Advertisment

Maoist Activities: ମାଓମୁକ୍ତ ଜିଲ୍ଲାରେ ପୁଣି ମାଓ ଗତିବିଧି ଭୟ; ଡ୍ରୋନ୍ ସହାୟତାରେ ଚାଲିଛି ଘନ ଘନ ଅପରେସନ୍

ଓଡ଼ିଶାରେ ମାଓବାଦୀ ଗତିବିଧି ଆହୁରି ବୃଦ୍ଧି ପାଇଛି ଏବଂ ସୁରକ୍ଷାବଳ ଏହାବାକୁ ପ୍ରତିରୋଧ କରୁଛି, ଯେଉଁଠି ବିତନ୍ତ ଢ଼େଲା ବିସ୍ଫୋରକ ଲୁଟ ଓ ଡ୍ରୋନ୍ ଯୋଗେ ସର୍ଚ୍ କାର୍ଯ୍ୟାନୁଷ୍ଠିତ ହେଉଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Maoist Activities

Maoist Activities

ଆଶା କରାଯାଉଥିଲା, ଦିନ କେଇଟା ପରେ ହୁଏତ ମାଓମୁକ୍ତ ହୋଇଯିବ ଓଡ଼ିଶା। କିନ୍ତୁ ମାଓଯୁକ୍ତ ହେବାରେ ଲାଗିଛି। ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଜିଲ୍ଲା- ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ନିଜ ଉପସ୍ଥିତି ଜାହିର କଲେଣି ଲାଲବାହିନୀ। କିଛିଦିନ ତଳେ ବିସ୍ଫୋରକ ଲୁଟିଥିଲେ ସୁନ୍ଦରଗଡ଼ ଜଙ୍ଗଲରୁ। ତେଣେ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ପ୍ରହାର ପରେ ସୀମା ଡେଇଁ ସମ୍ବଲପୁର ଓ ସୁବର୍ଣ୍ଣପୁରକୁ ପଶି ଆସିଥିବା ଆଶଙ୍କା କରାଯାଉଛି। ଅବଶ୍ୟ ଉଭୟ ସ୍ଥାନରେ ସୁରକ୍ଷାକର୍ମୀ ସକ୍ରିୟ ଅଛନ୍ତି ସତ। ହେଲେ ଓଡ଼ିଶାକୁ ମାଓମୁକ୍ତ କରିବା ପାଇଁ ପୋଲିସ ଆଗରେ କିନ୍ତୁ ମୁଣ୍ଡ ଟେକିଛି ବଡ଼ ଚାଲେଞ୍ଜ।  

Advertisment

ଘନ ଘନ ଅପରେସନ୍...ଖୋଜା ଚାଲିଛି ଲାଲବାହିନୀକୁ...କେଉଁଠି ଚାଲି ଚାଲି ଖୋଜୁଛନ୍ତି ଯବାନ ତ ଆଉ କେଉଁଠି ଅତ୍ୟାଧୁନିକ ଡ୍ରୋନ୍ ସହାୟତାରେ ସର୍ଚ୍ଚ ଅପରେସନ୍। SOG, CRPF, DVF ସମେତ ଓଡ଼ିଶା ପୋଲିସ। ରାତିଦିନ ଏକ୍ କରି ଚାଲିଛି ଅପରେସନ୍। ସମ୍ବଲପୁର ଚାରମାଳ ବଡ଼ମାଳ ଫାଣ୍ଡି ଅଞ୍ଚଳରେ ଡ୍ରୋନ୍ ଲଗାଇ ସାଗଜୁରୀ, ଚାରଗଡ଼, ତାବଲଇ, ସିଂହାସନ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷାକର୍ମୀ ଖୋଜି ଚାଲିଛନ୍ତି ମାଓବାଦୀଙ୍କୁ। ଅତ୍ୟାଧୁନିକ ଡ୍ରୋନ୍ ୧୫ କିଲୋମିଟର ଦୂରକୁ ଯାଇ ସଂଗ୍ରହ କରୁଛି ଭିଜୁଆଲ୍। ସମ୍ବଲପୁର ଏବଂ ରେଢ଼ାଖୋଲ ବନଖଣ୍ଡ ଜଙ୍ଗଲ ଭିତରେ ଖେଦି ବୁଲୁଛି । ପୂର୍ବରୁ ସମ୍ବଲପୁର ଯୁଯୁମୁରା ମେଘପାଲ ଅଞ୍ଚଳ ଥିଲା ମାଓ ଗଡ଼। SDS ବା ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ ଥିଲା ରେଡ୍ କରିଡର୍। ଯାହା ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଦେଇ ଛତିଶଗଡ଼ ଓ ଆନ୍ଧ୍ର ଯାଏଁ ଲମ୍ବିଥିଲା। କିଛିବର୍ଷ ହେଲା ସମ୍ବଲପୁର ଓ ସୁବର୍ଣ୍ଣପୁରରେ ନଥିଲା ନକ୍ସଲଙ୍କ ଗତିବିଧି। ଏବେ କିନ୍ତୁ ଶହେରୁ ଅଧିକ ମାଓବାଦୀ ସୀମା ଡେଇଁ ଚାଲିଆସିଥିବା ଆଶଙ୍କା କରାଯାଉଛି। ଫଳରେ ଆତଙ୍କିତ ଅଞ୍ଚଳବାସୀ। ପୋଲିସ୍  କିନ୍ତୁ ଏ ସଂପର୍କରେ ଏଯାଏଁ ସ୍ପଷ୍ଟ କରିନି। 

ଅଧିକ ପଢନ୍ତୁ :ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ; ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରିହେଲା ବିଜ୍ଞପ୍ତି

Advertisment

୨୦୨୫, ମାର୍ଚ୍ଚ ୨୪। ଗୃହରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ରାଜ୍ୟରେ ଏବେ ପ୍ରାୟ ଶହେରୁ ଶହେ କୋଡ଼ିଏ ମାଓବାଦୀ ସକ୍ରିୟ ଅଛନ୍ତି। ରାଜ୍ୟରେ ୨୦୧୮-୧୯ରେ ଥିଲା ମୋଟ୍ ୧୫ଟି ମାଓ ପ୍ରଭାବିତ ଜିଲ୍ଲା। ଯାହା ୧୦କୁ ଖସିଆସିଥିଲା। ସେସବୁ ଜିଲ୍ଲା ହେଉଛି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ବରଗଡ଼, କୋରାପୁଟ ଏବଂ ବୌଦ୍ଧ। ଏପରିକି ୨୦୨୪ ଶ୍ବେତପତ୍ରରେ ରାଜ୍ୟରେ ମାଓ ହିଂସା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ସରକାର ଦର୍ଶାଇଥିଲେ। ତେବେ ବିସ୍ଫୋରକ ଲୁଟ୍ ହେଉ ଅବା ସମ୍ଭାବ୍ୟ ମାଓ ଗତିବିଧି ପରେ ସମ୍ବଲପୁର ଜିଲ୍ଲାରେ ସର୍ଚ୍ଚ ଅପରେସନ୍। ଗ୍ରାଉଣ୍ଡ ଜିରୋର ସ୍ଥିତି ଦେଖିଲେ ଲାଗୁଛି, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲା ଏବେ ଯୋଡ଼ି ହୋଇଯାଇଛି। ତେବେ କାହିଁକି ? ମହାରାଷ୍ଟ୍ର ହେଉ କି ତେଲେଙ୍ଗାନା, ଆନ୍ଧ୍ର ହେଉ କି ଛତିଶଗଡ଼। ମାଓ ବିରୋଧରେ ସୁରକ୍ଷାକର୍ମୀଙ୍କ ନିର୍ଣ୍ଣାୟକ ଲଢ଼େଇ ଜାରି ରହିଥିବାରୁ ଆତ୍ମଗୋପନ ପାଇଁ ଓଡ଼ିଶା ଖସି ଆସୁଛନ୍ତି କି ମାଓବାଦୀ ? ନା ବଳ ଗୋଟାଇବା ପାଇଁ ଓଡ଼ିଶା ବାଟ ଦେଇ ଏକପ୍ରକାର ମାଓ ଅପରେସନ୍ ଶୂନ୍ୟ ଥିବା ଝାଡ଼ଖଣ୍ଡକୁ ମାଓବାଦୀ ଖସି ପଳାଉଛନ୍ତି?     

ଗୋଟିଏ ପଟେ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା, ଦେଶକୁ ମାଓମୁକ୍ତ କରିବା ପାଇଁ ଗୃହମନ୍ତ୍ରୀ ଶାହଙ୍କ ଆହ୍ବାନ, ଆରପଟେ ଓଡ଼ିଶାରେ ମାଓବାଦୀଙ୍କ ଗତିବିଧି। ଏଭଳି ସ୍ଥିତିରେ ଛତିଶଗଡ଼ ଭଳି ଓଡ଼ିଶା ପୋଲିସ ବି ଅପରେସନ୍ ପାଇଁ ତିଆରି କରିଛି କି ବଡ଼ ରଣନୀତି ? ତାକୁ ନେଇ ବଢ଼ିଛି ଚର୍ଚ୍ଚା। 

Maoist Naxal
Advertisment
Related Articles
Advertisment