Advertisment

Bhubaneswar Metro: '୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ, ପ୍ରତ୍ୟେକ ଦିନ ୯୫ ହଜାର ଲୋକଙ୍କ ପାଇଁ ଯାତାୟତ ସୁବିଧା'

ଏହି ପ୍ରକଳ୍ପରେ ପ୍ରଥମେ ୧୩ଟି ଟ୍ରେନ୍ ଚାଲିବ, ପ୍ରତ୍ୟେକ ଟ୍ରେନରେ ୩ଟି କୋଚ୍ ରହିବ । ମେଟ୍ରୋ ପ୍ରକଳ୍ପରେ ପ୍ରତ୍ୟେକ ଦିନ ୯୫ ହଜାର ଲୋକ ଯିବାର କ୍ଷମତା ରହିବ ।

ଅଦ୍ୟତନ ହୋଇଛି
୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ

୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ

Advertisment

ଭୁବନେଶ୍ୱରମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୦୨୭ ଡିସେମ୍ବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ । ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ । ମେଟ୍ରୋ ପ୍ରକଳ୍ପ ସମୀକ୍ଷା ପରେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ପ୍ରଥମେ ୨୬ କିଲୋମିଟର ମଧ୍ୟରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ପ୍ରଥମ ୨୦ଟି ଷ୍ଟେସନରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା ରହିବ ବୋଲି ସେ କହିଛନ୍ତି ।

Advertisment

ସେହିପରି ସେ ଆହୁରି କହିଛନ୍ତି, ଏହି ପ୍ରକଳ୍ପରେ ପ୍ରଥମେ ୧୩ଟି ଟ୍ରେନ୍ ଚାଲିବ, ପ୍ରତ୍ୟେକ ଟ୍ରେନରେ ୩ଟି କୋଚ୍ ରହିବ । ମେଟ୍ରୋ ପ୍ରକଳ୍ପରେ ପ୍ରତ୍ୟେକ ଦିନ ୯୫ ହଜାର ଲୋକ ଯିବାର କ୍ଷମତା ରହିବ । ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୯୨ ଏକର ଜମି ମିଳିସାରିଛି । ଆଉ ୧୫ ଏକର ଖୁବଶୀଘ୍ର ଦିଆଯିବ ବୋଲି ଭୁବନେଶ୍ୱର ସାଂସଦ କହିଛନ୍ତି । ସେହିପରି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ମୋଟ୍ ୬ ହଜାର ୨୫୬ କୋଟି ଟଙ୍କା ଖର୍ଚ୍ଚ ନେଇ ଆକଳନ ହୋଇଛି । ପ୍ରଥମ ପର୍ଯ୍ୟାୟ ଖର୍ଚ୍ଚ ରାଜ୍ୟ ସରକାର ସଂପୂର୍ଣ୍ଣ ବହନ କରିବେ । ଏହାପରେ କେନ୍ଦ୍ରର ସହାୟତା ଦରକାର କି ନାହିଁ ପରେ ଜଣାଯିବ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ୍ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର, ଜାଣନ୍ତୁ କେବେଠୁ ହେବ ଲାଗୁ...

Advertisment

ସୂଚନା ଅନୁସାରେ ମେଟ୍ରୋ ପ୍ରକଳ୍ପ ଲାଗି ଏକ ପ୍ରୋଟୋ ଟାଇପ୍ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଅଫିସରେ ପ୍ରସ୍ତୁତ କରାଯାଇଛି। ସମୁଦାୟ ୨୬ କିଲୋମିଟର ଭିତରେ ୨୦ଟି ମେଟ୍ରୋ ଷ୍ଟେସନ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ, କ୍ୟାପିଟାଲ୍ ହସପିଟାଲ୍ ଛକ, ବାପୁଜୀ ନଗର, ଭୁବନେଶ୍ବର ରେଲୱେ ଷ୍ଟେସନ, ରାମ ମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ ଦେଇ ଜୟଦେବ ବିହାର, ଜାଭିୟର୍ ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା, ପଟିଆ, କିଟ୍, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନ କାନନ, ବାରଙ୍ଗ, ଫୁଲପୋଖରୀ ଓ ତିଶୂଳିଆରେ ରହିବ।

ଏହି ମେଟ୍ରୋ ପ୍ରକଳ୍ପ ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ମାଟି ପରୀକ୍ଷା। ପ୍ରାୟ ୫୦/୬୦ ଫୁଟ୍ ତଳୁ ମାଟି ନେଇ ବିଭିନ୍ନ ଲ୍ୟାବ୍ ରେ ପରୀକ୍ଷା ହେଉଛି। ମାଟି ପରୀକ୍ଷା ସହ ଶିଶୁ ଭବନ ଛକରୁ ରଘୁନାଥପୁର ଜାଲି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାମ ବି ଜୋରସୋରରେ ଚାଲିଛି। ଏସବୁ କାମ ପ୍ରାୟ ୨ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଆରମ୍ଭ ହେବ ଫାଉଣ୍ଡେସନ ଡିଜାଇନ୍। ଭୂମିଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଲାଇନ୍। ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହାର ଉଚ୍ଚତା ଅଧିକ ରହିବ। ମେଟ୍ରୋ ପ୍ରୋଜେକ୍ଟ ପାଇଁ ପୂର୍ବରୁ ଯେଉଁ ବ୍ୟୟବରାଦ କରାଯାଇଥିଲା ତା ଭିତରେ ହିଁ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ।

Advertisment

ଅଧିକ ପଢ଼ନ୍ତୁ: ମୋଦି ଖାଇଲେ ଓଡ଼ିଆ ଖାଦ୍ୟ, ଥାଳିରେ ଥିଲା ସନ୍ତୁଳା-ଜହ୍ନି ରାଇ...

Bhubaneswar Aparajita Sarangi Metro Rail Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ