Advertisment

Prajwal Revanna: ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦଙ୍କୁ ସର୍ବାଧିକ ଦଣ୍ଡ, କୋର୍ଟରେ ଭୋ ଭୋ କାନ୍ଦିଲେ

ଏହି ଦଣ୍ଡାଦେଶ ପରେ ରେବନ୍ନା କୋର୍ଟରେ କାନ୍ଦି ପକାଇଥିଲେ । ସେ କାନ୍ଦି କାନ୍ଦି କହିଥିଲେ ଯେ ମୋତେ କମ୍ ଦଣ୍ଡ ଦିଅନ୍ତୁ । କିନ୍ତୁ କୋର୍ଟ ତାଙ୍କ ଅପରାଧ ପାଇଁ ସର୍ବାଧିକ ଦଣ୍ଡ ଦେଇଛନ୍ତି । ଦଣ୍ଡ ଘୋଷଣା ହେବା ପୂର୍ବରୁ ପ୍ରଜ୍ୱଲଙ୍କର ଶେଷ ବୟାନ ରେକର୍ଡ କରାଯାଇଥିଲା । ସେ କାନ୍ଦି କାନ୍ଦି କହିଥିଲେ ଯେ ଏହି ମାମଲା କାହିଁକି ନିର୍ବାଚନ ସମୟରେ ସାମ୍ନାକୁ ଆସିଲା?

author-image
Tapan Kumar Swain
ଅଦ୍ୟତନ ହୋଇଛି
Lifer

Lifer

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ତଥା ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କୁ ଏକ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଜନତା ଦଳ (ଏସ୍)ର ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାକୁ ବେଙ୍ଗଲୁରୁର ସ୍ୱତନ୍ତ୍ର କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି । ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ କୋର୍ଟ କହିଛନ୍ତି ।

ଏହି ଦଣ୍ଡାଦେଶ ପରେ ରେବନ୍ନା କୋର୍ଟରେ କାନ୍ଦି ପକାଇଥିଲେ । ସେ କାନ୍ଦି କାନ୍ଦି କହିଥିଲେ ଯେ ମୋତେ କମ୍ ଦଣ୍ଡ ଦିଅନ୍ତୁ । କିନ୍ତୁ କୋର୍ଟ ତାଙ୍କ ଅପରାଧ ପାଇଁ ସର୍ବାଧିକ ଦଣ୍ଡ ଦେଇଛନ୍ତି । ଦଣ୍ଡ ଘୋଷଣା ହେବା ପୂର୍ବରୁ ପ୍ରଜ୍ୱଲଙ୍କର ଶେଷ ବୟାନ ରେକର୍ଡ କରାଯାଇଥିଲା । ସେ କାନ୍ଦି କାନ୍ଦି କହିଥିଲେ ଯେ ଏହି ମାମଲା କାହିଁକି ନିର୍ବାଚନ ସମୟରେ ସାମ୍ନାକୁ ଆସିଲା? ସେତେବେଳେ ମୁଁ ସାଂସଦ ଥିଲି, ତେବେ ମୋର ବିରୁଦ୍ଧରେ କୌଣସି ଅଭିଯୋଗ ଦାଖଲ ହୋଇନଥିଲା। ବର୍ତ୍ତମାନ ସେମାନେ କହୁଛନ୍ତି ଯେ ମୁଁ ଅନେକ ଯୌନ ନିର୍ଯାତନା ଦେଇଥିଲି। ତେବେ ସେତେବେଳେ କେହି ଆଗେଇ ଆସି ନଥିଲେ କାହିଁକି ? ଏହି ମାମଲା କାହିଁକି କେବଳ ନିର୍ବାଚନ ସମୟରେ ସାମ୍ନାକୁ ଆସିଲା?

Advertisment

ପ୍ରଜ୍ୱଲ ରେବନ୍ନାଙ୍କୁ କେଉଁ ଧାରାରେ କେତେ ଦଣ୍ଡ ମିଳିଛି

• ଆଇପିସି ଧାରା ୩୭୬(୨)(k): ଆଜୀବନ କାରାଦଣ୍ଡ ଏବଂ ୫ ଲକ୍ଷ ଟଙ୍କାର ଦଣ୍ଡ

• ଆଇପିସି ଧାରା ୩୭୬(୨)(n): ଆଜୀବନ କାରାଦଣ୍ଡ ଏବଂ ୫ ଲକ୍ଷ ଟଙ୍କାର ଦଣ୍ଡ

• ଆଇପିସି ଧାରା ୩୫୪(a): ୩ ବର୍ଷର କଠୋର କାରାଦଣ୍ଡ ଏବଂ ୨୫,୦୦୦ ଟଙ୍କାର ଦଣ୍ଡ

• ଆଇପିସି ଧାରା ୩୫୪(b): ୭ ବର୍ଷର କଠୋର କାରାଦଣ୍ଡ ଏବଂ ୫୦,୦୦୦ ଟଙ୍କାର ଦଣ୍ଡ; ଦଣ୍ଡ ନ ଚୁକ୍ତି କଲେ ୬ ମାସର ସାଧାରଣ କାରାଦଣ୍ଡ • ଆଇପିସି ଧାରା ୩୫୪(c): ୩ ବର୍ଷର କଠୋର କାରାଦଣ୍ଡ

• ଆଇପିସି ଧାରା ୫୦୬: ୨ ବର୍ଷର କଠୋର କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କାର ଦଣ୍ଡ

• ଆଇପିସି ଧାରା ୨୦୧: ୩ ବର୍ଷର କଠୋର କାରାଦଣ୍ଡ ଏବଂ ୨୫,୦୦୦ ଟଙ୍କାର ଦଣ୍ଡ

• ଆଇଟି ଆଇନ ଧାରା ୬୬(E): ୩ ବର୍ଷର କଠୋର କାରାଦଣ୍ଡ ଏବଂ ୨୫,୦୦୦ ଟଙ୍କାର ଦଣ୍ଡ

ରେବନ୍ନା ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡାଙ୍କ ନାତି । ଏହି ଦୁଷ୍କର୍ମ ବେଳେ ପ୍ରଜ୍ୱଳ ଲୋକସଭାର ଜଣେ ସାଂସଦ ଥିଲେ । ଏହି ରାୟ ବେଙ୍ଗାଲୁରୁର ଜନ ପ୍ରତିନିଧିଙ୍କ ପାଇଁ ଥିବା ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି। ଏହି ମାମଲା ଜଣେ ୪୮ ବର୍ଷୀୟା ମହିଳା ରୁଜୁ କରିଥିଲେ । ମହିଳା ଜଣଙ୍କ ରେବନ୍ନାଙ୍କ ଫାର୍ମହାଉସରେ ହାଉସ ହେଲ୍ପ ଭାବରେ କାମ କରୁଥିଲେ। ଅଭିଯୋଗ ଥିଲା ଯେ, ରେବନ୍ନା ତାଙ୍କ ସହ ଦୁଇଥର ଦୁଷ୍କର୍ମ କରିଥିଲେ। ପ୍ରଥମଥର ଫାର୍ମହାଉସରେ ଏବଂ ପରେ ୨୦୨୧ରେ କୋଭିଡ ଲକଡାଉନ ସମୟରେ ବେଙ୍ଗାଲୁରୁର ବସବନଗୁଡ଼ିରେ ଥିବା ତାଙ୍କ ଘରେ। ଅଭିଯୁକ୍ତ ମହିଳାଙ୍କର ଭିଡିଓ ମଧ୍ୟ ତିଆରି କରିଥିଲେ ରେବନ୍ନା। ଦୁଷ୍କର୍ମ ସମୟରେ ମହିଳା ଜଣଙ୍କ ଯେଉଁ ଶାଢ଼ି ପିନ୍ଧିଥିଲେ, ତାହାକୁ ମହିଳାଜଣକ ଯତ୍ନରେ ସଂରକ୍ଷିତ କରି ରଖିଥିଲେ । ଏହି ଶାଢ଼ିକୁ କୋର୍ଟରେ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ ଶାଢ଼ିରେ ସ୍ପର୍ମର ଚିହ୍ନ ମିଳିଥିଲା। ଏହା ହିଁ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଅଧିକ ପଢ଼ନ୍ତୁ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଦୁଷ୍କର୍ମ ମାମଲାରେ ଦୋଷୀ, ଶାଢ଼ିରୁ ମିଳିଲା ବଳିଷ୍ଠ ପ୍ରମାଣ

Karnataka HD Deve Gowda Janata Dal Secular
Advertisment
Advertisment