୁଅକୁ ହସ୍ପିଟାଲ ନେଇଯିବାକୁ ... । କେଇ ମୁହୂର୍ତ୍ତ ପାଇଁ ନିଷ୍ଠୁର ହୋଇଗଲେ ଇଶ୍ୱର । ସବୁ କିଛି ଓଲଟ ପାଲଟ ହୋଇଗଲା ।

Advertisment

ମୃତ୍ୟୁ ବି ସତରେ କେତେ ନିଷ୍ଠୁର ! ଏ ମୃତ୍ୟକୁ କେହି ଫାଙ୍କି ଦେଇପାରିବେନି. . କିଛି ବୁଝିବା ପୂର୍ବରୁ ଆକସ୍ମିକ ଭାବେ ଆସି ଆପଣାର ଲୋକଙ୍କୁ ଛଡ଼େଇ ନେବ. . କିଏ ଜାଣେ କେଇଁ ରାତି ଜୀବନର ଶେଷ ରାତି ହେବ । କିଏ ଜାଣେ କେଉଁ କଥା ଜୀବନର ଶେଷ କଥା ହେବ । କିଛି ସେକେଣ୍ଡ ପରେ ହୁଏତ ହସିହସି ହାତ ହଲାଇ ବିମାନ ଭିତରୁ ବାହାରି ଆସିଥାଆନ୍ତେ ସମସ୍ତ ଯାତ୍ରୀ । ଘରକୁ ନେଇଯିବାକୁ ଆସିଥିବା ପରିବାର ଲୋକ ଖୁସିରେ ଆତ୍ମହରା ହୋଇ ସେମାନଙ୍କୁ କୋଳେଇ ନେଇଥାଆନ୍ତେ । ହେଲେ ସବୁ ସୁଖ, ସବୁ ଖୁସି ନିମିଷକେ ମଧ୍ୟରେ ମିଳାଇ ଯାଇଥିଲା । ବିମାନରେ ଲାଗିଥିବା ଭୟଙ୍କର ନିଆଁ ସବୁକିଛି ଜାଳିପୋଡ଼ି ଛାରଖାର କରିଦେଲା । ଲୋକଙ୍କ ସହ କେତେ ଯେ ପରିବାରର ସୁଖ, ଶାନ୍ତି, ଆଶା ଆଉ ସ୍ୱପ୍ନ ସବୁ ଛଡ଼ାଇ ନେଲା । ରବିବାର ସକାଳେ ଦକ୍ଷିଣ କୋରିଆରେ ଘଟିଥିବା ବିମାନ ଦୁର୍ଘଟଣା କେତେ ପରିବାରକୁ ଦୁଃଖ ଦରିଆକୁ ଠେଲି ଦେଇଯାଇଛି, ତା’ର ଠିକଣା ନାହିଁ । ଏହି ଭୟଙ୍କର ଦୁର୍ଘଟଣା ମୂହୁର୍ତ୍ତକ ମଧ୍ୟରେ ୧୭୯ ଲୋକଙ୍କ ଜୀବନ ନେଇଯାଇଛି ।

୧୮୧ଜଣଙ୍କୁ ନେଇ ଏକ ବିମାନ ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନଟି ରନୱେରୁ ଖସି ଯାଇ ଏକ କାନ୍ଥକୁ ଧକ୍କା ଦେଇ ନିଆଁରେ ପୋଡି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୧୭୯ଜଣ ପ୍ରାଣ ହରାଇଥିବାବେଳେ କେବଳ ଦୁଇଜଣ ଲୋକ ବଞ୍ଚିଛନ୍ତି। ଯେତେବେଳେ ପରିବାର ଲୋକ ପଚାରିଲେ ବଞ୍ଚିବାର ସମ୍ଭାବନା ନାହିଁ ? ଦୁର୍ଘଟଣା ପରେ ପରିବାର ଲୋକ ବିମାନ ବନ୍ଦରରେ ଉପସ୍ଥିତ ଥିବା ଅଧିକାରୀଙ୍କ ପାଖକୁ ଦୌଡ଼ି ଯାଇଥିଲେ । ବିମାନରେ ସବାର ଥିବା ଆପଣାର ଲୋକଙ୍କ ବଞ୍ଚିବାର ଆଶା ଅଛି ନା ନାହିଁ ପ୍ରଶ୍ନ କରୁଥିଲେ । କେହି ହାତଯୋଡ଼ି ନେହୁରା ହେଉଥିଲା, ଆଉ କିଏ ଭିତରକୁ ଛାଡ଼ି ଦିଅ ବୋଲି ଗୁହାରୀ କରୁଥିଲା । ହେଲେ ବିମାନ ବନ୍ଦର ଅଧିକାରୀ ବା କ’ଣ କରିବେ । ସେ ବି ଜଣେ ମଣିଷ ଆଉ ସବୁ ନିୟମ ଭିତରେ ବନ୍ଧା । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରନ ୱେ ଭିତରକୁ ଛାଡ଼ି ପାରୁନଥିଲେ କି ତାଙ୍କ ଆକୁଳ ଚିତ୍କାର ଶୁଣି ପାରୁନଥିଲେ । ଚାରିଆଡ଼େ ଶୁଭୁଥିବା କାନ୍ଦବୋବାଳିରେ ବିମାନ ବନ୍ଦର ଫାଟିପଡ଼ୁଥିଲା ।

Advertisment

ଦୁର୍ଘଟଣା ସ୍ଥଳକୁ ଯିବାକୁ ଜିଦ କରୁଥିଲେ ପରିଜନ

ଆମେ ଯାଇ ଆମ ପିଲା ଛୁଆକୁ ବଞ୍ଚାଇବୁ ବୋଲି ଅଧିକାରୀଙ୍କୁ କହୁଥିଲେ ପରିବାର ଲୋକ । ଭିତରକୁ କିଛି ସମୟ ପାଇଁ ଛାଡ଼ି ଦିଅ ବୋଲି ଗୁହାରୀ କରୁଥିଲେ । ହେଲେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିତରକୁ ପ୍ରବେଶ ପାଇଁ କାହାକୁ ଅନୁମତି ମିଳିନଥିଲା ।
ଜେଜୁ ଏୟାର ବୋଇଂ ୭୩୭-୮୦୦ ବିମାନଟି ବ୍ୟାଙ୍ଗକରୁ ଫେରୁଥିବା ବେଳେ ଏହା ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ସାଢ଼େ ୮ଟାରେ ଲ୍ୟାଣ୍ଡିଂ କରିବାର ଥିଲା। ହେଲେ ଏକ ପକ୍ଷୀ ମାଡ଼ ହୋଇଯିବାରୁ ବିମାନଟି ପ୍ରଥମ ପ୍ରୟାସରେ ଲ୍ୟାଣ୍ଡିଂ କରିବାକୁ ଅସମର୍ଥ ହୋଇଥିଲା । ଏହାପରେ ରନୱେରେ ଦ୍ରୁତ ଗତିର ଘୋଷାଡ଼ି ହୋଇଯିବା ସହ ଏକ ବିମାନବନ୍ଦର ବାଡ଼ରେ ଧକ୍କା ହୋଇ ଏହା ବିସ୍ଫୋରଣ ହୋଇଥିଲା । ବିମାନରେ ପକ୍ଷୀ ମାଡ଼ ହେବା ପୂର୍ବରୁ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ଦ୍ୱାରା ଆଲର୍ଟ ମଧ୍ୟ ଜାରି କରାଯାଇଥିଲା । ଆଲର୍ଟ ଜାରି ହେବାର କେବଳ ଦୁଇ ମିନିଟ ମଧ୍ୟରେ ବିମାନ ସହ ମାଡ଼ ହୋଇଥିଲା ପକ୍ଷୀ ।

ତେବେ ଏହା ପ୍ରଥମ ନୁହେଁ ନିକଟରେ ଏପରି ଅନେକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ୨୫ ଡିସେମ୍ବରରେ କାଜାଖସ୍ତାନର ଅକତାଉ ସହର ନିକଟରେ ଆଜରବୈଜାନର ଏକ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଏବେ ଏହି ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଆଜରବୈଜାନର ବାକୁରୁ ରୁଷର ଗ୍ରୋଜନି ଆଡକୁ ଉଡାଣ ଭରିଥିଲା। ପାଗ ଅନକୂଳ ନଥିବାରୁ କାଜାଖସ୍ତାନର ଅକତାଉ ସହରରେ ଏମରଜେନ୍ସି ଲ୍ୟାଣ୍ଡିଂ କରୁଥିଲା। ଦେଖୁ ଦେଖୁ ହଠାତ ବିମାନ ନିୟନ୍ତ୍ରଣ ହରାଇ ସ୍ଥଳପଥରେ ମାଡ଼ ହୋଇ ଆଖି ପିଛୁଳାକେ ନିଆଁ ପିଣ୍ଡୁଳା ପାଲଟିଥିଲା।

ସେହିପରି ୨୩ ଡିସେମ୍ବରରେ ବ୍ରାଜିଲରେ ହୋଇଥିଲା ଏକ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ଜୀବନ ଚାଲିଯାଇଥିଲା ଏବଂ ୧୭ ଜଣ ଆହତ ହୋଇଥିଲେ । ବ୍ରାଜିଲର ଜଣେ ୬୧ ବର୍ଷୀୟ ବିଜନେସମ୍ୟାନ୍ ନିଜ ପରିବାର ସହ ବୁଲିବାକୁ ଏକ ଛୋଟ ବିମାନରେ ଯାଉଥିଲେ । ସେ ନିଜେ ହିଁ ବିମାନକୁ ଉଡ଼ାଉଥିଲେ। ମାତ୍ର ବିମାନଟି ଦକ୍ଷିଣ ବ୍ରାଜିଲ୍ ଗ୍ରାମାଡ଼ୋରେ ଉଡ଼ୁଥିବା ବେଳେ ପ୍ରଥମେ ଏକ ଘରର ଚିମିନିରେ ଧକ୍କା ହୋଇଥିଲା । ଏହାପରେ ଭାରସାମ୍ୟ ହରାଇ ତାହା ଅନ୍ୟ ଏକ ବିଲ୍ଡିଂର ଦ୍ୱିତୀୟ ମହଲାରେ ପିଟି ହୋଇ ଏକ ରେସ୍ତୁରାଁ ଉପରେ ପଡ଼ି ଯାଇଥିଲା।

ଏହାପୂର୍ବରୁ ୨୨ ଡିସେମ୍ବରରେ ତୁର୍କୀରେ ଘଟିଥିଲା ବଡ଼ ଅଘଟଣ । ହସ୍ପିଟାଲରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ହେଲିକପ୍ଟର । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଆହତ ହୋଇଥିଲେ । ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

South Korea Plane Crash
Advertisment
Advertisment