ତଥାକଥିତ କଳକୀ ବାବାଙ୍କ ସଂପର୍କରେ ଅନେକ ପୁସ୍ତକ ଲେଖାଯାଇଥିବା ବେଳେ ସେଥିରେ ବାବା ଅନେକ ଚମତ୍କାର କରିଥିବା ନେଇ ଲେଖିଛନ୍ତି ଅନେକ ଶ୍ରଦ୍ଧାଳୁ । ଅନୁଭୂତିରେ ଭଗବାନ ସତ୍ୟ ଅନନ୍ତ ବହିରେ ଅନେକ ଶ୍ରଦ୍ଧାଳୁ ନିଜ ନିଜର ଅନୁଭୂତି ସଂପର୍କରେ ଲେଖିଛନ୍ତି । କ୍ରିଷ୍ଣା ନାମକ ଜଣେ ଭକ୍ତ ଲେଖିଛନ୍ତି ସେଦିନର ଅନୁଭୂତି କଥା ମନେପଡିଲେ ସେ ନିଜକୁ ବିଶ୍ୱାସ କରିପାରନ୍ତି ନାହିଁ ।
ସେତେବେଳେ ପ୍ରଭୁଙ୍କୁ ମାତ୍ର ୩ ବର୍ଷ । ସେତେବେଳେ ତାଙ୍କର ବୋଲେରୋ ଗାଡିରେ ବସି ସେ ବ୍ୟାସନଗର ବୁଲିବାକୁ ବାହାରିଥିଲେ । କିଛିବାଟ ଗଲା ପରେ ପ୍ରଭୁ ତାଙ୍କୁ କହିଥିଲେ କ୍ରିଷ୍ଣା ଏବେ ମୁଁ ଗାଡି ଚଲାଇବି । ତୁ ଷ୍ଟିୟରିଂ ଛାଡିଦେ । ସେତେବେଳେ ଗାଡିର ବେଗ ୪୦ରୁ ୫୦ କିମି ଥିଲେ ମଧ୍ୟ ପ୍ରଭୁଙ୍କ ନିର୍ଦ୍ଦେଶକୁ ମାନି ସେ ଷ୍ଟିୟରିଂ ଛାଡ଼ି ଦେଇଥିଲେ ।
ପ୍ରଭୁ ନିଜେ ଷ୍ଟିୟରିଂ ଧରିଲେ ଏବଂ ଅଙ୍କାବଙ୍କା ରାସ୍ତାରେ ଠିକ୍ ଭାବେ ଗାଡ଼ି ଚଲାଇଥିଲେ ବୋଲି କ୍ରିଷ୍ଣା ଲେଖିଛନ୍ତି । ସେହିପରି ଆପଣ କିଏ ବୋଲି ପ୍ରଶ୍ନର ଉତ୍ତର ଦେଇ ତଥାକଥିତ ବାବା କହିଥିଲେ, ଏ କଥା କାହାକୁ କହିବୁ ନାହିଁ, ଯଦି ପଚାରୁଛୁ ମୁଁ କହୁଛି, ମୁଁ ହେଉଛି ଶ୍ରୀ ବିଷ୍ଣୁ । ଧର୍ମ ସଂସ୍ଥାପନ ପାଇଁ ଆସିଛି ବୋଲି ବାବା କହିଥିବା ଲେଖିଛନ୍ତି କ୍ରିଷ୍ଣା ।
Also Read
ସେହିଭଳି ଆଉ ଏକ ଅନୁଭୂତି ସଂପର୍କରେ ଲେଖି କ୍ରିଷ୍ଣା ଲେଖିଛନ୍ତି, ଥରେ ସେ ଚିନ୍ତା କରୁଥିଲେ ଯଦି ପ୍ରଭୁଙ୍କୁ କୋଳରେ ନେଇଯାଆନ୍ତି ତାହାଲେ ପ୍ରଭୁ ଚାଲନ୍ତେ ନାହିଁ । ଏଭଳି ଚିନ୍ତା କରୁ କରୁ ପ୍ରଭୁ କହିଲେ ମୋତେ କାଖେଇ ନେ । ସେ ପ୍ରଭୁଙ୍କୁ ଅତି ଆନନ୍ଦରେ କୋଳରେ ଟେକି ଚାଲିଲେ । କିନ୍ତୁ ମାତ୍ର ଦୁଇ ତିନି ପାଦ ଯିବା ପରେ ପ୍ରଭୁ ମହାମେରୁ ଭଳି ଓଜନ ହୋଇଗଲେ ବୋଲି ଲେଖିଛନ୍ତି କ୍ରିଷ୍ଣା ।
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ସାଘାଂତିକ ବାୟୁ ପ୍ରଦୂଷଣ, ଆଜିଠୁ ସବୁ ସ୍କୁଲ୍ ବନ୍ଦ ଘୋଷଣା
ସେହିଭଳି ଆଉ ଏକ ଘଟଣା କ୍ରମ ସଂପର୍କରେ କ୍ରିଷ୍ଣା ଏ ବହିରେ ନିଜ ଅନୁଭୂତି ବଖାଣିଛନ୍ତି । ଥରେ ବ୍ରହ୍ମପୁରରୁ ରାଉରକେଲା ଯିବାର ଥିଲା । ପ୍ରବଳ ବର୍ଷା ହେଉଥାଏ । ମାତ୍ର କରୁଣା ସାଗରଙ୍କ ଅପାର କରୁଣା ଯୋଗୁଁ ତାଙ୍କ ଉପରେ ଠୋପାଏ ବର୍ଷା ପଡିଲା ନାହିଁ ବୋଲି ସେ ଲେଖିଛନ୍ତି । ସେହିଭଳି ବିବାହର ୩ ବର୍ଷ ପରେ ବି ତାଙ୍କର କୌଣସି ସନ୍ତାନ ସନ୍ତତି ହେଉନଥିଲା । ପ୍ରଭୁଙ୍କ କୃପାରୁ ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିବା ସେ ଲେଖିଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି, ବିଶ୍ୱାସ ଆଉ ଗୁରୁଶିଷ୍ୟ ପରଂପରା ନାଁରେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଚାଲିଥିଲା କି ଭାଣ୍ଡାମୀ ? ବୈକୁଣ୍ଠ ଧାମକୁ ନେଇ ଦିନକୁ ଦିନ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହାରି ଭିତରେ ଆଜି ବାବାଙ୍କ ଦରବାରର ଭିଡିଓ ସାମ୍ନାକୁ ଆସିଛି । କେମିତି ଚାଲିଥିଲା ବାବାଙ୍କ ପୂଜା । ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ ।
ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା । କାଳେ ବୈକୁଣ୍ଠ ଧାମରେ ବସି ବାବା ସବୁ ଦୁଃଖ କଷ୍ଟ ଲୋକଙ୍କ ଦୂର କରି ଦେବେ ବୋଲି କହୁଥିଲେ । ସେହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭକ୍ତ-ଭକ୍ତି ଓ ଭଗବାନ ନାଁରେ ସରକାରୀ ଜମିକୁ ମାଡ଼ିବସି ଏକ ସାମ୍ରାଜ୍ୟ ଛିଡ଼ା କରାଇବାକୁ ରଚାଯାଉଥିଲା କି ମସୁଧା ?
ଆଜି ତୃତୀୟ ଦିନରେ ଆଶ୍ରମ ଜମିର ଖୋଳତାଡ଼ କରିଥିବା ପ୍ରଶାସନିକ ଅଧିକାରୀଙ୍କ ଏଭଳି ଇଙ୍ଗିତ ଏବଂ କିଛି ସାଧାରଣ ଜନତାଙ୍କ ସଂଗୀନ ଅଭିଯୋଗ ପରେ ଏବେ ଏମିତି ଆଶଙ୍କା କରାଯାଉଛି । କିନ୍ତୁ ଆଶ୍ରମ ପକ୍ଷରୁ ଆଜି ଆଉ କେହି ମୁହଁ ଖୋଲିନାହାନ୍ତି । ଏହାରି ଭିତରେ ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ ଜମି ପ୍ରସଙ୍ଗରେ GA ବିଭାଗ ଯାହା ଆଶଙ୍କା କରୁଥିଲା, ତାହା ହିଁ ହେଲା । ସରକାରୀ ଜମିରେ ହିଁ ତିଆରି ହୋଇଛି ବୈକୁଣ୍ଠ ଆଶ୍ରମ ।
ବିଭାଗୀୟ ସହକାରୀ ନିର୍ଦ୍ଦେଶକ କହିଛନ୍ତି, ସରକାରୀ ଜମିରେ ରହିଛି ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ । ଜିଏ ପକ୍ଷରୁ ମାପଚୁପ ପରେ ସ୍ପଷ୍ଟ ହୋଇଥିବା କହିଛନ୍ତି ସହକାରୀ ନିର୍ଦ୍ଦେଶକ । ୧୪୦ ଡିସିମିଲ୍ ସରକାରୀ ଜମିରେ ଅବସ୍ଥିତ ଅଛି ଆଶ୍ରମ । ତେବେ ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ କହିଛନ୍ତି ।
ସେପଟେ ବୈକୁଣ୍ଠଧାମ ଆଶ୍ରମରେ ଧାର୍ମିକ ଏବଂ ଆଧ୍ୟାତ୍ମିକ ଚେତନା ନାଁରେ ଯେଉଁ ଘଟଣା ସବୁ ଘଟୁଥିଲା, ତା’ର ଆଉ କିଛି ନୂଆ ଦିଗର ଅବତାରଣା କରି ଖଡଗହସ୍ତ କିଛି ମହିଳା । ତନ୍ଭୀ ନାମକ ଜଣେ ଯୁବତୀଙ୍କ ମୁହଁରୁ ଲୋକମୁଖରେ ଚର୍ଚ୍ଚିତ ସେହି ତଥାକଥିତ କଳ୍କୀ ବାବାଙ୍କ କାରନାମା ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ ।
ତନ୍ଭୀଙ୍କ ଅଭିଯୋଗ ହେଲା, ବାବା କୁଆଡ଼େ ପାଦରେ, ବେକରେ ଆଉ ମୁଣ୍ଡରେ ତୁଳସୀ ପକାଇ ଶ୍ରୀବୈକୁଣ୍ଠ ଧାମରେ ବସି ଲୋକଙ୍କ ଦୁଃଖସୁଖ ବୁଝୁଥିଲେ । ଏପରିକି ବାହାଘରଠୁ ସନ୍ତାନ ସନ୍ତତି ହେବା ଯାଏଁ କୁଆଡ଼େ ପ୍ରତିକାର ବି କରୁଥିଲେ । ଆଉ ଏହି ସେବା ବାବଦକୁ ଆଶ୍ରମ ପକ୍ଷରୁ ଆଦାୟ ହୁଏ ଲକ୍ଷ ଲକ୍ଷ ଟଙ୍କା ।
ତଥାକଥିତ କଳ୍କୀ ବାବା ପଟିଆ ଅଞ୍ଚଳରେ କାଫେରେ ଝିଅ ମାନଙ୍କ ସହ ବସା ଉଠା କରନ୍ତି ତ ଆଉ କେବେ ଟଙ୍କା ଉଡ଼ାଉଥିବା ତନ୍ଭୀ ନିଜେ ଦେଖିଥିବା କହିଛନ୍ତି । ଏଣେ ବାବା ଓ ଆଶ୍ରମର କାର୍ଯ୍ୟକଳାପ ସଂପର୍କରେ ଏଭଳି ନାନା ଅଭିଯୋଗ ଭିତରେ ଆଶ୍ରମରେ ପହଞ୍ଚି ଗେଟରେ ଥିବା ‘ଶ୍ରୀ’ ଲେଖାକୁ କାଦୁଅ ବୋଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ କିଛି ମହିଳା ।