/odishatv-khabar/media/post_attachments/uploadimage/library/16_9/16_9_0/jagannath_1748255186.jpg)
jagannath
ଦୀଘାରେ ଜଗନ୍ନାଥ ଧାମ ନିର୍ମାଣ ପରେ ସରକାର ବର୍ତ୍ତମାନ ସଚେତନ ହୋଇଛନ୍ତି। ଆଗାମୀ ସମୟରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ତା ଉପରେ ଗୁରୁତ୍ବ ଦେଇଛନ୍ତି। ସରକାର। ଫଳରେ ଦୀଘାରେ ଧାମ ଶବ୍ଦର ବ୍ୟବହାର ହୋଇ ପାରିବ ନାହିଁ ବୋଲି ଜଣା ପଡିଛି। ଏ ନେଇ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଭାବେ ରଥଯାତ୍ରା କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଥିବା ନେଇ ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ।
ଅଧିକ ପଢ଼ନ୍ତୁ: ସିଙ୍ଗାପୁର ଓ ହଂକଂରେ ବଢ଼ୁଛି କୋଭିଡ ସଂକ୍ରମଣ; ଚିନ୍ତାରେ ସାରା ଦେଶ
ଏହା ବ୍ୟତୀତ ଦୀଘାରେ ଜଗନ୍ନାଥ ଧାମକୁ ନେଇ ଦେଖା ଦେଇଥିବା ବିବାଦ ଉପରେ ମଧ୍ୟ ମତ ରଖିଥିଲେ ଅରବିନ୍ଦ ପାଢୀ। ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ଯାହା ବି ଶବ୍ଦାବଳୀ ରହିଛି ସେ ସବୁକୁ ପ୍ୟାଟେଣ୍ଟ କରାଯିବ। ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ଧାମ, ମହାପ୍ରସାଦ, ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ ଧାମ ଓ ଶ୍ରୀଜଗନ୍ନାଥଙ୍କ ଲୋଗୋ ଭଳି ସମସ୍ତ ଶବ୍ଦକୁ ପ୍ୟାଟେଣ୍ଟ କରାଯିବ। ଫଳରେ କେହିବି ଏହାକୁ ବ୍ୟବହାର କରି ପାରିବେ ନାହିଁ ବୋଲି ଶ୍ରୀ ପାଢୀ ସୂଚନା ଦେଇଛନ୍ତି। ଶ୍ରୀଜଗନ୍ନାଥଙ୍କ ନାଁ ନୀତିକାନ୍ତି ସହ ଜଡ଼ିତ କୌଣସି ଶବ୍ଦର ଯେପରି ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର ହେବନି, ନେଇ ପ୍ୟାଟେଣ୍ଟ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି।
ଏହା ସହିତ ପରିକ୍ରମା ପ୍ରକଳ୍ପ ସହିତ ଜଡିତ ବିଭିନ୍ନ ଅଟ୍ଟାଳିକା ଗୁଡିକର ଉଚ୍ଚତା, ଢ଼ାଞ୍ଚା ନିର୍ଦ୍ଧାରିତ ହେବ। ଏହା ମନ୍ଦିରର ସୌନ୍ଦର୍ଯ୍ୟକୁ ଅବରୋଧ କରୁଥିବାରୁ ଏହାକୁ ନିୟନ୍ତ୍ରିତ କରାଯିବ। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଚାରିପଟେ ଥିବା ଅଟ୍ଟାଳିକାର ଉଚ୍ଚତା ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡିଛି।ରଥଯାତ୍ରା ସମୟରେ କୌଣସି ପ୍ରକାରର ଅଘଟଣକୁ ଏଡାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ। ରଥ ଉପରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯିବ ବୋଲି ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)