Advertisment

SCB Medical College: SCBରେ ଚିକିତ୍ସା ବ୍ୟବସ୍ଥାର ବିକଳ ଚିତ୍ର; ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ-ଭିଡିଓ

ମେଡିକାଲ ଓ୍ବାର୍ଡ ଭିତରେ ରୋଗୀଙ୍କ ଠାରେ ଲାଗୁଥିବା ସାଲାଇନ ବୋତଲ ସବୁ ବିପଦଜନକ ଅବସ୍ଥାରେ ତାରରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
SCB Medical College

SCB Medical College

Advertisment

SCB ମେଡିକାଲରେ ଚିକିତ୍ସା ବ୍ୟବସ୍ଥାର ବିକଳ ଚିତ୍ର। ତାରରେ ଝୁଲୁଛି ସାଲାଇନ ବୋତଲ। ମେଡିକାଲ ଓ୍ବାର୍ଡ ଭିତରେ ରୋଗୀଙ୍କ ଠାରେ ଲାଗୁଥିବା ସାଲାଇନ ବୋତଲ ସବୁ ବିପଦଜନକ ଅବସ୍ଥାରେ ତାରରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କେହି ଜଣେ ରୋଗୀଙ୍କ ସମ୍ପର୍କୀୟ ଏହାକୁ ଲୋକଲୋଚନକୁ ଆଣିଛନ୍ତି ।

Advertisment

ତେବେ ଏହା ସର୍ଜରୀ ବିଭାଗ ବୋଲି ଜଣାପଡ଼ିଛି। ମେଡିକାଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସାମାନ୍ୟ ସାଲାଇନ ଷ୍ଟାଣ୍ଡ ଟିଏ ମେଡିକାଲ କର୍ତ୍ତୃପକ୍ଷ ଯୋଗାଇ ପାରୁନାହାନ୍ତି। ସବୁବେଳେ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ନଜରରେ ଏହା ପଡ଼ୁଥିବା ବେଳେ କାହିଁକି ଏଭଳି ଅବ୍ୟବସ୍ଥାରେ ଚିକିତ୍ସା କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣାକୁ ସ୍ବୀକାର କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ନିଜ ଦୋଷ ଲୁଚାଇବାକୁ ଯାଇ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ଅତ୍ୟଧିକ ରୋଗୀ ଆସୁଥିବାରୁ ଏଭଲି ସ୍ଥିତି ଉପୁଜୁଛି । 

ଅଧିକ ପଢ଼ନ୍ତୁ: ହସ୍ପିଟାଲରେ ଡ୍ରୋନ୍ ହମଲା; ୭୦ ମୃତ

ସେପଟେ ମୟୂରଭଞ୍ଜ ଜିଲ୍ଲାର ସ୍ୱସ୍ଥ୍ୟସେବା କଥା ନକହିବା ଭଲ। ଭଙ୍ଗା ନଳ, ଫଟା କାନ୍ଥ, ଫାଙ୍କା ଚେୟାର, ତାଲା ପଡ଼ିଥିବା କବାଟ ଆଉ କୁଢ଼ କୁଢ଼ ଅଳିଆ ସାଙ୍ଗକୁ ଟାଇଲ ଉଠା ରାସ୍ତା। ଚିତ୍ର ଦେଖିଲେ ଆପଣ ଭାବିବେ ଏହା କୌଣିସି ଭୂତକୋଠିର ଦୃଶ୍ୟ। ହେଲେ ପ୍ରକୃତ କଥା ହେଲା ଏହା କୌଣସି ଭୂତକୋଠି କି  ପରିତ୍ୟକ୍ତ କୋଠା ନୁହଁ... ଖଣି ଖାଦାନରେ ଭରପୁର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅଧୀନ ଆଦିବାସୀ ଅଧ୍ୟୁଷିତ ଗୁହାଳଡାଙ୍ଗ୍ରିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରୁଥିବା ବେଳେ ଏଠାରେ ଡାକ୍ତର, ନର୍ସ, କର୍ମଚାରୀ ଏପରିକି ଔଷଧର ଅଭାବ ରହିଛି । ଫଳରେ ଗରିବ ଆଦିବାସୀମାନେ ଓପିଡି ସେବାରୁ ବି ବଞ୍ଚିତ ହେଉଛନ୍ତି। ଗୁହାଳଡାଙ୍ଗ୍ରି ସମେତ ସୁଦର୍ଶନପୁର ଓ ହତୀୟା ପଞ୍ଚାୟତ ସଂପୂର୍ଣ୍ଣ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ। ହେଲେ ଏଠାକାର ଓପିଡି ଘର ଜରାଜିର୍ଣ୍ଣ ଅବସ୍ଥାରେ। ମାତ୍ର ଜଣେ ଡାକ୍ତର ଭରସାରେ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲୁଥିବା ବେଳେ ନର୍ସ ଓ ସୁଇପର ପଦ ଖାଲି ପଡ଼ିଛି। ପ୍ରସୂତି ଗୃହର ଛାତରୁ ଅତଡ଼ା ଖସିବା ସହ କାନ୍ଥ ଫାଟି ଆଁ କଲାଣି। ଷ୍ଟାଫ୍ କ୍ୱାଟରର ଅବସ୍ଥା ନ କହିବା ଭଲ। 

Advertisment

ଅନ୍ୟପକ୍ଷରେ ପାଚେରୀ ନଥିବାରୁ ରାତି ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅସାମାଜିକଙ୍କ ଆଡ୍ଡା ଜମେ। ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନେକ ସମୟରେ ତାଲା ଝୁଲୁଥାଏ, ତେଣୁ ଏଠାକାର ଲୋକ ମାନେ ପ୍ରାୟ ୪୦ କିଲୋମିଟର ଦୂର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଯିବାକୁ ପଡୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସରକାର କୁହନ୍ତି ସ୍ୱାସ୍ଥ୍ୟସେବାରେ ଖଣି ଇଲାକାବାସୀଙ୍କୁ ମିଳିବ ପ୍ରାଥମିକତା। ହେଲେ ଗୁହାଳଡାଙ୍ଗ୍ରିକୁ ମିଳିପାରୁନି ମୌଳିକ ସ୍ୱାସ୍ଥ୍ୟସେବା। ଯାହାଙ୍କ ଜମିରୁ କୋଟି କୋଟି ଟଙ୍କା ପାଉଛନ୍ତି ସରାକାର, ସାମାନ୍ୟ ବଟିକାଟେ ପାଇଁ ସେ ହେଉଛି ହାହାକାର।

ଅଧିକ ପଢ଼ନ୍ତୁ: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍, ୫୦ ଲକ୍ଷର ଗହଣା ଓ ନଗଦ ଟଙ୍କା ଧରି ଲୁଟେରା ଛୁ’

Advertisment
Cuttack SCB Medical Scb Viral Video SCB Medical College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ