Advertisment

Cracks spotted on Meghanada Prachir: ASI ସବୁ ଜାଣିଛି କହିଲେ ଅରବିନ୍ଦ

ପ୍ରାଥମିକ ଭାବେ ଶିଉଳି ଛଡ଼ା, ପାଣି ଝରିବା ବନ୍ଦ ପଦକ୍ଷେପ ନିଆଯାଇଛି । ଆନନ୍ଦବଜାରର ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ଉଦ୍ୟମ କରିଛୁ ।

author-image
Satyendu Shekher Mishra
Meghanad Prachir

Meghanad Prachir

ମେଘନାଦ ପାଚେରିର ଦୁର୍ବଳ ସ୍ଥିତିକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଅରବିନ୍ଦ କହିଛନ୍ତି ASI ଶ୍ରୀଜଗନ୍ନାଥ ମନ୍ଦିରର
ସମସ୍ତ ମରାମତି ଓ ସଂରକ୍ଷଣ କାମ କରୁଛି। ମେଘନାଦ ପାଚେରିରେ କିଛି ଫାଟ ରହିଥିବା କିଛି ମାସ ତଳେ ଜାଣିବାକୁ ପାଇଥିଲୁ। ସେଥିପାଇଁ ଆମେ ଏହାର ଶୀଘ୍ର ମରାମତି ପାଇଁ ASIକୁ ନିବେଦନ କରିଛୁ। ଏମିତିକି ଏହି ପାଚେରିର ସାମଗ୍ରିକ ବୈଜ୍ଞାନିକ ସର୍ଭେ ପାଇଁ ମଧ୍ୟ ASI ଅଧୀକ୍ଷକଙ୍କୁ ଚିଠି ଲେଖିଛୁ।

Advertisment

ମେଘନାଦ ପାଚେରିରେ କେତେକ ଫାଟ ହୋଇଥିବା ନଜରକୁ ଆସିଛି ପ୍ରାଥମିକ ଭାବେ ଶିଉଳି ଛଡ଼ା, ପାଣି ଝରିବା ବନ୍ଦ ପଦକ୍ଷେପ ନିଆଯାଇଛି। ଆନନ୍ଦବଜାରର ଡ୍ରେନେଜ ସମସ୍ୟା ସମ୍ପର୍କରେ ଜାଣିଛୁ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ଉପରେ ଗୁରୁତ୍ୱ ଦେଇଛୁ। ଶ୍ରୀମନ୍ଦିର ସୁରକ୍ଷା ଆମର ପ୍ରାଥମିକତା ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ।

ତେବେ ମେଘନାଦ ପାଚେରିର ଚାରିପଟେ ଲିକେଜ୍ । ଅନବରତ ଓଦା, ସନ୍ତସନ୍ତିଆ । ଆଗେ ସିଂହଦ୍ୱାର ପଟ ଥିଲା ଏବେ ପଶ୍ଚିମ ଦ୍ୱାର ମେଘନାଦ ପାଚେରିରେ ବି ଫାଟ ଜଳ ଜଳ ଓ କାନ୍ଥ ଦୁର୍ବଳ । ଠିକ୍ ସେମିତି ଦକ୍ଷିଣ ଦ୍ୱାର ପଟ ପ୍ରାଚୀରର ଅବସ୍ଥା । ପାଣି ନିଷ୍କାସନ ପାଇଁ ମଗରମୁଣ୍ଡ ଅଛି, ହେଲେ ସେଠୁ ନୁହେଁ ବରଂ ତା ମୁଣ୍ଡ ଉପରୁ ଗଳ ଗଳ ପାଣି ଝରୁଛି । ଯାହାକୁ ନେଇ ଭକ୍ତରୁ ସେବାୟତ, ସମସ୍ତେ ବର୍ଷିଲେଣି- ASI ଓ ପ୍ରଶାସନକୁ ଘେରିଲେଣି ।

Advertisment

ଖୋଦ୍ ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି- ପରିକ୍ରମା ପ୍ରକଳ୍ପ କାମ ବେଳେ JCB ଲଗାଇ ଚାରିକଡ଼ୁ ମଠ ମନ୍ଦିର ସବୁ ଭାଙ୍ଗିଲେ । ଏହାଦ୍ୱାରା ମେଘନାଦ ପାଚେରିକୁ ସପୋର୍ଟ କମିଗଲା । ସୁରକ୍ଷା ନମିଳିଲେ, ଆଗକୁ ଏହା ଭୁଶୁଡ଼ି ପଡ଼ିବ । ASI ସ୍ୱତନ୍ତ୍ର ଭାବେ କାମ କରୁ, ନିଜେ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ।

ଏଣେ ମେଘନାଦ ପାଚେରିରେ ଫାଟକୁ ନେଇ ତେଜିଛି ରାଜନୀତି । ଗତ ବିଜେଡି ସରକାରକୁ କଡ଼ା ନିଶାନା କରିଛି ବିଜେପି । ଦଳର ମୁଖପାତ୍ର ଅନୀଳ ବିଶ୍ୱାଳ ସିଧାସଳଖ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନଙ୍କୁ ଆକ୍ଷେପ କରି କହିଛନ୍ତି- ସେମାନେ ଏମିତି କିଛି ଭୁଲ କରି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡ଼ିଶାବାସୀଙ୍କୁ ଦେବାକୁ ପଡୁଛି l

ନିଜ ରାଜନୈତିକ ଫାଇଦା ପାଇଁ ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ସେମାନେ ଯେପରି ପୁରାତନ ଐତିହ୍ୟକୁ ବିପଦକୁ ଠେଲି ଦେଇଥିଲେ ତାହା ଦୁଃଖ ଦାୟକ l ଏତେ ବିଶାଳ ଗର୍ତ୍ତ କାହିଁକି ମନ୍ଦିର ଚାରିପଟେ କରାଯାଇଥିଲା ସେନେଇ ବି ଉଭୟଙ୍କଠୁ ଜବାବ ମାଗିଛି ବିଜେପି । ସେପଟେ ବିଜେପି ସହ ସ୍ୱର ମିଶାଇଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ ।

ଅମର କହିଛନ୍ତି-ଐତିହ୍ୟ ସୁରକ୍ଷାରେ ଅବହେଳା ହୋଇଥିଲେ ଅକ୍ଷମଣୀୟ । ସରକାର ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ । ଜବାବରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି- ଯିଏ ପରିକ୍ରମା ପ୍ରକଳ୍ପ କରିଛି, ସେ କଣ ମନ୍ଦିରର କ୍ଷତି କରିବାକୁ କରିଥିଲା କି ?

ସେପଟେ ମେଘନାଦ ପାଚେରିର ଦୁର୍ବଳ ସ୍ଥିତିକୁ ନେଇ ହଇଚଇ ପରେ ଏହାର ତୁରନ୍ତ ମରାମତି ପାଇଁ ASIକୁ ଗତକାଲି ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ତାସହ ପାଚେରିର ସାମଗ୍ରିକ ବୈଜ୍ଞାନିକ ସର୍ଭେ ପାଇଁ ମଧ୍ୟ ଜଣାଇଥିଲେ । ଆଉ ଆଜି ଆଇନମନ୍ତ୍ରୀ କହିଛନ୍ତି, ପାଚେରିରେ ଫାଟ ଅନେକ ଦିନର । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଏଭିକ୍ସନ ସମୟରେ ଏ ଫାଟ ହୋଇଛି । ଏହାର ସ୍ଥାୟୀ ମରାମତି ପାଇଁ ASI ପ୍ରକ୍ରିୟା ଆରମ୍ଭ କରିଛି । 

Srimandir Jagannath Temple
Advertisment
Advertisment