/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749029230.jpg)
Operation Sindoor
ପାକିସ୍ତାନ ବିରୋଧରେ କରାଯାଇଥିବା ଅପରେସନ ସିନ୍ଦୂରରେ ଭାରତକୁ ମିଳିଥିଲା ବଡ ସଫଳତା । ଭାରତର ଆକ୍ରମଣରେ ପାକିସ୍ତାନକୁ ବହୁ କ୍ଷତି ସହିବାକୁ ପଡିଛି । ପାକିସ୍ତାନର ୬ଟି ଫାଇଟର ପାୱାରଫୁଲ ଫାଇଟର ଜେଟ ଓ ୯ଟି ବିମାନକୁ ନଷ୍ଟ କରିଥିଲା ଭାରତ । ୨ଟି ଶକ୍ତିଶାଳୀ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ସମେତ ୩୦ରୁ ଅଧିକ କ୍ଷେପଣାସ୍ତ୍ର ଏବଂ ୧୦ରୁ ଅଧିକ ସଶସ୍ତ୍ର ଡ୍ରୋନକୁ ବି ମାଟିରେ ମିଶାଇଛି ଭାରତ । ଗତ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ୪ ଦିନ ଧରି ଲାଗିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର C-130 ହରକୁଲାସ ବିମାନ ମଧ୍ୟ ଧ୍ୱଂସ ହୋଇଥିବାର ସୂଚନା ମିଳିଛି ।
ଅଧିକ ପଢନ୍ତୁ: ପଞ୍ଚମ ମହିଳା ଭାବେ ଜାତିସଂଘ ସାଧାରଣ ପରିଷଦର ନୂଆ ଅଧ୍ୟକ୍ଷ ହେଲେ ଏନାଲେନା ବେୟରବକ
ପାକିସ୍ତାନ ବିରୋଧରେ ଭାରତ ଅପରେସନ ସିନ୍ଦୂର ଅଧିନରେ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବିଶ୍ଳେଷଣ କରିବା ପରେ ଏହି ବିସ୍ତୃତ ତଥ୍ୟ ସାମନାକୁ ଆସିଛି । ରିପୋର୍ଟରେ ଆହୁରି ମଧ୍ୟ ଅନେକ ତଥ୍ୟ ସାମନାକୁ ଆସିଛି । ଭାରତୀୟ ବାୟୁସେନା ପାକିସ୍ତାନର ଭୋଲାରୀ ବାୟୁସେନା ଘାଟି ଉପରେ ଆକାଶମାର୍ଗରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମିସାଇଲ ଦ୍ୱାରା ଆକ୍ରମଣ କରିଥିଲା । ସେହିଭଳି ପାକିସ୍ତାନର ହାଙ୍ଗରରେ ଅନେକ ଯୁଦ୍ଧ ବିମାନ ନଷ୍ଟ ହୋଇଥିଲା । କିନ୍ତୁ ପାକିସ୍ତାନ ସେଠାରେ ଧ୍ୱଂସ ଯୁଦ୍ଧବିମାନର ଭଗ୍ନାବଶେଷକୁ ହଟାଇ ନଥିବାରୁ ସେଠାରେ କେତେ ବିମାନର କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
ଭାରତର ଆକ୍ରମଣରେ ପାକିସ୍ତାନର ବହୁ ଏରିଆଲ ଓ ଗ୍ରାଉଣ୍ଡ ମିଲିଟାରି ଆସେଟ ନଷ୍ଟ ହୋଇଛି । ରାଡାର ଏବଂ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଲଢୁଆ ବିମାନକୁ ଟ୍ରାକ କରିବା ପରେ ତାହା ନଷ୍ଟ ହୋଇଥିବା ଜଣାପଡିଥିଲା । ପାକିସ୍ତାନର ଏକ ବାୟୁସେନା ଘାଟିରେ ଚୀନ ନିର୍ମିତ ୱିଙ୍ଗ ଲୁଙ୍ଗ ସିରିଜର ଅନେକ ଡ୍ରୋନକୁ ମଧ୍ୟ ରାଫେଲ ଓ ସୁଖୋଇ-୩୦ ଯୁଦ୍ଧବିମାନର ମିସାଇଲ ମାଡରେ ନଷ୍ଟ କରାଯାଇଥିଲା । ପାକିସ୍ତାନ ସେନା ଆକାଶମାର୍ଗ ଓ ଭୂପୃଷ୍ଠରୁ ଭାରତୀୟ ସେନାଘାଟି ଟାର୍ଗେଟ କରି ଆକ୍ରମଣ କରିଥିବା କ୍ରୁଜ ଓ ବାଲିଷ୍ଟିକ ମିସାଇଲକୁ ଭାରତ ଧ୍ୱଂସ କରିଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)