Advertisment

Kiss Student: ଥମୁନି ଅଚ୍ୟୁତ ସାମନ୍ତଙ୍କ ପୁରୁଣା ଖୋଇ: କିସ୍ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ଗଣମାଧ୍ୟମକୁ ଟାର୍ଗେଟ୍

ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିବାବେଳେ ତାର ଉତ୍ତର ଦେବାକୁ ସେ ସାମ୍ନାକୁ ତ ଆସୁନାହାନ୍ତି, ବରଂ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ଟାର୍ଗେଟ୍ କରି ଚାଲିଛନ୍ତି। ଏହିକ୍ରମରେ ଆଜି କିସର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀ ସଂଘକୁ ଢାଲ କରି ତାଙ୍କ ଦ୍ବାରା ସାମ୍ବାଦିକ ସମ୍ମିଳନୀ ଡାକି ଓଟିଭି, ଓଟିଭିର ଏମଡି ଓ ସାସଂଦ ବୈଜୟନ୍ତ ପଣ୍ଡାଙ୍କୁ ବି ଧମକାଇବାକୁ ପଛାଇ ନାହାନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

kiss

କିଟ୍ କାଣ୍ଡ, କିସ୍ ତଥ୍ୟ ଲୁଚା ହେଉ କି ଜମି କେଳେଙ୍କାରୀ, ଏସବୁକୁ ନେଇ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିବାବେଳେ ତାର ଉତ୍ତର ଦେବାକୁ ସେ ସାମ୍ନାକୁ ତ ଆସୁନାହାନ୍ତି, ବରଂ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ଟାର୍ଗେଟ୍ କରି ଚାଲିଛନ୍ତି। ଏହିକ୍ରମରେ ଆଜି କିସର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀ ସଂଘକୁ ଢାଲ କରି ତାଙ୍କ ଦ୍ବାରା ସାମ୍ବାଦିକ ସମ୍ମିଳନୀ ଡାକି ଓଟିଭି, ଓଟିଭିର ଏମଡି ଓ ସାସଂଦ ବୈଜୟନ୍ତ ପଣ୍ଡାଙ୍କୁ ବି ଧମକାଇବାକୁ ପଛାଇ ନାହାନ୍ତି। ତେବେ ଓଟିଭିରେ ଯେଉଁ ସବୁ ଖବର ପ୍ରସାରଣ ହେଉଛି ତାହା ସିଡବ୍ଲୁସି ଓ ରାଜ୍ୟ ସରକାରଙ୍କ ତଥ୍ୟ ଆଧାରିତ, ଏବଂ ଏସବୁ କଣ ମିଛ ତଥ୍ୟ କି ବୋଲି ପଚରାଯାଇଥିବା ପ୍ରଶ୍ନରେ ସାମ୍ବାଦିକ ସମ୍ମିଳନୀ ଡାକିଥିବା ଛାତ୍ରଛାତ୍ରୀ ଥ ଥ ମ ମ ତ ହେଲେ, ତାସହ ପ୍ରେସମିଟ୍ ଅଧାରୁ ଉଠି ପଳାଇଲେ।

Advertisment

ଆଉ ଆଜି ଶୁଆ ଭଳି ପାଠ ପଢ଼ାଇ ସିଧା ଓଟିଭି ବିରୋଧରେ ବିଷୋଦଗାର ପାଇଁ ପଠାଇଛନ୍ତି କିସ୍ ର ବର୍ତ୍ତମାନ ଓ କିଛି ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଓଡ଼ିଶାର ଲୋକପ୍ରିୟ ଚ୍ୟାନେଲ ଓଟିଭିର ଏମଡି ଜଗି ମଙ୍ଗତ ପଣ୍ଡା ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇ ଆଗାମୀ ଦିନରେ କିଟ୍ ଓ କିସ୍ ବିରୋଧରେ ଅପପ୍ରଚାର ବନ୍ଦ ନହେଲେ ଓଟିଭି ଅଫିସ୍ କୁ ଘେରାଉ କରିବାକୁ ଧମକାଇବାକୁ ବି ପଛାଇ ନାହାନ୍ତି।

ସେପଟେ ଆଜିର ଏ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ ଏତେ ବିଶୃଙ୍ଖଳିତ ଥିଲା ଯେ, ଡାଏସରେ ବସିଥିବା କିସର ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ଭିତରେ ମାଇକ୍ ଛଡ଼ାଛଡ଼ି ବି ହୋଇଥିଲେ। ତେବେ ନେପାଳୀ ଛାତ୍ରୀମୃତ୍ୟୁ ପ୍ରସଙ୍ଗ ଓ ତା ପରବର୍ତ୍ତୀ ଘଟଣାବଳୀ ସହ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଆସୁଥିବା ଜମି ହଡ଼ପ ଭଳି ବିଭିନ୍ନ ସଂଗୀନ ଅଭିଯୋଗ ସବୁ ଉପରେ ସେ ନିଜେ କାହିଁକି ଗଣମାଧ୍ୟମ ସାମ୍ନାକୁ ଆସୁନାହାନ୍ତି କି ମୁହଁ ଖୋଲୁନାହାନ୍ତି ଓ ଆପଣମାନଙ୍କୁ ସେ ଢାଲ କରି ପଠାଇଛନ୍ତି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର କିନ୍ତୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।

Advertisment

ଖାଲି ସେତିକି ନୁହେଁ ଯେଉଁ ଓଟିଭି ଯେଉଁ ସବୁ ଖବର ପ୍ରକାଶ କରୁଛି, ତାହା ମନଗଢ଼ା ନୁହେଁ ବରଂ ତଥ୍ୟ ଅଧାରିତ। ସିଡବ୍ଲୁସି ଓ ରାଜ୍ୟ ସରକାରଙ୍କ ବିଧାନସଭା ତଥ୍ୟ ଆଧାରରେ ପ୍ରକାଶିତ ଖବରର ତଥ୍ୟ ସବୁ କଣ ଭୁଲ୍ ତଥ୍ୟ କି ବୋଲି ସାମ୍ବାଦିକ ସମ୍ମିଳନୀ ଡାକିଥିବା ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ ଓଟିଭି ସହ ଅନ୍ୟ ସାମ୍ବାଦିକ। ହେଲେ ତାର ବି ସନ୍ତୋଷଜନକ ଉତ୍ତର ଦେଇନପାରି ଖାଲି ବୁଲେଇ ବଙ୍କେଇ କଥା କହିଥିଲେ ଓ ଅଧା ପ୍ରେସମିଟରୁ ଉଠି ପଳାଇଥିଲେ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ।

ତେବେ ଆମେ ଏଠି ଆଉଥରେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ ଓଟିଭି ଏହାର ଚାର୍ଟର ଅନୁସାରେ ଖବର ପ୍ରସାରଣ କରିଥାଏ। ଯେ କୌଣସି ଖବର ପ୍ରସାରଣ ସମୟରେ ଏହାର ସବୁ ଦିଗ ଏବଂ ଏଥି ସହ ଜଡ଼ିତ ସବୁ ପକ୍ଷର ମତ ଓ ପ୍ରତିକ୍ରିୟାକୁ ସ୍ଥାନ ଦେବାକୁ ଓଟିଭି ପ୍ରତିଶ୍ରୁତିବଦ୍ଧ। ତେଣୁ ଅଚ୍ୟୁତ ମଧ୍ୟ କିଟ୍ ଓ କିସ୍ ପ୍ରସଙ୍ଗରେ ସମସ୍ତ ପ୍ରଶ୍ନର ଜବାବ ରଖନ୍ତୁ କିମ୍ବା ପ୍ରେସମିଟ୍ କରି ନିଜ ମତ ସ୍ପଷ୍ଟ କରନ୍ତୁ। ଆମେ ସମାନ ଗୁରୁତ୍ବର ସହ ତାକୁ ମଧ୍ୟ ଦର୍ଶକଙ୍କ ନିକଟରେ ପହଞ୍ଚାଇବୁ।

ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ ମୁହଁ ଖୋଲିଲେ ଜାଡେଜା; ଦିନିକିଆରୁ ଅବସରକୁ ନେଇ କହିଲେ ଏମିତି...

KISS KIIT University
Advertisment
Advertisment