/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743073637.jpg)
‘ପୋଲିସ୍ ଗାଡ଼ି ପୋଡ଼ିବାକୁ ଉଦ୍ୟମ’
ଲୋୟର PMGରେ ସ୍ଥିତି ନିୟନ୍ତ୍ରଣ ବେଳେ ୧୨ ପୋଲିସ ଆହତ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଏବେ ବି ସବୁ ବ୍ୟାରିକେଡ୍ ଲାଗିଛି ଓ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ଅଛନ୍ତି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି, ଆନ୍ଦୋଳନରତ କଂଗ୍ରେସ କର୍ମୀ ପୋଲିସ୍ ଗାଡ଼ି ପୋଡ଼ିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଡ୍ରାଇଭର ଏହାକୁ ପ୍ରତିହତ କରିଥିଲେ । ତେବେ ପୋଲିସ୍ ଗାଡ଼ି ପୋଡ଼ିବାକୁ କିଏ ଉଦ୍ୟମ କରିଥିଲେ ସେନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି । ଏହାସହ ଆନ୍ଦୋଳନସ୍ଥଳର ସିସିଟିଭି ଯାଞ୍ଚ ଚାଲିଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଡିସିପି ଜଗମୋହନ ମୀନା ।
ଅଧିକ ପଢ଼ନ୍ତୁ: କଂଗ୍ରେସ କର୍ମୀଙ୍କ ଭୟଙ୍କର କାଣ୍ତ; ଫାଟିଲା ଗଣମାଧ୍ୟମ ପ୍ରତିନିଧିଙ୍କର ମୁଣ୍ତ...
ସୂଚନା ଅନୁସାରେ, ଆଜି ରଣକ୍ଷେତ୍ର ପାଲଟିଥିଲା ରାଜଧାନୀର ଗାନ୍ଧି ମାର୍ଗ । କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ଉଗ୍ରରୂପ ନେବାରୁ ଲୋୟର ପିଏମଜିରେ ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି । ୧୬୩ ଧାରା ଭାଙ୍ଗିବାକୁ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା । ନାରୀ ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଘେରାଉ ପାଇଁ ଯାଇଥିବା ଶତାଧିକ କଂଗ୍ରେସ କର୍ମୀ ହଠାତ ପୋଲିସର ପ୍ରଥମ ସୁରକ୍ଷା ବଳୟ ଭାଙ୍ଗି ବିଧାନସଭା ଅଭିମୁଖେ ବଢ଼ିଥିଲେ ।
ଏହାପରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇାବାକୁ ଉଦ୍ୟମ କରିଥିଲା । ତେବେ ଏତିକି ବେଳେ କଂଗ୍ରେସ କର୍ମୀ ମାନେ ପୋଲିସ ଉପରକୁ ଚେୟାର ମାଡ଼ କରିଥିଲେ । ଏହା ପରେ ପରେ ପୋଲିସ ଉପରକୁ ଟେକା ପଥର, ଅଣ୍ଡା, ଟମାଟୋ, ପାଣି ବୋତଲ ମାଡ଼ କରିଥିଲେ । କଂଗ୍ରେସ କର୍ମୀଙ୍କ ଏଭଳି କାରନାମା ଦେଖି ନିଜକୁ ସୁରକ୍ଷିତ ରଖିବାକୁ ଗଣମାଧ୍ୟମ ପ୍ରତିନିଧି ଚେୟାରକୁ ମୁଣ୍ଡରେ ସୁରକ୍ଷା କବଚ କରିଥିବା ଦେଖିବାକୁ ମିଳିଥିଲା । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୋଲିସ ପ୍ରଥମେ ପାଣି ମାଡ଼ ଓ ପରେ ଭିଡ଼ ହଟାଇବାକୁ ଟିୟର ଗ୍ୟାସ୍ ମାଡ଼ କରିଥିଲା । ଏହାପର ବି କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠି ମାଡ଼ କରିଥିଲା । ଆନ୍ଦୋଳନକାରୀ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ପୋଲିସ । ଶେଷରେ ପୋଲିସ ଆନ୍ଦୋଳନର ନେତୃତ୍ବ ନେଉଥିବା ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ମହମ୍ମଦ ମୋକିମଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)