Advertisment

Violence Erupts In Biraja Market: ବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ-ବିପକ୍ଷବାଦୀ; ଜାଣନ୍ତୁ କ’ଣ ଏହି ବିବାଦ...

ଯାଜପୁର ବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ ବିପକ୍ଷବାଦୀ। ସ୍ଥିତି ବିଗିଡ଼ିବା ପରେ ସାମୟିକ ସ୍ଥଗିତ ରହିଲା ବିରଜା ହାଟ। ଯାଜପୁର ବିରଜା ହାଟକୁ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ।

author-image
Sujit kumar Swain
ଅଦ୍ୟତନ ହୋଇଛି
Jajpur Biraja Hata Closed Due To Violence Erupts

Violence Erupts In Biraja Market

ହାଟ ପାଇଁ ନାଟ। ଯାଜପୁରବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ ବିପକ୍ଷବାଦୀ। ସ୍ଥିତି ବିଗିଡ଼ିବା ପରେ ସାମୟିକ ସ୍ଥଗିତ ରହିଲା ବିରଜା ହାଟ। ଯାଜପୁର ବିରଜା ହାଟକୁ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ। ବନ୍ଦ ଘୋଷଣା ନେଇ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । 

Advertisment

ହାଟ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ବିରଜା ହାଟ ପୁନଃଅବସ୍ଥାନ ପାଇଁ ଅନୁମତି ଦେଇଥିଲା ପ୍ରଶାସନ। ତେବେ ଗୋଟିଏ ଗୋଷ୍ଠୀ ହାଟ ନୂଆ ସ୍ଥାନକୁ ସ୍ଥାନାନ୍ତର ଦାବିରେ ଅଟଳ ରହିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେମାନେ ଯାଜପୁର-ସିଂହପୁର ରାସ୍ତା ଅବରୋଧ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ। 

ଅଧିକ ପଢ଼ନ୍ତୁ: ‘ସେମାନେ ମୋତେ ମାରି ବାଇ-ଇଲେକ୍ସନ ଯୋଜନାରେ ଥିଲେ’: ହିମାଂଶୁ ସାହୁ

ଅପରପକ୍ଷେ ଆଉ ଗୋଟିଏ ଗୋଷ୍ଠୀ ପୁରୁଣା ସ୍ଥାନରେ ହାଟ ହେଉ ବୋଲି ଚାହୁଁଛନ୍ତି। ରାସ୍ତାରୋକ ଓ ସାମ୍ନାସାମ୍ନି ସ୍ଥିତିକୁ ଦେଖି ସେଠାରେ ଗୋଟିଏ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । 

Advertisment

ତେବେ କ’ଣ ଏ ହାଟ ବିବାଦ ? 

ଗତ ଜାନୁଆରୀ ୧୯ ତାରିଖରେ ବିରଜା ପ୍ରକଳ୍ପ ଲାଗି ଦୀର୍ଘ ବର୍ଷର ପୁରୁଣା ହାଟକୁ ଯାଜପୁର ସନ୍ଥ ମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। ପୂର୍ବ ସରକାର ହାଇଟେକ୍ ହାଟ କରିବା ପାଇଁ କହି ବ୍ୟବସାୟୀଙ୍କୁ ସ୍ଥାନାନ୍ତର କରିଥିଲେ । ମାତ୍ର ବ୍ୟବାସୀୟୀଙ୍କୁ ହାଇଟେକ୍ ହାଟ ମିଳିନଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଏହା ପରେ ୧୧ ମାସ ଧରି ସନ୍ଥମାଧବ ଠାରେ ହାଟ ବସୁଥିଲା । 

ତେବେ ବ୍ୟବସାୟୀଙ୍କ ଆନ୍ଦୋଳନ ପରେ ନୂଆ ସରକାର ଆଜିଠାରୁ ବ୍ୟବସାୟୀଙ୍କୁ ବିରଜା ହାଟରେ ପୁନଃଅବସ୍ଥାପିତ କରିବାକୁ ଅନୁମତି ଦେଇଥିଲା। ବ୍ୟବସାୟୀମାନେ ଆଜି ଆସି ହାଟ ଖୋଲିବା ବେଳେ ବିପକ୍ଷବାଦୀ ସେମାନଙ୍କୁ ବିରୋଧ କରିଥିଲେ । ହାଟ ସପକ୍ଷବାଦୀଙ୍କ କହିବା କଥା ସନ୍ଥ ମାଧବ ଠାରେ ନୂଆ ହାଟରେ ବ୍ୟବସାୟ ହେଉନାହିଁ। ବିରଜା ହାଟ ଶହ ଶହ ବର୍ଷର ପୁରୁଣା ହାଟ । ଏଠାରେ ବ୍ୟବସାୟ ଭଲ ହେଉଥିଲା । ତେଣୁ ଏଠାରେ ହିଁ ହାଟ ରହୁ। ଅନ୍ୟପଟେ ବିପକ୍ଷବାଦୀଙ୍କ କହିବା କଥା ଏଠାରେ ହାଟ ରହିଲେ ବିରଜା ମନ୍ଦିର ପ୍ରକଳ୍ପ କାମରେ ବାଧା ହେବ। ତେଣୁ ହାଟ ଯେଉଁଠାକୁ ସ୍ଥାନାନ୍ତର ହୋଇଥିଲା ସେଠାରେ ହାଟ ବସୁ।

ଅଧିକ ପଢ଼ନ୍ତୁ: Ration Card: ‘ନଭେମ୍ବରରେ ସରିବ E-KYC ଯାଞ୍ଚ, ଜାନୁଆରୀରୁ ଦିଆଯିବ ନୂଆ ରାସନ କାର୍ଡ’

Odisha News Jajpur Violence
Advertisment
Advertisment