/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748419872.jpg)
vehicle allowance hike
ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଭଡ଼ା ଖର୍ଚ୍ଚ । ସରକାରୀ କାମ ପାଇଁ ମନ୍ତ୍ରୀ, ଅଫିସରଙ୍କ ଦ୍ୱାରା ବ୍ୟବହାର ହେଉଥିବା ଘରୋଇ ଯାନ ଭଡ଼ାରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି । ବିଭିନ୍ନ ଶ୍ରେଣୀର ଗାଡି ପାଇଁ ମାସିକ ଭଡ଼ା ଦର ଓ ସର୍ବନିମ୍ନ ମାଇଲେଜ ସ୍ଥିର କରାଯାଇଛି । ମନ୍ତ୍ରୀଙ୍କ ମାସିକ ଗାଡ଼ି ଖର୍ଚ୍ଚ ୫୦ ହଜାର ୪୦୦ ଟଙ୍କାକୁ ବୃଦ୍ଧି ହୋଇଛି, ଯାହାକି ପୂର୍ବରୁ ୪୨ ହଜାର ଟଙ୍କା ଥିଲା ।
#ମନ୍ତ୍ରୀ, #ଅଫିସର୍ଙ୍କ_ଗାଡ଼ି_ଖର୍ଚ୍ଚ_ବୃଦ୍ଧି
-ବଢ଼ିଲା ମନ୍ତ୍ରୀ, ଅଫିସର୍ଙ୍କ ମାସିକ ଗାଡ଼ି ଖର୍ଚ୍ଚ
-ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର
-ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ
-୫୦,୪୦୦ ଟଙ୍କା ହେଲା ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ
-ଜିଲ୍ଲାପାଳ, ଏସ୍ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି#Minister… pic.twitter.com/FSUe4Qt2Lt— ଓଟିଭି (@otvkhabar) May 28, 2025
ଜିଲ୍ଲାପାଳ, ଏସପି ବ୍ୟବହାର କରୁଥିବା ଗାଡିର ମାସିକ ଭଡ଼ା ୪୪, ୪୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଏହା ପୂର୍ବରୁ ୩୭,୦୦୦ ଟଙ୍କା ଥିଲା । ବିଭାଗୀୟ ମୁଖ୍ୟ ଓ ପ୍ରଶାସନିକ ବିଭାଗର ପୁଲ ଗାଡି ପାଇଁ ଭଡା ୨୪ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ଓ ନିର୍ଦ୍ଦେଶକ ବ୍ୟବହାର କରୁଥିବା ଗାଡି ଭଡା ୩୧,୨୦୦ ଟଙ୍କା ଏବଂ ପ୍ରମୁଖ ସଚିବ, କମିଶନର ତଥା ସଚିବ ପାହ୍ୟାର ଅଫିସରଙ୍କ ପାଇଁ ଗାଡି ଭଡା ୩୬ ହଜାର ଟଙ୍କା କରାଯାଇଛି ।
ଅଧିକ ପଢ଼ନ୍ତୁ: ପାଟଣାଗଡ଼ ବ୍ଲାଷ୍ଟ; ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ
ବ୍ଲକ୍, ତହଲିସ ଓ ଫିଲ୍ମ ଅଫିସ ପାଇଁ ବ୍ୟବହୃତ ହେଉଥିବା ଗାଡିଗୁଡିକର ମାସିକ ଭଡ଼ା ୩୭,୨୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାକି ପୂର୍ବରୁ ୩୧ ହଜାର ଟଙ୍କା ଥିଲା । ଜିଲ୍ଲା ଓ ରେଞ୍ଜ ସ୍ତରୀୟ ଅଫିସ ପାଇଁ ଘରୋଇ ଗାଡିଗୁଡିକର ଭଡା ୨୪ ହଜାର କରାଯାଇଛି । ସେହିପରି କଲେଜ, ବିଶ୍ୱବିଦ୍ୟାଳୟ ଓ ତାଲିମ ଅନୁଷ୍ଠାନ ପାଇଁ ୩୨ ସିଟର ଘରୋଇ ବସ୍ ଭଡ଼ା ୯୦ ହଜାର ଟଙ୍କା ଏବଂ ୨୫ ସିଟର ବସ ଭଡ଼ା ୭୧ ହଜାର ୫୦୦ ଟଙ୍କା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)