/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754148305.jpg)
balanga victim
ଜୁଲାଇ ୧୯। ସେଦିନ ଥିଲା ଶନିବାର । ବଳଙ୍ଗା ଅଞ୍ଚଳରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଯୁବତୀ । ନଦୀ ବନ୍ଧରେ ତାଙ୍କୁ ୩ ଯୁବକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ଉଠିଥିଲା । ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।
ଚିକିତ୍ସା ପାଇଁ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା । ପରେ ଜୁଲାଇ ୨୦ରେ ଅଧିକ ଚିକିତ୍ସା ଲାଗି ଭୁବନେଶ୍ବର ଏମସରୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତର କରାଗଲା । ଜୁଲାଇ ୨୩ରେ ଦିଲ୍ଲୀ ଏମସରେ ପୀଡିତା ଓ ପରିବାରବର୍ଗଙ୍କୁ ଭେଟିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଜୁଲାଇ ୩୧ରେ ପୀଡିତାଙ୍କ ବୟାନ ରେକର୍ଡ କଲା ପୋଲିସ । ଆଜି ଅଗଷ୍ଟ ୨। ଆଜି ବି ଶନିବାର । କହିବାକୁ ଗଲେ ଅଶୁଭ ଶନିବାର । ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ମୃତ୍ୟୁ ନେଇ ଗଭୀର ଦୁଃଖିତ। ବିଶେଷଜ୍ଞ ଡାକ୍ତରଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ଜୀବନ ରକ୍ଷା କରାଯାଇ ପାରିଲାନି । ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି। ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂଦେଓ ଶୋକ ପ୍ରକାଶ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)