Advertisment

Who is Priya Saroj: କିଏ ଏହି ପ୍ରିୟା ସରୋଜ, ଯାହାଙ୍କ ସହ ନିର୍ବନ୍ଧ କରିଛନ୍ତି କ୍ରିକେଟର ରିଙ୍କୁ ସିଂ

ଟି୨୦ ସେଟଅପରେ ଭାରତୀୟ ଦଳର ନିୟମିତ ସଦସ୍ୟ ରହିଥିବା ରିଙ୍କୁଙ୍କର ଶନିବାର ପ୍ରିୟା ସରୋଜଙ୍କ ସହିତ ନିର୍ବନ୍ଧ ହୋଇଛି। ଉଭୟଙ୍କ ସମ୍ପର୍କ ନେଇ ବିଗତ କିଛି ଦିନ ଧରି ମିଡିଆରେ ଚର୍ଚ୍ଚା ହେଉଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
rinku

rinku

ଭାରତୀୟ କ୍ରିକେଟର ଭବିଷ୍ୟତ ରିଙ୍କୁ ସିଂ। ଟି୨୦ ସେଟଅପରେ ଭାରତୀୟ ଦଳର ନିୟମିତ ସଦସ୍ୟ ରହିଥିବା ରିଙ୍କୁ ଶନିବାର ପ୍ରିୟା ସରୋଜଙ୍କ ସହିତ ନିର୍ବନ୍ଧ କରିଛନ୍ତି। ଉଭୟଙ୍କ ସମ୍ପର୍କ ନେଇ ବିଗତ କିଛି ଦିନ ଧରି ମିଡିଆରେ ଚର୍ଚ୍ଚା ହେଉଥିଲା। ତେବେ କିଏ ଏହି ପ୍ରିୟା ସରୋଜ ଯାହାଙ୍କ ସହିତ ନିର୍ବନ୍ଧ କରିଛନ୍ତି ରିଙ୍କୁ ସିଂ।

Advertisment

ପ୍ରିୟା ଏକ ରାଜନୈତିକ ପରିବାରରୁ ଆସିଥାନ୍ତି। ସେ ଜଣେ ଆଇନ ଛାତ୍ରୀ ହୋଇଥିବା ବେଳେ ବର୍ତ୍ତମାନ ସାଂସଦ ରହିଛନ୍ତି। ଉତ୍ତର ପ୍ରଦେଶର ମଛଲିସହର ଲୋକସଭା ଆସନରୁ ନିର୍ବାଚନ ଜିତିଥିବା ପ୍ରିୟା ସରୋଜ ସମାଜବାଦୀ ପାର୍ଟିର ସାଂସଦ ରହିଛନ୍ତି। ପ୍ରିୟା ସରୋଜ ସମାଜବାଦୀ ପାର୍ଟିର ଜଣେ ସାଂସଦ। ପ୍ରିୟା ସରୋଜଙ୍କ ବିଷୟରେ କହିବାକୁ ଗଲେ ସେ ମାତ୍ର ୨୫ ବର୍ଷ ବୟସରେ ସାଂସଦ ହୋଇଥିଲେ। ଭାରତୀୟ ରାଜନୀତିରେ ଦ୍ବିତୀୟ ସର୍ବକନିଷ୍ଠ ସାଂସଦ ହେବାର ରେକର୍ଡ ପ୍ରିୟାଙ୍କ ନାମରେ ରହିଛି। ସେ ମଛଲିସହର ଆସନରୁ ଲୋକସଭା ନିର୍ବାଚନରେ ​​ବିଜୟୀ ହୋଇଥିଲେ। ପ୍ରିୟା ସରୋଜ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB

ଲୋକସଭା ଆସନରୁ ନିର୍ବାଚନ ଜିତିଥିବା ପ୍ରିୟା ସରୋଜ ଏହି ଲୋକସଭା ନିର୍ବାଚନରେ ​​ସବୁଠାରୁ କମ୍ ବୟସରେ ଜିତିଥିବା ଚାରି ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଅନ୍ୟତମ। ପ୍ରିୟା ସରୋଜଙ୍କ ବୟସ ମାତ୍ର ୨୫ ବର୍ଷ ୭ ମାସ। ସେ ବିଜେପି ପ୍ରାର୍ଥୀ ଭୋଳାନାଥଙ୍କୁ ୩୫,୮୫୦ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ।

Advertisment

ପ୍ରିୟା ସରୋଜଙ୍କ ବାପା ତୁଫାନି ସରୋଜ ମଧ୍ୟ ମଛଲିସହର ଲୋକସଭା ଆସନରୁ ତିନିଥର ସାଂସଦ ରହିସାରିଛନ୍ତି। ସେ ୧୯୯୯, ୨୦୦୪ ଏବଂ ୨୦୦୯ ମସିହାରେ ଲୋକସଭା ନିର୍ବାଚନରେ ​​ବିଜୟୀ ହୋଇଥିଲେ। ବର୍ତ୍ତମାନ ସେ ବିଧାୟକ ରହିଛନ୍ତି। ଏହା ପରେ ତାଙ୍କ ଝିଅ ପ୍ରିୟା ସରୋଜ ମଛଲିସହରର ପ୍ରତିନିଧିତ୍ୱ କରିଥିଲେ ଏବଂ ଦେଶର ଦ୍ୱିତୀୟ ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ପ୍ରିୟା ସରୋଜଙ୍କ ମୋଟ ସମ୍ଫତ୍ତି ୧୧ ଲକ୍ଷ ୨୫ ହଜାର ୭୧୯ ଟଙ୍କା ବୋଲି ରହିଛି। ତାଙ୍କ ପାଖରେ ମୋଟ ୭୫,୦୦୦ ଟଙ୍କା ନଗଦ କ୍ୟାସ ଥିବା ବେଳେ ବ୍ୟାଙ୍କରେ ୧୦ ଲକ୍ଷ ୧୮,୭୧୯ ଟଙ୍କା ଜମା ଅଛି। ପ୍ରିୟାଙ୍କ ପାଖରେ ୩୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସୁନା ମଧ୍ୟ ଅଛି।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଦଳାଚକଟା,ନେତାଙ୍କ ସ୍ବାର୍ଥ ପାଇଁ ବଳି ପଡିଲା ପୋଲିସ

Uttar Pradesh ODI Cricketer Rinku Singh
Advertisment
Advertisment