Advertisment

Land Dispute: ବୟସର ଅପରାହ୍ନରେ ମିଳୁଛି ପ୍ରଶାସନିକ ତାଗିଦ୍, ଘର ଛାଡ଼ିବାକୁ ଦିଆଯାଉଛି ଧମକ...

୭ ଦଶନ୍ଧି ଧରି ବସବାସ କଲେଣି...ବୟସ ବି ଆସି ପହଞ୍ଚିଲାଣି ୭୦-୭୨...ବୟସର ଅପରାହ୍ନରେ ଆଜି ତାଙ୍କୁ ମିଳୁଛି ପ୍ରଶାସନିକ ତାଗିଦ୍, ଘର ଛାଡ଼ିବାକୁ ଦିଆଯାଉଛି ଧମକ। ଏବେ କ’ଣ କରିବେ, କୁଆଡ଼େ ଯିବେ, କେମିତି ବଞ୍ଚିବେ, ବୁଦ୍ଧି ବାଟ ଦିଶୁନି ତାଙ୍କର।

author-image
Sujit kumar Swain
ଅଦ୍ୟତନ ହୋଇଛି
Land Dispute

Land Dispute

ଦେଶ ବିଭାଜନ ସମୟରେ ପାକିସ୍ତାନ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ଶରଣାର୍ଥୀ ଶିବିରରେ ରହି ଥଇଥାନ ହୋଇଥିଲେ। ଜମି ଖଣ୍ଡେ ଖଣ୍ଡେ ଦେଇ ତାଙ୍କୁ ସରକାରୀ ଖାତା ଖତିୟାନରେ ଦର୍ଶାଯାଇଥିଲା ସ୍ଥାନୀୟ ବାସିନ୍ଦା। ହେଲେ ୭୫ ବର୍ଷ ପରେ ଜଣାପଡ଼ୁଛି ସେମାନଙ୍କ ଜମି ଏବେ ଆଉ ନାହିଁ। ଚାଲିଯାଇଛି ଆଉ କାହା ନାଁରେ। କରିବେ ତ କ’ଣ କରିବେ, ଯିବେ ତ କୁଆଡ଼େ ଯିବେ। ପ୍ରଶାସନକୁ ଗୁହାରି କରି ଥକିଗଲେଣି ସିନା, କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ୧୯୪୭ ମସିହାର  ବିସ୍ଥାପିତ ପରିବାର। ଆସନ୍ତୁ ଜାଣିବା ଭଦ୍ରକର ସେହି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଦୁର୍ଦ୍ଦଶାର କାହାଣୀ...

Advertisment

୭ ଦଶନ୍ଧି ଧରି ବସବାସ କଲେଣି...ବୟସ ବି ଆସି ପହଞ୍ଚିଲାଣି ୭୦-୭୨...ବୟସର ଅପରାହ୍ନରେ ଆଜି ତାଙ୍କୁ ମିଳୁଛି ପ୍ରଶାସନିକ ତାଗିଦ୍, ଘର ଛାଡ଼ିବାକୁ ଦିଆଯାଉଛି ଧମକ। ଏବେ କ’ଣ କରିବେ, କୁଆଡ଼େ ଯିବେ, କେମିତି ବଞ୍ଚିବେ, ବୁଦ୍ଧି ବାଟ ଦିଶୁନି ତାଙ୍କର। ନାଁ ତୁଳସୀ ଦେବନାଥ। ଯେବଠୁ ଭାରତ-ପାକିସ୍ତାନ ମଧ୍ୟରେ ବିଭାଜନ ହେଲାଣି, ସେବେ ଠାରୁ ପାକିସ୍ତାନ ଛାଡ଼ି ଭଦ୍ରକରେ ରହୁଛନ୍ତି ହିନ୍ଦୁ ପରିବାର। ଅର୍ଥାତ ୭ ଦଶନ୍ଧି ଧରି ବନିଯାଇଛନ୍ତି ଏଠିକାର ନାଗରିକ। ଭଦ୍ରକ ସଦର ମହକୁମା ସୁଇପର କଲୋନୀରେ ଏବେ ରହିଆସୁଛନ୍ତି। ହେଲେ ଦୁର୍ଭାଗ୍ୟ, ସରକାରୀ କାଗଜପତ୍ର ଜରିଆରେ ସେସବୁ ଜମି ଏବେ କାହା ନାଁରେ। ପୁର୍ବରୁ କୁଆଁସ ଗାଁରେ ଥଇଥାନ ହୋଇଥିବା ହିନ୍ଦୁ ପରିବାର ଆଜି ଭୂମିହୀନ। ପ୍ରଶାସନକୁ ଗୁହାରି କଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ତୁଳସୀ ଦେବନାଥ। 

ଅଧିକ ପଢ଼ନ୍ତୁ: ରିପୋର୍ଟ କାର୍ଡ ମାଗିଥିଲେ ସମୀର, ହିସାବ ଦେଲେ ଉପମୁଖ୍ୟମନ୍ତ୍ରୀ

୧୯୪୭ ମସିହା। ପ୍ରଥମେ ଭାରତ-ପାକିସ୍ତାନ ବିଭାଜନ ପରେ ଓ ପରେ ଅବିଭାଜିତ ଇଷ୍ଟ ବେଙ୍ଗଲ୍ ଛାଡି ଅବିଭକ୍ତ ବାଲେଶ୍ବର ଜିଲ୍ଲାର ଭଦ୍ରକ ଆସିଥିଲେ ପ୍ରସନ୍ନ କୁମାର ଦେବନାଥ ଓ ତାଙ୍କ ପରିବାର। ପ୍ରଥମେ ଭଦ୍ରକ ମଇତାପୁରରେ ଅସ୍ଥାୟୀ ରିଫ୍ୟୁଜି କ୍ୟାମ୍ପରେ ରହିଥିଲେ ପ୍ରସନ୍ନଙ୍କ ସହ ୫ ପରିବାର। ୧୯୫୦ରେ ସେମାନଙ୍କୁ ଭଦ୍ରକ ସହର କୁଆଁସ ସ୍ଥିତ ରିଫ୍ୟୁଜି କ୍ୟାଂପକୁ ସ୍ଥାନାନ୍ତର କରାଯାଇଥିଲା। କୁଆଁସରେ ଯୋଗାଇ ଦିଆଯାଇଥିଲା ମାଟି କଂକ୍ରିଟ୍ ଘର। ହେଲେ ଆଜି ପ୍ରସନ୍ନ ନାହାନ୍ତି। ତାଙ୍କର ୭୨ ବର୍ଷିୟା ବୋହୂ ତୁଳସୀ ଏବେ ନିଜ ପରିବାରକୁ ଧରି ବସବାସ କରୁଛନ୍ତି। କିନ୍ତୁ ଜାଗା ଛାଡ଼ିବାକୁ ସେମାନଙ୍କୁ ଏବେ ବାରମ୍ବାର ବାଧ୍ୟ କରାଯାଉଥିବାବେଳେ ସବୁଥାଇ ଭୂମିହୀନ ସାଜିଥିବା ଏହି ୫ ପରିବାର ଏବେ ଚିନ୍ତାରେ। 

Advertisment

ତେଣେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରଶାସନିକ ଟିମ୍ ଯାଇ ସରଜମିନ ତଦନ୍ତ କରିଛି। ଭାରପ୍ରାପ୍ତ ତହସିଲଦାର କହିଛନ୍ତି, ଯଦି ଦେବନାଥ ପରିବାର ଏବେ ଭୂମିହୀନ, ତା’ହେଲେ ତାଙ୍କୁ ଅନୁଧ୍ୟାନ ପରେ ଜମି ଯୋଗାଇ ଦିଆଯିବ। ତେବେ ରିଫ୍ୟୁଜି କ୍ୟାଂପ୍ ଜମିକୁ କିଏ ଏବଂ କେମିତି ହାତେଇଲେ ? ୭୫ ବର୍ଷରୁ ଅଧିକ ସମୟ ଧରି ରହିଥିବା ହିନ୍ଦୁ ଶରଣାର୍ଥୀଙ୍କୁ ଭୂମିହୀନ କଲା କିଏ ? ତାକୁ ନେଇ ନାନା ପ୍ରଶ୍ନ ଭିତରେ ମାମଲା କୋର୍ଟରେ ମଧ୍ୟ ବିଚାରାଧିନ ଥିବା ଜଣାପଡ଼ିଛି।

Land Dispute Land Dispute Case Refugees
Advertisment
Related Articles
Advertisment