Advertisment

Water Sports Training: ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା, ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱିମିଙ୍ଗ ସହ ସ୍କୁବା ଡାଇଭିଂ ଟ୍ରେନିଂ

ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା । ଜଳକ୍ରୀଡ଼ା ପାଇଁ ପ୍ରତିଭା ଅନ୍ବେଷଣ ଓ ପ୍ରଶିକ୍ଷଣ । କଟକ ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା ପାଇଁ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ସୁଯୋଗ ଆଣିଦେଇଛି ଓଡ଼ିଶା ୟାଚିଂ ସଂଘ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା

ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା

ମହାନଦୀରେ ଦୁଃସାହସିକ ଜଳକ୍ରୀଡ଼ା । ଆତ୍ମରକ୍ଷାର କୌଶଳ ସହ ଜଳକ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଟ୍ରେନିଂ। ଗଭୀର ଜଳରାଶିରେ ସେଲିଂ, ସର୍ଫି, ସ୍ୱିମିଙ୍ଗ ସହ ସ୍କୁବା ଡାଇଭିଂ ଭଳି ଦୁଃସାହସିକ ଜଳକ୍ରୀଡ଼ା ସହ ପାଣି ଭିତରେ ଯୋଗାଭ୍ୟାସ ପ୍ରଶିକ୍ଷଣ ନେଉଛନ୍ତି ୪୦ରୁ ଅଧିକ ଛାତ୍ରଛାତ୍ରୀ । ଓଡ଼ିଶା ୟାଚିଂ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ପ୍ରଶିକ୍ଷଣ ଶିବିରରେ ବଛାବଛା ପ୍ରତିଭାଙ୍କୁ ଚୟନ କରାଯାଇ ମୁମ୍ବାଇ ଓ ଗୋଆକୁ ପଠାଯିବ । ଜଳକ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ପରାମର୍ଶ ପରେ ସମୁଦ୍ର ବୁଡାଳି ସବୀର ବକ୍ସ କଟକ ମହାନଦୀରେ ଆରମ୍ଭ କରିଛନ୍ତି ଟ୍ରେନିଂ କ୍ୟାମ୍ପ ।

Advertisment

ଅଧିକ ପଢ଼ନ୍ତୁ: ଦୟାଳୁ ଚୋର, ବାଇକ୍ ଚୋରି କରି ନେଲା, ଫେରାଇ କ୍ଷମା ମାଗିଲା !

ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା । ଜଳକ୍ରୀଡ଼ା ପାଇଁ ପ୍ରତିଭା ଅନ୍ବେଷଣ ଓ ପ୍ରଶିକ୍ଷଣ । କଟକ ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା ପାଇଁ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ସୁଯୋଗ ଆଣିଦେଇଛି ଓଡ଼ିଶା ୟାଚିଂ ସଂଘ । କଟକର ଏକ ଘରୋଇ ସ୍କୁଲର ପ୍ରାୟ ୪୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି । ସେଲିଂ, ଉଇଣ୍ଡ ସର୍ଫି, ସ୍ୱିମିଙ୍ଗ ସହ ସ୍କୁବା ଡାଇଭିଂ ଭଳି ଦୁଃସାହସିକ ଜଳକ୍ରୀଡ଼ା ପ୍ରଶିକ୍ଷଣ ସହ ଅଗଭୀର ଜଳରେ ଯୋଗ କରିବାର କୌଶଳ ଶିକ୍ଷା ଦିଆଯାଉଛି । ଅନ୍ତର୍ଜାତୀୟ ସମୁଦ୍ର ବୁଡ଼ାଳୀ ସବୀର ବକ୍ସ ପିଲାଙ୍କୁ ଏହି ପ୍ରଶିକ୍ଷଣ ଓ ଆତ୍ମରକ୍ଷାର କୌଶଳ ଶିଖାଉଛନ୍ତି । କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପରାମର୍ଶ କ୍ରମେ ଆଗକୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରଶିକ୍ଷଣ ନେବାକୁ ପ୍ରୋତ୍ସାହିତ କରାଯିବ ବୋଲି କହିଛନ୍ତି ସବୀର ବକ୍ସ ।

ପ୍ରଥମେ କଟକ ମହାନଦୀରେ ଏହି କ୍ୟାମ୍ପ ଅନୁଷ୍ଠିତ ହୋଇଥିବା ବେଳେ, ପୁରୀ ସମୁଦ୍ରରେ ଅନୁଷ୍ଠିତ ହେବ । ବିଭିନ୍ନ ସ୍କୁଲରୁ ବଛାବଛା ପିଲାଙ୍କୁ ଏଠାରେ ତାଲିମ ଦିଆଯାଇ ଲେବଲ ୱାନ, ଟୁ ଏବଂ ଲେବଲ ଥ୍ରୀ ପାଇଁ ମୁମ୍ବାଇ ଓ ଗୋଆ ଭଳି ସ୍ଥାନକୁ ପଠାଯିବ। ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ନେଇ ବେଶ ଖୁସି ଥିବାବେଳେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ ଲକ୍ଷ ରଖିଛନ୍ତି ।

Advertisment

ରାଜ୍ୟରେ ୱାଟର ସ୍ପୋର୍ଟସକୁ ପ୍ରୋତ୍ସାହିତ କରିବା ପାଇଁ କିଛିଦିନ ପୂର୍ବେ କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ମହାନଦୀରେ ସ୍କୁବା ଡାଇଭିଂ କରିବା ସହ ପାଣି ଭିତରେ ଚେସ ଖେଳିଥିଲେ ।

ଅଧିକ ପଢ଼ନ୍ତୁ: ୪ ଟନ ବିସ୍ଫୋରକ ଲୁଟିଛନ୍ତି ମାଓବାଦୀ, ତନାଘନା କଲାଣି ଏନଆଇଏ ଟିମ

Odisha Cuttack Water Sports
Advertisment
Related Articles
Advertisment