New Model City: ‘ସମ୍ପ୍ରସାରିତ ହେବ ଭୁବନେଶ୍ବର, ନୂଆ ମଡେଲରେ ହେବ ସହର’

ଅଧିକରୁ ଅଧିକ ସହରକୁ ଏବେ ଟିପି ସ୍କିମରେ ସାମିଲ ପାଇଁ ଯୋଜନା ରହିଛି । ସହର ବଢ଼ାଇବାକୁ ଚେଷ୍ଟା କରାଯାଉଛି । ସହର ବଢ଼ିବା ଦ୍ୱାରା ଟ୍ରାଫିକ୍ ସମସ୍ୟା ମଧ୍ୟ ଦୂର ହେବ ।

‘ଭୁବନେଶ୍ୱରରେ ହେବ ନୂତନ ସିଟି’

ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ବର । ରାଜଧାନୀର ହେବ ନବକଳେବର । ନୂଆ ମଡେଲରେ ତିଆରି ହେବ ନୂଆ ସହର । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । ଭୁବନେଶ୍ୱରରେ ନୂଆ ସହର ପାଇଁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏମଓୟୁ ସ୍ବାକ୍ଷରିତ ହୋଇଥିବା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର କହିଛନ୍ତି ।

ସେ ଆହୁରି କହିଛନ୍ତି, ଭୁବନେଶ୍ୱର ସମେତ ଯେଉଁ ସବୁ କର୍ପୋରେସନ ଅଛି, ସବୁ କର୍ପୋରେସନ ଆମେ ସହର ବଢ଼ାଇବାକୁ ବିଭିନ୍ନ ପ୍ରକାର ସ୍କିମ୍ କରୁଛୁ । ମୁଖ୍ୟତଃ ଅଧିକରୁ ଅଧିକ ସହରକୁ ଏବେ ଟିପି ସ୍କିମରେ ସାମିଲ ପାଇଁ ଯୋଜନା ରହିଛି । ସହର ବଢ଼ାଇବାକୁ ଚେଷ୍ଟା କରାଯାଉଛି । ସହର ବଢ଼ିବା ଦ୍ୱାରା ଟ୍ରାଫିକ୍ ସମସ୍ୟା ମଧ୍ୟ ଦୂର ହେବ । ସେହିପରି ସହର ବଢ଼ିବା ଦ୍ୱାରା କମ୍‌ ଦାମରେ ମଧ୍ୟ ଘର ମିଳିପାରିବ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ଜାନୁଆରୀ ୧୭ରେ ଓଡ଼ିଶା ଗସ୍ତରେ ଆସିଥିଲେ ସିଙ୍ଗାପୁର ରାଷ୍ଟ୍ରପତି । ସିଙ୍ଗାପୁରର ବୈଷୟିକ ସହାୟତାରେ ଓଡ଼ିଶାରେ ଗଢ଼ି ଉଠିବ ନୂଆ ସହର। ଏଥିପାଇଁ ଆଜି ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ବାକ୍ଷର କରିଥିଲେ ଓଡ଼ିଶା ସରକାର।

ଅଧିକ ପଢ଼ନ୍ତୁ: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ଶ୍ରୀମନ୍ଦିର ବାହାରେ ୱାଚ୍‌ ଟାୱାର୍‌ ଲଗାଇବାକୁ ଚାଲିଛି ଯୋଜନା

ସେହିପରି ଭୁବନେଶ୍ୱର-ପୁରୀ-କଟକକୁ ନେଇ ହେବାକୁ ଥିବା ଟ୍ରାଇ ସିଟିକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ସେ କହିଛନ୍ତି, ପୁରୀ ହେଉଛି ଆମ ସମସ୍ତଙ୍କ ପରିଚୟ । ପୁରୀକୁ ଏକ ଅନ୍ତର୍ଜାତୀୟ ସହର କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ରିଙ୍ଗ ରୋଡ୍ ସହ ସମସ୍ତ ରାସ୍ତାର ପ୍ରଶସ୍ତୀକରଣ କରାଯିବା ଯୋଜନା ରହିଛି । ସେହିପରି ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ମେଟ୍ରୋ କାମ ଆରମ୍ଭ ହେବ । ଏ ଦିଗରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ତାପରେ କାମ ଆରମ୍ଭ ହେବ ।

ସୂଚନା ଅନୁସାରେ ରାଜ୍ୟରେ ଟ୍ରାଇ ସିଟି ଗଠନ ହେବା ନେଇ ସୂଚନା ଦେଇଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଥିଲେ ଏବେ ଟୁଇନ୍ ସିଟି ନୁହେଁ ଟ୍ରାଇ ସିଟିର ବିକାଶ କରିବେ ସରକାର । ପୁରୀ, କଟକ ଓ ଭୁବନେଶ୍ବରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ । ଖୁବଶୀଘ୍ର ପୁରୀ, କଟକ ଓ ଭୁବନେଶ୍ବରକୁ ଟ୍ରାଇ ସିଟି ମାନ୍ୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

ଅଧିକ ପଢ଼ନ୍ତୁ: ବିରୋଧୀ ଦଳଙ୍କୁ ବାଚସ୍ପତିଙ୍କ ଚେତାବନୀ, ବିଶୃଙ୍ଖଳା କଲେ...