Advertisment

Bengaluru Stampede: ଦଳାଚକଟା ପାଇଁ ବଳି ପଡିଲେ ରାଜନୈତିକ ସଚିବ, ଏହାପରେ କିଏ ?

ପ୍ରତିକ୍ରିୟା ଦେବାର ଠିକ୍ ଦିନକ ପରେ ତାଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ସରକାର । ସେ ଗଣମାଧ୍ୟମକୁ କହିଥିଲେ ଯେ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଖେଳାଳିମାନେ ବିମାନବନ୍ଦରରୁ ବିଧାନ ସୌଧ ପର୍ଯ୍ୟନ୍ତ ବିଜୟ ଶୋଭାଯାତ୍ରା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇନଥିଲେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସେ ଖଣ୍ଡନ କରିଥିଲେ । ତାଙ୍କ ସଂପର୍କରେ ପ୍ରକାଶିତ ରିପୋର୍ଟକୁ ସେ ଭିତ୍ତିହୀନ ବୋଲି କହିଥିଲେ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Political Secretary

Political Secretary

ବେଙ୍ଗାଲୁରୁ ଦଳାଚକଟା ଘଟଣାକୁ ନେଇ ବିବାଦ ଥମିବାର ନାଁ ଧରୁନି । ଏଥି ପାଇଁ କିଏ ଦାୟୀ, ସେ ନେଇ ଚାଲିଛି କାଦୁଅଫିଙ୍ଗା । ବିରୋଧୀ ଘେରିଛନ୍ତି ଶାସକ କଂଗ୍ରେସ ସରକାରକୁ । ଏହା ଭିତରେ କର୍ଣ୍ଣାଟକ ସରକାର ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ରାଜନୈତିକ ସଚିବଙ୍କୁ ବହିଷ୍କାର କରାଯାଇଛି । ତାଙ୍କୁ ବହିଷ୍କାର କରାଯିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସିଦ୍ଦରମେୟା ସରକାର ଶାସନକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବେ କେ. ଗୋବିନ୍ଦରାଜୁଙ୍କୁ ନିଯୁକ୍ତି ଦିଆଯାଇଥିଲା ।

Advertisment

କେ. ଗୋବିନ୍ଦରାଜୁ ହେଉଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ଜଣେ ଘନିଷ୍ଠ ସହଯୋଗୀ । ତାଙ୍କୁ ତାଙ୍କ କାର୍ଯ୍ୟରୁ ଅବିଳମ୍ୱେ ଅବ୍ୟାହତି ଦିଆଯାଇଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାର ଠିକ୍ ଦିନକ ପରେ ତାଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ସରକାର । ସେ ଗଣମାଧ୍ୟମକୁ କହିଥିଲେ ଯେ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଖେଳାଳିମାନେ ବିମାନବନ୍ଦରରୁ ବିଧାନ ସୌଧ ପର୍ଯ୍ୟନ୍ତ ବିଜୟ ଶୋଭାଯାତ୍ରା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇନଥିଲେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସେ ଖଣ୍ଡନ କରିଥିଲେ । ତାଙ୍କ ସଂପର୍କରେ ପ୍ରକାଶିତ ରିପୋର୍ଟକୁ ସେ ଭିତ୍ତିହୀନ ବୋଲି କହିଥିଲେ । ଏପରିକି ସେ କହିଥିଲେ, ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବାକୁ ମୁଁ କିଏ ? ତାଙ୍କ କଥାକୁ କଦର୍ଥ କରାଯାଇଥିବା ସେ କହିଥିଲେ । ମୁଁ ରାଜ୍ୟ ଅଲିମ୍ପିକ ଆସୋସିଏସନ୍ ସଭାପତି । ତେଣୁ କ୍ରିକେଟ୍ ବିଷୟରେ ମୁଁ କାହିଁକି କହିବି ?

Advertisment

ଅଧିକ ପଢ଼ନ୍ତୁ: ଏଇଥି ପାଇଁ ସ୍ୱତନ୍ତ୍ର ଚେନାବ୍ ବ୍ରିଜ, ଚମକାଇ ଦେଇଛି ସାରା ବିଶ୍ୱକୁ

ତାଙ୍କର ଏଭଳି କଥାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । IPL ବିଜୟ ଉତ୍ସବ ପାଳନ ବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ କ୍ରିକେଟପ୍ରେମୀ ଆହତ ହୋଇଥିଲେ ।

ଗୋବିନ୍ଦରାଜୁଙ୍କୁ ବହିଷ୍କାର କରାଯାଇଥିଲେ ବି ତାଙ୍କ ବହିଷ୍କାରର କାରଣ ସଂପର୍କରେ କିଛି କୁହାଯାଇନାହିଁ ।

ସୂଚନାଯୋଗ୍ୟ, ବେଙ୍ଗାଳୁରୁ ପୋଲିସ କମିଶନର ଏହି ଘଟଣାରେ ସସପେଣ୍ଡ୍ ହୋଇଛନ୍ତି । ପୋଲିସ କମିଶନର୍ ବି. ଦୟାନନ୍ଦଙ୍କ ସହ ୱେଷ୍ଟ ଡିଭିଜନ୍ ACP, ସେଣ୍ଟ୍ରାଲ ଡିଭିଜନ୍ DCP, କ୍ୟୁବନ ପାର୍କ ଡିଭିଜନ୍ ଏସିପି ଏବଂ କ୍ୟୁବନ୍ ପାର୍କ ପୋଲିସ ଷ୍ଟେସନ ଇନସ୍ପେକ୍ଟରଙ୍କ ସହ ଷ୍ଟାଡିୟମ ଇନଚାର୍ଜ ବି ନିଲମ୍ବିତ ହୋଇଛନ୍ତି ।

ସେପଟେ ବେଙ୍ଗାଲୁରୁ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟଣାରେ RCB, କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ ଓ ଇଭେଣ୍ଟ ଅର୍ଗାନାଇଜରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆୟୋଜନରେ ଗୁରୁତର ତ୍ରୁଟି ଦର୍ଶାଇ ରୁଜୁ ହୋଇଛି ଅପରାଧିକ ମାମଲା । ବେଙ୍ଗାଲୁରୁ ପୋଲିସ ନିଜ ଆଡ଼ୁ ଏହି ମାମଲା ରୁଜୁ କରିଥିବାବେଳେ, ଏଥିରେ BNSର ବିଭିନ୍ନ ଧାରା ଲାଗିଛି । 

ଅଧିକ ପଢ଼ନ୍ତୁ: ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୋଲିସ କମିଶନରଙ୍କ ସମେତ ACP, DCP ନିଲମ୍ବିତ 

Karnataka Bengaluru Siddaramaiah Stampede
Advertisment
Advertisment