/odishatv-khabar/media/post_attachments/uploadimage/library/16_9/16_9_0/Dog_Attack_1735093594.jpg)
Dog Attack
ବଢି ଚାଲିଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ। ଯାହାକୁ ଦେଖୁଛନ୍ତି ଗୋଡାଇ ଗୋଡାଇ କାମୁଡୁଛନ୍ତି। ଏଥିରୁ ବାଦ୍ ପଡୁନାହାନ୍ତି ବୟସ୍କ କି କୁନିପିଲା। କିଛିଦିନ ତଳେ ବୁଲା କୁକୁର କାମୁଡାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଜଣେ ୬ ବର୍ଷୀୟା କୁନି ଝିଅର ଜୀବନ ଯାଇଛି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପୁଜାରୀପୁଟ ପଂଚାୟତର ପୁପୁଗାଁରେ କୁନି ଝିଅକୁ ଝୁଣି ମାରିଦେଲେ କୁକୁରପଲ।
ବୁଲା କୁକୁରପଲଙ୍କ ଆକ୍ରମଣରେ ୬ବର୍ଷ ଝିଅ ଚାନ୍ଦିନୀ ହରିଜନର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ସହ ଶୋକର ଛାୟା ଖେଳି ଯାଇଛି। ସୂଚନା ଅନୁସାରେ, ଚାନ୍ଦିନୀ ଫୁଫୁଗାଁରେ ଥିବା ମାମୁ ଘରେ ରହି ପାଠ ପଢ଼ୁଥିଲା । ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ଭାଇ ସହ ଖେଳୁଥିଲା। ଏହିସମୟରେ ୫ଟି ବୁଲା କୁକୁର ଚାନ୍ଦିନୀ ନିକଟକୁ ଆସିଥିଲେ।
ଅଧିକ ପଢନ୍ତୁ: ରାଜ୍ୟରେ ଅସହ୍ୟ କଲାଣି ବୁଲା କୁକୁରଙ୍କ ଉତ୍ପାତ
ଅଚାନକ ଭାବେ ଗୋଟିଏ ବୁଲା କୁକୁର ଚାନ୍ଦିନୀକୁ କାମୁଡିବା ସହ ଆକ୍ରମଣ କରିଥିଲା। ଏହା ପରେ ପଲରେ ଥିବା ଅନ୍ୟ କୁକୁରମାନେ ମଧ୍ୟ ଚାନ୍ଦିନୀକୁ କାମୁଡି ଦେଇଥିଲେ। ଭାଇ ଦୌଡ଼ି ପଳାଇ ଲୋକଙ୍କୁ ଡାକିଥିଲା, ତେବେ କୁକୁରଙ୍କ କବଳରୁ ବର୍ତ୍ତି ପାରିନଥିଲା କୁନି ଝିଅ। ଲୋକମାନେ ପହଞ୍ଚି କୁକୁରଙ୍କୁ ଘଉଡ଼ାଇଥିବା ବେଳେ, ଝିଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କୁମୁଲିପୁଟ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)