• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦିଲ୍ଲୀରେ ବିଗିଡ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ଧିରେ ଧିରେ ସ୍ଥିତି ଅଧିକ ସାଘାଂତିକ ହେବାରେ ଲାଗିଛି । ଆଜି ଦିଲ୍ଲୀର ଏକାଧିକ ଅଞ୍ଚଳରେ AQI ୫୦୦କୁ ପାର କରିଛି । ଯାହା ବାୟୁ ପ୍ରଦୂଷଣର ନିମ୍ନମାନକୁ ସୁଚାଉଛି । ଯାହାଫଳରେ ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଦିଲ୍ଲୀ ଓ ସମ୍ପୂର୍ଣ୍ଣ NCRରେ ପ୍ରବଳ ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ଘୋଷଣା ହୋଇଛି । ଏପରିକି ଦିଲ୍ଲୀ ୟୁନିର୍ଭସିଟିକୁ ନଭେମ୍ବର ୨୩, JNUରେ ନଭେମ୍ବର ୨୨ ପର୍ଯ୍ୟନ୍ତ ଅନଲାଇନରେ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ ଦିଲ୍ଲୀର ଆନନ୍ଦ ବିହାର, ଅଶୋକ ବିହାର, ବାୱାନା, ଜାହାଙ୍ଗୀରପୁରୀ, ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଏବଂ ଅନ୍ୟାନ୍ୟ ସ୍ଥାନଗୁଡିକର ବାୟୁ ଗୁଣବତ୍ତା ସୂଚକାଙ୍କ ମଙ୍ଗଳବାର ସକାଳ ୫ଟାରେ ୫୦୦ ମାର୍କ ଛୁଇଁଛି ।

ଅଧିକ ପଢ଼ନ୍ତୁ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ, ପ୍ରଦୂଷଣ ରୋକିବାକୁ ଅଷ୍ଟସୂତ୍ରୀ ନିୟମ ଲାଗୁ

ସୂଚନା ଅନୁସାରେ ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ବିଷ ବଳୟରେ ପୁରା ରାଜଧାନୀ । ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଦିଲ୍ଲୀବାସୀ । ଲଗାତାର କିଛିଦିନ ଧରି ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର । ତେବେ ସୋମବାର ସକାଳ ୭ରେ AQI ୪୮୧ ରେକର୍ଡ କରାଯାଇଥିଲା । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି, ଶ୍ବାସକ୍ରିୟାରେ ବି କଷ୍ଟ ହେଉଛି । ପରିସ୍ଥିତିକୁ ଦେଖି ଗ୍ରେପ୍-୪ କଟକଣା ଲାଗୁ ହୋଇଥିଲା ।

ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି । ମୁକାବିଲା ପାଇଁ ଗତକାଲିଠୁ ଲାଗୁ ହୋଇଛି ଗ୍ରେପ୍-୪ କଟକଣା । ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ କରାଯାଇଛି । ଏହି କଟକଣା ପରେ ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ । କେବଳ ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ ।

ଅଧିକ ପଢ଼ନ୍ତୁ: ନିଜ ଜୀବନକୁ ବାଜି ଲଗାଇ ବଞ୍ଚେଇଲେ ୭ ଶିଶୁର ଜୀବନ, କିନ୍ତୁ ନିଆଁରେ ଜଳିଗଲେ ନିଜର ଯାଆଁଳା ଝିଅ

ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ । BS-4 କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିବ । ଏଥିପାଇଁ ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଗତ ରାତିରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ସେହିପରି ଦଶମ ଓ ଦ୍ବାଦଶ ଶ୍ରେଣୀକୁ ଛାଡ଼ି ବାକି ସମସ୍ତ କ୍ଲାସ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଅନଲାଇନ୍ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି । କେନ୍ଦ୍ର ସରକାରୀ କର୍ମଚାରୀ ୱାର୍କ ଫ୍ରମ୍‌ ହୋମ୍‌ କରିବା ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଛି । ଏଥିସହ ଦିଲ୍ଲୀରେ ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ ପରାମର୍ଶ ଦିଆଯାଇଛି। ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ବାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ଦିଆଯାଇଛି ପରାମର୍ଶ।

ତେବେ o ରୁ ରୁ ୫୦ ମଧ୍ୟରେ ଥିବା AQI କୁ ‘ଭଲ’, ୫୧ ଏବଂ ୧୦୦ ମଧ୍ୟରେ ରହିଲେ ଏହା ‘ସନ୍ତୋଷଜନକ’, ୧୦୧ ରୁ ୨୦୦କୁ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’, ୩୦୧ରୁ ୪୦୦ ମଧ୍ୟରେ ରହିଲେ ‘ଅତି ଖରାପ’ ବୋଲି ଧରାଯାଏ । ସେହିପରି AQI ୪୦୧ରୁ ୪୫୦ ମଧ୍ୟରେ ରହିଲେ ଏହାକୁ ‘ଗୁରୁତର’ ଏବଂ ୪୫୦ ପାର୍ କଲେ ଏହାକୁ ସିଭିୟର୍ ପ୍ଲସ୍ ବା ‘ଅତି ଗୁରୁତର’ ଭାବରେ ବିବେଚନା କରାଯାଏ । ବଢୁଥିବା AQI ଇନଡେକ୍ସକୁ ହ୍ରାସ ଓ ବାୟୁ ଗୁଣବତ୍ତାରେ ସୁଧାର ଆଣିବା ପାଇଁ ଏହି ଅଷ୍ଟସୂତ୍ରୀ ନିୟମ ଲାଗୁ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now