Advertisment

KIIT Student Death Case: କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ KIIT ଭିସି

ନେପାଳ ଛାତ୍ରୀଙ୍କୁ ଗାଳି ଗୁଳଜ ଓ ଧମକ ଦେଇଥିବା ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ହାଜର ହେଲେ ଭିସି-ରେଜିଷ୍ଟ୍ରାର

ହାଜର ହେଲେ ଭିସି-ରେଜିଷ୍ଟ୍ରାର

KIIT କାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଖୋଳତାଡ଼ । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଛନ୍ତି KIIT ଅଧିକାରୀ । ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍‌ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟାର ହାଜର ହୋଇଛନ୍ତି । ସେହିପରି ସେ ଦିନ ନେପାଳ ଛାତ୍ରୀଙ୍କୁ ଗାଳି ଗୁଳଜ ଓ ଧମକ ଦେଇଥିବା ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି । ତେବେ କିଟ୍‌ର ଏହି ସମସ୍ତ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି । ଏ ସମସ୍ତ ଅଧିକାରୀଙ୍କ ବୟାନ ରେକର୍ଡ କରାଯିବ ।

Advertisment

ସେପଟେ ଏହି ଘଟଣାରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ ବଢ଼ିଛି । ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବା ପାଇଁ ରାଜ୍ୟ ସରକାରଙ୍କ ହାଇଲେବୁଲ କମିଟି ନିର୍ଦ୍ଦେଶ ଦେଇଛନ୍ତି । ଆଜି ସନ୍ଧ୍ୟା ସାଢ଼େ ୬ଟାରେ ହାଇଲେବୁଲ୍‌ କମିଟି ଆଗରେ ହାଜର ପାଇଁ ନିର୍ଦ୍ଦେଶ ହୋଇଛି। ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶରେ ଜାରି କରାଯାଇଛି ।

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ ସମୟରେ ଘଟିଥିବା ଘଟଣାକୁ ନେଇ ଉଷ୍ମ ହୋଇଥିଲା ରାଜ୍ୟ ରାଜନୀତି । ବିଧାନସଭା ହୋ-ହଲ୍ଲା ପରେ ହାଇଲେବୁଲ୍‌ କମିଟି ଗଠନ କରିଥିଲେ ରାଜ୍ୟ ସରକାର। ଏହି କମିଟିର ଅଧ୍ୟକ୍ଷ ଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଏହି କମିଟି ବିଭିନ୍ନ ଦିଗରୁ ତଦନ୍ତ କରୁଛି । କେଉଁ କାରଣ ପାଇଁ ଛାତ୍ରୀ ଆତ୍ମହତ୍ୟା କଲେ? ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର କ’ଣ ଭୂମିକା ରହିଛି? କ’ଣ ପାଇଁ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିଲା? ଏପରି ବିଭିନ୍ନ ଦିଗରୁ ତଦନ୍ତ କରୁଛି ହାଇଲେବୁଲ କମିଟି। ସେଥିପାଇଁ ଶ୍ରୀ ସାମନ୍ତଙ୍କୁ ଜେରା କରିବାକୁ ଡାକିଛି ହାଇଲେବୁଲ୍‌ କମିଟି।

Advertisment

ସୂଚନାରୁ ପ୍ରକାଶ, ଗତ ରବିବାର ସନ୍ଧ୍ୟାରେ କିଟ୍‌ ବିଶ୍ୱବିଦ୍ୟାଳୟରେ ପାଳିତ ହେଉଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଉ ସେହି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ କର୍ମଚାରୀ ଓ ଛାତ୍ରଛାତ୍ରୀ । କୋଳାହଳ ଭିତରେ ବି-ଟେକ୍‌ ଇଞ୍ଜିନିୟରିଂ ପଢ଼ୁଥିବା ନେପାଳ ଛାତ୍ରୀ ନିଜ ରୁମ୍‌ରେ ଝୁଲି ପଡ଼ିଥିଲେ । ସେହି ଖବର ବିଦ୍ୟୁତ୍‌ ବେଗରେ ବ୍ୟାପୀ ଯାଇଥିଲା। ଆଉ ଏକତ୍ର ହୋଇଥିଲେ ସମସ୍ତ ନେପାଳୀ ଛାତ୍ରଛାତ୍ରୀ। କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି କିଟ୍‌ କର୍ତ୍ତୃପକ୍ଷ କମିସନ୍‌ରେଟ୍‌ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ରାତି ତମାମ ଚାଲିଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ସୋମବାର ସକାଳେ କିଟ୍‌ କର୍ତ୍ତୃପକ୍ଷ କଲେଜରେ ସାଇନ୍‌-ଏ-ଡାଏ ଘୋଷଣା କରିଥିଲେ। ହଷ୍ଟେଲ୍‌ ଖାଲି କରିବା ପାଇଁ ନେପାଳୀ ଛାତ୍ରଛାତ୍ରୀଙ୍କୁ କହିଥିଲେ କିଟ୍‌ କର୍ତ୍ତୃପକ୍ଷ ।

ଅତି କଦର୍ଯ୍ୟ ଭାଷାରେ ଛାତ୍ରଛାତ୍ରୀଙ୍କୁ ଗାଳି ଦେଇଥିଲେ କିଟ୍‌ କର୍ତ୍ତୃପକ୍ଷ। ଏତେ ପରିମାଣରେ ତଳକୁ ଖସି ଯାଇଥିଲେ ଯେ, ଛାତ୍ରଛାତ୍ରୀଙ୍କ ଦେଶର ଆର୍ଥିକ ସ୍ଥିତିକୁ ନେଇ ପରିହାସ କରିଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏପରିକି ନେପାଳୀ ଛାତ୍ରଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡ଼ ଲଗାଇ ମାଡ଼ ମାରିଥିଲେ। ପିଲାମାନଙ୍କୁ ବସ୍‌ରେ ନେଇ କଟକରେ ଛାଡ଼ି ଆସିଥିଲେ କିଟ୍‌ କର୍ତ୍ତୃପକ୍ଷ। ଏହାକୁ ନେଇ ଓଡ଼ିଶା ତଥା ଭାରତ ବିଦେଶରେ ନିନ୍ଦିତ ହୋଇଥିଲା ।

Bhubaneswar Achyuta Samanta KIIT University
Advertisment
Advertisment