Advertisment

Piyush Chawla's Retirement: ରୋ-କୋଙ୍କ ପରେ ଅବସର ନେଲେ ଆଉ ଜଣେ ତାରକା, ଭାରତ ପାଇଁ ଜିତିଥିଲେ ୨ ବିଶ୍ବକପ

୨୦୦୬ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଏହି କ୍ରିକେଟର। ଭାରତ ପାଇଁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଲମ୍ବା ରହି ନ ଥିଲା। ମାତ୍ର ମ୍ୟାନ ୱିଥ ଏ ମିଦାସ ଟଚ ରହିଥିଲେ ଏହି ଖେଳାଳି ଜଣଙ୍କ। ଯାହାକୁ ଛୁଉଁଥିଲେ ସେ ସୁନା ପାଲଟି ଯାଉଥିଲା। ଭାରତ ପାଇଁ ଦୁଇ ଦୁଇଟି ବିଶ୍ବକପ ଖେଳିଥିବା ବେଳେ ଉଭୟ ଥରରେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
chawala

chawala

ଭାରତୀୟ କ୍ରିକେଟର ଦୁଇ ସୁପରଷ୍ଟାର ରୋହିତ ଶର୍ମା ଓ ବିରାଟ କୋହଲି ଅବସର ଘୋଷଣା କରିଥିବା ବେଳେ ଏହି ଧାରାରେ ସାମିଲ ହୋଇଛନ୍ତି ଆଉ ଜଣେ କ୍ରିକେଟର। ଭାରତୀୟ କ୍ରିକେଟର ଏହି ଲକି ମାସ୍କଟ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଭାରତ ପାଇଁ ସେ ଦୁଇ ଦୁଇଟି ବିଶ୍ବକପ ଜିତିଥିବା ବେଳେ ଆଇପିଏଲରେ ସେ କିମ୍ବଦନ୍ତୀର ମାନ୍ୟତା ହାସଲ କରିଛନ୍ତି। ଆଇପିଏଲରେ ୧୯୨ ୱିକେଟ ନେଇ ଅନ୍ୟତମ ସଫଳ ଖେଳାଳିର ମାନ୍ୟତା ହାସଲ କରିଥିବା ବେଳେ ଥରେ ଆଇପିଏଲ ଟ୍ରଫି ମଧ୍ୟ ଜିତିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB

୨୦୦୬ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଏହି କ୍ରିକେଟର। ଭାରତ ପାଇଁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଲମ୍ବା ରହି ନ ଥିଲା। ମାତ୍ର ମ୍ୟାନ ୱିଥ ଏ ମିଦାସ ଟଚ ରହିଥିଲେ ଏହି ଖେଳାଳି ଜଣଙ୍କ। ଯାହାକୁ ଛୁଉଁଥିଲେ ସେ ସୁନା ପାଲଟି ଯାଉଥିଲା। ଭାରତ ପାଇଁ ଦୁଇ ଦୁଇଟି ବିଶ୍ବକପ ଖେଳିଥିବା ବେଳେ ଉଭୟ ଥରରେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଏହି ଖେଳାଳି ଜଣଙ୍କ ୨୦୦୭ ଟି୨୦ ବିଶ୍ବକପ ଓ ୨୦୧୧ ଦିନିକିଆ ବିଶ୍ବକପ ବିଜୟୀ ଦଳର ସଦସ୍ୟ ରହିଥିଲେ। ଏପରିକି ଗୋଟିଏ ଥର ଆଇପିଏଲ ଟ୍ରଫି ମଧ୍ୟ ଜିତିବାର ରେକର୍ଡ ଏହି ଖେଳାଳିଙ୍କ ନାମରେ ରହିଛି।

ଶୁକ୍ରବାର ୩୬ ବର୍ଷ ବୟସରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସେ ଅବସର ଘୋଷଣା କରିଛନ୍ତି। ଭାରତ ପକ୍ଷରୁ ୩ ଟେଷ୍ଟ, ୨୫ ଦିନକିଆ ଓ ୭ ଟି୨୦ ମ୍ୟାଚ ଖେଳିଛନ୍ତି ଉତ୍ତର ପ୍ରଦେଶର ପୀୟୁଷ ଚାୱଲା। ସେ ଏକ ଇନଷ୍ଟା ପୋଷ୍ଟ ଜରିଆରେ ନିଜର ଅବସର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି କ୍ରିକେଟ ପଡିଆରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇବା ପରେ ଏହି ଖେଳକୁ ବିଦାୟ ଜଣାଇବାର ସମୟ ଆସି ଯାଇଛି। ଭାରତକୁ କ୍ରିକେଟର ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ବ କରିବା ସହିତ ୨୦୦୭ ଟି୨୦ ବିଶ୍ବକପ ଓ ୨୦୧୧ ଦିନିକିଆ ବିଶ୍ବକପ ବିଜୟୀ ଦଳର ସଦସ୍ୟ ରହିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଏହି ମୁହୂର୍ତ୍ତ ଗୁଡିକ ମୋ ହୃଦୟରେ ସର୍ବଦା ଘର କରି ରହିବ ବୋଲି ସେ ଲେଖିଛନ୍ତି।

Advertisment

ଏହା ସହିତ ସେ ଖେଳିଥିବା ଆଇପିଏଲ ଫ୍ରାଞ୍ଚାଇଜ ଗୁଡିକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଚାୱଲା। ସେ ଚେନ୍ନାଇ ସୁପର କିଙ୍ଗ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ(ପଞ୍ଜାବ କିଙ୍ଗ୍ସ), ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଇପିଏଲରେ ଖେଳିଛନ୍ତି। ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ସେ କୋଲକାତା ନାଇଟ ରାଇଡର୍ସକୁ ଚାମ୍ପିୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ସହିତ ସେ ଆଇପିଏଲରେ ସର୍ବାଧିକ ୱିକେଟ ହାସଲକାରୀ ବୋଲରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ୧୯୨ ଆଇପିଏଲ ମ୍ୟାଚରୁ ସେ ୧୯୨ ୱିକେଟ ନେଇଛନ୍ତି।

ତେବେ ଭାରତ ପାଇଁ ଅଧିକ ମ୍ୟାଚ ଖେଳିବାର ସୁଯୋଗ ପାଇ ନ ଥିଲେ ଚାୱଲା। କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୀଲ କୁମ୍ବଲେ ଓ ହରଭଜନ ସିଂ ଭାରତର ପ୍ରଥମ ପସନ୍ଦର ସ୍ପିନର ରହିଥିବା ବେଳେ ପରବର୍ତ୍ତୀ ସମୟରେ ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡେଜାଙ୍କ କାନ୍ଧରେ ଏହି ଭାର ପଡିଥିଲା। ସେହିପରି ଧୀରେ ଧୀରେ ଏହି ଦାୟିତ୍ବ କୁଲଚା ଭାବେ ପରିଚିତ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ମିଳିଥିଲା।

ଅଧିକ ପଢ଼ନ୍ତୁ: ବଦଳିଲା ଭାରତ-ଇଂଲଣ୍ଡ ସିରିଜ୍‌ ନାଁ

India IPL World Cup
Advertisment
Advertisment