Advertisment

Jagannath Temple Incident: ଶ୍ରୀମନ୍ଦିରରେ ଅଘଟଣ, ତତଲା ଡାଲି ପଡି ୭ ଭକ୍ତ ଆହତ

ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭୋଗମଣ୍ଡପ ଘରୁ ଗରମ ଡାଲି ନେଇ ଯାଉଥିଲେ। ତେବେ ଅସାବଧାନତା କାରଣରୁ ଡାଲି ଭକ୍ତଙ୍କ ଉପରେ ପଡି ଯାଇଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
shree mandir

shree mandir

ଶ୍ରୀମନ୍ଦିରରେ ଏକ ଅଘଟଣା ରବିବାର ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପରିସରରେ ଗରମ ଡାଲି ପଡିବା କାରଣରୁ ୭ ଜଣ ଭକ୍ତ ଆହତ ହୋଇଛନ୍ତି। ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭୋଗମଣ୍ଡପ ଘରୁ ଗରମ ଡାଲି ନେଇ ଯାଉଥିଲେ। ତେବେ ଅସାବଧାନତା କାରଣରୁ ଡାଲି ଭକ୍ତଙ୍କ ଉପରେ  ପଡି ଯାଇଥିଲା।

Advertisment

ନିକଟରେ ଥିବା ଭକ୍ତଙ୍କ ଉପରେ ଏହା ପଡି ଯାଇଥିଲା। ୭ ଜଣ ଯାକ ଭକ୍ତ ନୟାଗଡରୁ ଆସିଥିଲେ। ଗୋଡରେ ଡାଲି ପଡିବା ପରେ ଆହତ ୭ ଜଣଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB

Puri Jagannath Temple Shree Jagannath Temple Administration
Advertisment
Advertisment