/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750492591.jpg)
ଦୟାଙ୍କ ଉପରୁ ଉଠିଲା ନିଲମ୍ବନ
ଯାତ୍ରା କମେଡିଆନ୍ ଦୟାଙ୍କ ଉପରୁ ଉଠିଲା ନିଲମ୍ବନ । ଦୟାନିଧି ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଉଠାଇଲା ମାଲିକ ସଂଘ । ଯାତ୍ରା ମାଲିକ ସଂଘ ସଭାପତି ଓ ମାଷ୍ଟର ଆସୋସିଏସନଙ୍କୁ ଭୁଲ୍ ମାଗିବା ପରେ ଉଠିଲା ନିଲମ୍ବନ । ଯାତ୍ରା ଗୁରୁମାନଙ୍କୁ ସମାଲୋଚନା କରିବା ପରେ ଦୟାଙ୍କ ଉପରେ ବ୍ୟାନ୍ ଲାଗିଥିଲା ।
ଗଣମାଧ୍ୟମରେ ଦୟାନିଧି ଅଭିଯୋଗ କରିଥିଲେ, ହାସ୍ୟ ଅଭିନେତାଙ୍କ ପାଇଁ ଆଗଭଳି ଆଉ ସଂଳାପ ଲେଖାଯାଉନି । ଫଳରେ ଦୃଶ୍ୟପଟ୍ଟ ରସାତ୍ମକ ହୋଇପାରୁନି । ଏଭଳି ମନ୍ତବ୍ୟ ପରେ ଖପ୍ପା ହୋଇ ଦୟାନିଧିଙ୍କ ବିରୋଧରେ କଟକଣା ଜାରି କରିଥିଲା ମାଷ୍ଟର ଆସୋସିଏସନ୍ । ଦୟାନିଧି ଯେଉଁ ପାର୍ଟିରେ କାମ କରିବେ, ସେହି ପାର୍ଟି ପାଇଁ ସଂଳାପ କିମ୍ବା ନିର୍ଦ୍ଦେଶନା ଦେବୁନାହିଁ ବୋଲି ସଂଘ ରୋକଠୋକ୍ ଶୁଣାଦେଇଥିଲେ ।
ଅଧିକ ପଢ଼ନ୍ତୁ: ବଢିଲା ଓମଫେଡ୍ କ୍ଷୀର ଦର, ପ୍ରିମିୟମ-ଟୋନ୍ଡ-ଗୋଲ୍ଡ ରେଟ୍ କେତେ ? ଜାଣନ୍ତୁ...
ସେପଟେ ସିଂହବାହିନୀ ଯାତ୍ରାପାର୍ଟି ମାଲିକ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି ଯାତ୍ରା ଅଭିନେତା କାହ୍ନା । ସେ କହିଛନ୍ତି, ସିଂହବାହିନୀ ଯାତ୍ରାପାର୍ଟି ମାଲିକ ସଞ୍ଜୀବ ପାଢ଼ୀ ମୋତେ ମାରି ଦେଇଥାନ୍ତେ । ଷଡ଼ଯନ୍ତ୍ର କରି ଯାତ୍ରାପାର୍ଟିକୁ ଭାଙ୍ଗିବାକୁ ସେ ଉଦ୍ୟମ କରୁଛନ୍ତି । ନିଜ ପାର୍ଟିକୁ ଏକ ନମ୍ବର୍ କରିବାକୁ ଚାହୁଁଛନ୍ତି । ସେ ମୋତେ ଯାତ୍ରାରୁ ବ୍ୟାନ କରିବାକୁ କିଏ ବୋଲି ପ୍ରଶ୍ନ କରିଛନ୍ତି କାହ୍ନା । ତେବେ ଯାତ୍ରା ଅଭିନେତା କାହ୍ନାଙ୍କ ଅଭିଯୋଗକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ସିଂହବାହିନୀ ଯାତ୍ରା ପାର୍ଟି ମାଲିକ ସଞ୍ଜୀବ ପାଢ଼ୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)