Astrospeak
  • Live TV
  • Read In English

Odisha Congress: ବିଜେଡି ବଦଳରେ ଶାସକ ବିଜେପିକୁ ଅକଳରେ ପକାଉଛି କଂଗ୍ରେସ

ରାଜ୍ୟରେ ପ୍ରଥମକରି ଏକାକି କ୍ଷମତାକୁ ଆସିବା ପରେ ବିଜେପି ସରକାରକୁ ମୁଖ୍ୟ ବିରୋଧୀ ଦଳ ବିଜେଡି ନୁହେଁ ବରଂ ଏବେ ଅକଳରେ ପକାଉଛି କଂଗ୍ରେସ । ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସର ମୁଖିଆ ପଦବି ସମ୍ଭାଳିବା ପରେ ବଦଳିଯାଇଛି ଦଳର ସୁପ୍ତ ରଣନୀତି ।

Congress Vs BJD
ଦାଉ ଦାଉ କଂଗ୍ରେସ, ମଳିନ ବିଜେଡି !

ରାଜ୍ୟରେ ପ୍ରଥମକରି ଏକାକି କ୍ଷମତାକୁ ଆସିବା ପରେ ବିଜେପି ସରକାରକୁ ମୁଖ୍ୟ ବିରୋଧୀ ଦଳ ବିଜେଡି ନୁହେଁ ବରଂ ଏବେ ଅକଳରେ ପକାଉଛି କଂଗ୍ରେସ । ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସର ମୁଖିଆ ପଦବି ସମ୍ଭାଳିବା ପରେ ବଦଳିଯାଇଛି ଦଳର ସୁପ୍ତ ରଣନୀତି । ଉଭୟ ସମସ୍ୟା ଆଉ ଆକ୍ସନରେ ବିଜେଡିଠୁ ବହୁ ଆଗରେ ରହିଛି କଂଗ୍ରେସ ।

ଯାହାର ଚିତ୍ର ଉଭୟ ବିଧାନସଭା ଭିତରେ ଓ ବାହାରେ ଦେଖିବାକୁ ମିଳୁଛି । ଆଉ ଆଜି ବିଧାନସଭା ଘେରାଉ ପାଇଁ ଦଳ ଦେଇଥିବା ଆନ୍ଦୋଳନ ଡାକରାରେ କଂଗ୍ରେସରେ ଯେଭଳି ଏକତା ଦେଖିବାକୁ ମିଳିଛି, ତାହା ଆଗରୁ କେବେ ହୋଇନଥିବା ଚର୍ଚ୍ଚା ହେଉଛି । ସାମଗ୍ରିକ ଭାବେ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି । ବିଜେଡି ଦୁର୍ବଳ ହେଉଥିବା ବେଳେ ବଢୁଛି କଂଗ୍ରେସ ।

ନାରୀକୁ ନ୍ୟାୟ ପ୍ରସଙ୍ଗକୁ ଗଣ୍ଠିକରି ମିଳିତ ମୁଦ୍ରାରେ ରାଜ୍ୟ କଂଗ୍ରେସ । ହାତକୁ ହାତ ଛନ୍ଦି ଗୋଟିଏ ଫ୍ରେମରେ ଦଳର ସବୁ ତୁଙ୍ଗନେତା । କ୍ଷମତାଶୀନ ବିଜେପି ସରକାର ବିରୋଧରେ ୩ ଦିନ ଧରି ରଣହୁଙ୍କାର ଦେଇଥିବା ରାଜ୍ୟ କଂଗ୍ରେସ ଭିତରେ ଯେମିତି ଆସିଛି ଅସରନ୍ତି ଜୋସ୍ । ପିସିସି ସଭାପତି ଦାୟିତ୍ବ ନେବା ପରେ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ପ୍ରଥମଥର ଲାଗି ଗୋଟିଏ ସ୍ଥାନରେ ଆନ୍ଦୋଳନ ପାଇଁ ଏକାଠି ହୋଇଛନ୍ତି ସବୁ ବର୍ଗର ନେତା।

ଅଧିକ ପଢ଼ନ୍ତୁ: ସରକାର ଦେଉଛନ୍ତି ପ୍ରୋତ୍ସାହନ, ହଳଦିଆ ତରଭୁଜ ଚାଷକରି ଲକ୍ଷପତି ଚାଷୀ

ପୁରୁଣା ହୁଅନ୍ତୁ କି ନୂଆ, ବରିଷ୍ଠ ହୁଅନ୍ତୁ କି କନିଷ୍ଠ, ଆଜିର ଆନ୍ଦୋଳନ ଡାକରା ପରେ, ଏମିତି କେହି ଜଣେ ନେତା ନଥିଲେ, ଯିଏ ଲୋୟର ପିଏମଜି ଆସି ନଥିଲେ । ମଙ୍ଗଳବାର ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଦଳର ୧୨ ସଦସ୍ୟ ନିଲମ୍ବିତ ହେବାପରେ ଦେଖିବାକୁ ମିଳିଥିଲା କଂଗ୍ରେସର ଏକତାପଣିଆ । ରାତିରେ ବିଧାନସଭା ଗେଟ୍ ବାହାରେ ଏକାଠି ହୋଇଥିଲେ ବହୁ ବରିଷ୍ଠ ନେତା ।

ଗତକାଲି ବିଧାନସଭାକୁ ପଶିବାକୁ ଉଦ୍ୟମବେଳେ ବି ସମାନ ଚିତ୍ର ଦେଖିବାକୁ ମିଳିଥିଲା । ଆଜି ବିଧାନସଭା ଘେରାଉ ପୂର୍ବରୁ ଲୋୟର ପିଏମଜି ହୋଇଥିଲା କଂଗ୍ରେସମୟ । ଏକାଠି ହୋଇଥିଲେ ଦଳର ସବୁ ସାଂଗଠନିକ ପଦାଧିକାରୀ,ନେତା ଓ କର୍ମୀ । ମହିଳା ୱିଙ୍ଗରୁ ଆରମ୍ଭକରି ଛାତ୍ର ଓ ଯୁବ ସଂଗଠନ, ସେବା ଦଳ ଓ କୃଷକ ମୋର୍ଚ୍ଚା ଆଦି ସବୁ ସଂଗଠନର ନେତା ଓ ସଦସ୍ୟଙ୍କ ଉପସ୍ଥିତି ଦେଖିଲେ ଲାଗୁଥିଲା, ଯେମିତି କଂଗ୍ରେସରେ ଆଉ କନ୍ଦଳ ନାହିଁ ।

ଆଜିର ବିଶାଳ ବିରୋଧପରେ ରାଜ୍ୟରେ ବିଜେପି ସରକାର ବିରୋଧରେ ଆଗକୁ ବିରୋଧର ସ୍ବର ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛି କଂଗ୍ରେସ । ଏସବୁ ଭିତରେ ସବୁ ଜିଲ୍ଲାରେ ନ୍ୟାୟ ସତ୍ୟାଗ୍ରହ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି । ଏପଟେ କଂଗ୍ରେସକୁ କଡ଼ା ସମାଲୋଚନା କରିଛି ବିଜେପି ।

ରାଜ୍ୟ ସଭାପତି ମନମୋହନ ସାମଲ ଏକ ସାମ୍ବାଦିକ ସମ୍ମିଳନୀ ଡାକି କଂଗ୍ରେସ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥବା କହି ଖୁବ୍ ବର୍ଷିଛନ୍ତି । ମନମୋହନ କହିଛନ୍ତି, କଂଗ୍ରେସର କଳଙ୍କିତ ଇତିହାସ ସମସ୍ତଙ୍କୁ ଜଣା ଅଛି । ନାରୀ ସୁରକ୍ଷାର ନାରା ଦେଉଥିବା କଂଗ୍ରେସ କ୍ଷମତାରେ ଥିବାବେଳେ ଓଡ଼ିଶାର ଅଞ୍ଜନା ଓ ଛବିରଣୀ ଘଟଣାକୁ କେହି ବି ଭୁଲି ନାହାନ୍ତି ।

ଏଣେ ରାଜ୍ୟରେ ବିରୋଧୀ ଦଳ ହିସାବରେ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ଗୋଟିଏ ମୁଦ୍ଦାକୁ ନେଇ ଗୋଟେପଟେ ବିଧାନସଭା ଅଚଳ ଏବଂ ଅନ୍ୟପଟେ ସରକାରଙ୍କୁ ରାଜରାସ୍ତାରେ ଚ୍ୟାଲେଞ୍ଜ ଦେଉଛି । କିନ୍ତୁ, ଏହାରି ଭିତରେ ଯେମିତି କୋଣଠେସା ହୋଇଯାଇଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ଦଳ ଯେମିତି ଉଭୟ ଇସ୍ୟୁ ଏବଂ ଆକ୍ସନରେ ଦିଗହରା ହୋଇପଡ଼ିଛି ।

ଅଧିକ ପଢ଼ନ୍ତୁ: ଲୋୟର PMGରେ କଂଗ୍ରେସର ଆନ୍ଦୋଳନ, ପୋଲିସ୍‌ ଗାଡ଼ି ପୋଡ଼ିବାକୁ କରିଥିଲେ ଉଦ୍ୟମ