Advertisment

CJI Sanjiv Khanna: ଦିନେ ତୃତୀୟ ଶ୍ରେଣୀର ଓକିଲ ଥିଲେ ସଞ୍ଜୀବ ଖାନ୍ନା !

ଦିଲ୍ଲୀ ଆୟକର ବିଭାଗର ସିନୟର ଷ୍ଟାଣ୍ଡିଂ କାଉନସେଲ୍‌ ଭାବେ ସେ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସହକାରୀ ସରକାରୀ ଓକିଲ ଭାବେ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Who Is Sanjiv Khanna

କିଏ ଏହି ସଞ୍ଜୀବ ଖାନ୍ନା ?

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ସଂଜୀବ ଖାନ୍ନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ ଖାନ୍ନା ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି। ତେବେ ତାଙ୍କ କାର୍ଯ୍ୟକାଳ ରହିବ ମାତ୍ର ୬ ମାସ । ଆସନ୍ତା ବର୍ଷ ମେ’ ୧୩ରେ ତାଙ୍କର କାର୍ଯ୍ୟକାଳ ସରିବ।

Advertisment

ଜଷ୍ଟିସ୍‌ ଖନ୍ନାଙ୍କୁ ଏବେ ୬୪ ବର୍ଷ ବୟସ । ସେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଦେବରାଜ ଖାନ୍ନାଙ୍କ ପୁଅ । ଏହାସହ ସେ ସୁପ୍ରିମ୍‌କୋର୍ଟର ପୂର୍ବତନ ବରିଷ୍ଠ ବିଚାରପତି ହଂସରାଜ ଖାନ୍ନାଙ୍କ ପୁତୁରା ।

୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ପଞ୍ଜୀକରଣ ସହ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା। ପ୍ରଥମେ ସେ ହଜାରି କମ୍ପ୍ଲେକ୍ସ ଜିଲ୍ଲାକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଏହାପରେ ହାଇକୋର୍ଟରେ ଓକିଲାତି କରିଥିଲେ।

Advertisment

ଦିଲ୍ଲୀ ଆୟକର ବିଭାଗର ସିନୟର ଷ୍ଟାଣ୍ଡିଂ କାଉନସେଲ୍‌ ଭାବେ ସେ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଥିଲେ । 

ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ । ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ । ୨୦୦୬ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।  ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଜଣେ ତୃତୀୟ ଶ୍ରେଣୀର ଓକିଲ ଥିଲେ । ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। 

ଏହା ସହ ପଢ଼ନ୍ତୁ: Supreme Court: ସରିଲା CJI D.Y. Chandrachudଙ୍କ କାର୍ଯ୍ୟକାଳ, ବିଦାୟ ସମ୍ବର୍ଦ୍ଧନା ବେଳେ ମାଗିଲେ କ୍ଷମା !

ଜଷ୍ଟିସ୍ ଖାନ୍ନାଙ୍କ ବେଞ୍ଚ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ସ (VVPATs) ସହ ଜଡିତ ପ୍ରସଙ୍ଗଗୁଡ଼ିକର ମଧ୍ୟ ମୁକାବିଲା କରିଥିଲା।

୨୦୧୯ ମସିହା ଜାନୁଆରି ମାସ‌ରେ ଜଷ୍ଟିସ ଖାନ୍ନା ସୁପ୍ରିମକୋର୍ଟରେ ନିଯୁକ୍ତ ହୋଇଥିଲେ। ସେ ସର୍ବୋଚ୍ଚ ନ୍ୟାୟାଳୟର କାର୍ଯ୍ୟକାଳ ମଧ୍ୟରେ ମଦ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍‌) ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଜାମିନ ଆବେଦନ ଶୁଣାଣି କରିବା ସହିତ ଅନେକ ରାଜନୈତିକ ସମ୍ବେଦନଶୀଳ ମାମଲାର ବିଚାର କରିଛନ୍ତି। 

ସମ୍ବିଧାନିକ ଖଣ୍ଡପୀଠର ଏକ ଅଂଶ ଭାବରେ ଜଷ୍ଟିସ୍ ଖାନ୍ନା ଧାରା ୩୭୦ ରଦ୍ଦ ଏବଂ ନିର୍ବାଚନ ବଣ୍ଡ ମାମଲା ସମେତ ଅନେକ ବିଚାରରେ ସହଯୋଗ କରିଛନ୍ତି।

ଏହା ସହ ପଢ଼ନ୍ତୁ: ଆଉ ଅନ୍ଧ ହୋଇ ରହିବନି କାନୁନ୍, ନ୍ୟାୟଦେବୀଙ୍କ ଆଖିରୁ ହଟିଲା ପଟି

CJI Chief Justice
Advertisment
Advertisment