Advertisment

Coastal Highway: କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ; ତତ୍ପର NHAI, ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା

ଡବଲ ଇଞ୍ଜିନ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ। ବହୁ ବାଦବିବାଦ, ବାରମ୍ବାର ନକ୍ସା ପରିବର୍ତ୍ତନ ପରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟେଣ୍ଡର ପ୍ରକ୍ରିୟା, ନିର୍ମାଣ ହେବାକୁ ଯାଉଛି ଉପକୂଳ ରାଜପଥ। ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ରାସ୍ତା ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ ହେବ।

ଅଦ୍ୟତନ ହୋଇଛି
Coastal Highway

Coastal Highway

Advertisment

ସାକାର ହେବାକୁ ଯାଉଛି କୋଷ୍ଟାଲ୍ ହାଇୱେ ସ୍ବପ୍ନ। ଗଞ୍ଜାମରୁ ଦୀଘା ଯାଏଁ ଉପକୂଳ ରାଜପଥ ପାଇଁ ଜଲଦି ଟେଣ୍ଡର ସହ ନିର୍ମାଣ କାମ ଆରମ୍ଭ ହେବ। ବହୁ ବାଦବିବାଦ ଓ ବାରମ୍ବାର ନକ୍ସା ପରିବର୍ତ୍ତନ ପରେ ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ରାମେଶ୍ବରରୁ ଜଗତସିଂହପୁରର ରତନପୁର ପର୍ଯ୍ୟନ୍ତ ୧୬୩ କିଲୋମିଟର ରାସ୍ତା ପାଇଁ NHAI କର୍ତ୍ତୃପକ୍ଷ ଟେଣ୍ଡର ଆହ୍ବାନ କରିବାକୁ ଯାଉଛନ୍ତି। ଅପରପକ୍ଷେ କିଛି ସ୍ଥାନରେ ପରିବେଶଜନିତ ସମସ୍ୟା ଆଶଙ୍କା କରି ଜନ ଅସନ୍ତୋଷ ମୁଣ୍ଡ ଟେକୁଥିବାରୁ ଆପୋଷ ଆଲୋଚନା ଉପରେ ଗୁରୁତ୍ବାରୋପ କରିଛନ୍ତି ବିଭିନ୍ନ ବର୍ଗ।

Advertisment

ଡବଲ ଇଞ୍ଜିନ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ। ବହୁ ବାଦବିବାଦ, ବାରମ୍ବାର ନକ୍ସା ପରିବର୍ତ୍ତନ ପରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟେଣ୍ଡର ପ୍ରକ୍ରିୟା, ନିର୍ମାଣ ହେବାକୁ ଯାଉଛି ଉପକୂଳ ରାଜପଥ। ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ରାସ୍ତା ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ କରିବେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ବରରରୁ ଜଗତସିଂହପୁର ଜିଲ୍ଲା ରତନପୁର ପର୍ଯ୍ୟନ୍ତ ରାସ୍ତା ତିଆରି ହେବ ।

ଚୂଡ଼ାନ୍ତ ଟେଣ୍ଡର ପରେ ଆରମ୍ଭ ହେବ କାମ। ଏଥିପାଇଁ ଜାରି ରହିଛି ଅନୁମୋଦନ ପ୍ରକ୍ରିୟା। ପୂର୍ତ୍ତମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, କିଛି ଲୋକଙ୍କ ମନରେ କୋଷ୍ଟାଲ ହାଇୱେକୁ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା, ଡବଲ୍ ଇଞ୍ଜିନ ସରକାର ଆସିବା ପରେ ଏହା ସାକାର ହେବାକୁ ଯାଉଛି। ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ଉତ୍ସାହିତ ଉପକୂଳବର୍ତ୍ତୀ ଜିଲ୍ଲାବାସୀ। ସେମାନେ ଦାବି କରିଛନ୍ତି ତୁରନ୍ତ କାମ ଆରମ୍ଭ କରାଯାଉ।

Advertisment

ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଗମନାଗମନ, ପର୍ଯ୍ୟଟନ ଶିଳ୍ପର ବିକାଶକୁ ଲକ୍ଷ୍ୟ ରଖି ଭାରତମାଳା ପରି ଯୋଜନାରେ ଗଞ୍ଜାମରୁ ପଶ୍ଚିମବଙ୍ଗ ଦୀଘା ପର୍ଯ୍ୟନ୍ତ ପ୍ରାୟ ୪୪୦ କିଲୋମିଟର ରାସ୍ତା ତିଆରି ଲାଗି ଉପକୂଳ ରାଜପଥର ପରିକଳ୍ପନା କରିଛନ୍ତି କେନ୍ଦ୍ର ସରକାର। ପ୍ରସ୍ତାବିତ ପ୍ରକଳ୍ପ ଅନୁଯାୟୀ, ଗଞ୍ଜାମରୁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ୬ଟି ଜିଲ୍ଲା ଦେଇ ପଶ୍ଚିମବଙ୍ଗ ମେଦିନୀପୁର ଅତିକ୍ରମ କରିବ ଏହି ରାସ୍ତା। କିନ୍ତୁ ବିଭିନ୍ନ କାରଣ ପାଇଁ ମୁଣ୍ଡ ଟେକୁଛି ବିବାଦ।

ଅଧିକ ପଢ଼ନ୍ତୁ: ସହଦେବ ହତ୍ୟା ଘଟଣା: ସସପେନ୍ସ ନୁହେଁ, ପଦାକୁ ଆସୁଛି ଛାତି ଥରେଇ ଦେଲା ପରି ସତ !

Advertisment

ଜଗତସିଂହପୁର ଜିଲ୍ଲାରେ ସମୂଦ୍ରଠାରୁ ପ୍ରାୟ ୨୫ କିମି ଦୂରରେ ରାଜପଥ ଯାଉଥିବାରୁ ଉପୁଜିଥିଲା ବଡ଼ ଆନ୍ଦୋଳନ। ଫଳରେ ଟେଣ୍ଡର ବାତିଲ ସହ ବଦଳାଯାଇଥିଲା ନକ୍ସା-ଥ୍ରୀ। ଏବେ ନୂଆ ନକ୍ସା ସହ ବଡ଼ ପୋଖରୀଆରୁ ପୁରୀ, ପୁରୀରୁ ବାଙ୍ଗୁରିଗାଁ, ବାଙ୍ଗୁରିଗାଁରୁ ଭାୟା ଅସ୍ତରଙ୍ଗ ଦେଇ ଏରସମା, ଏବଂ ଏରସମାରୁ ମଶାକଣି ଯାଏଁ ରାସ୍ତା କାମ ପାଇଁ ମୋଟ ୭ ହଜାର ୩୮ କୋଟିର ଟେଣ୍ଡର ହୋଇଛି। ଅପରପକ୍ଷେ ପ୍ରକଳ୍ପ ଦ୍ବାରା ପ୍ରତିକୂଳ ପରିବେଶ ଆଶଙ୍କା କରି ବିଭିନ୍ନ ସ୍ଥାନରେ ଜାରି ରହିଛି ଜନଶୁଣାଣି।

ମହାକାଳପଡ଼ାରେ ଜନଶୁଣାଣିରେ ପ୍ରଭାବିତ ହେବାକୁ ଥିବା ବାସିନ୍ଦା ଓ ଚାଷୀଙ୍କଠୁ ଆପତ୍ତିପତ୍ର ଗ୍ରହଣ କରିଛି ପ୍ରଶାସନ। ସେପଟେ ସଡ଼କ ସୁରକ୍ଷା କର୍ମୀଙ୍କ କହିବା କଥା, ତୁରନ୍ତ ପ୍ରକଳ୍ପ କାମ ସାରିବାକୁ ହେଲେ ଉପକୂଳବର୍ତ୍ତୀ ଜିଲ୍ଲାର ଲୋକଙ୍କ ପରାମର୍ଶ ନେଇ ସରକାର କାମ କରିବା ଦରକାର। ତେଣେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, କେନ୍ଦ୍ର ସରକାର ନୀତିଗତ ନିଷ୍ପତ୍ତି ନେଇସାରିଛନ୍ତି। ଖୁବଶୀଘ୍ର କାମ ସରିବ।

ଅଧିକ ପଢ଼ନ୍ତୁ: ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ହେବ ଟ୍ରାଇ ସିଟି; ବଢ଼ିବ ସହରର କଳେବର

Odisha BJP Coastal Highway
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ