/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747565205.jpg)
Jyoti Malhotra Spying Case
ସନ୍ଦେହ ବଢାଉଛି ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ଫଟୋ । ପାକିସ୍ତାନ ସ୍ପାଏ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ଜ୍ୟୋତିଙ୍କ ଏପରି କିଛି ଫଟୋ ସାମନାକୁ ଆସିଛି, ଯାହା ତାଙ୍କର ପାକିସ୍ତାନ ଲିଙ୍କ ଚର୍ଚ୍ଚାକୁ ଆହୁରି ବଢାଇଛି । ଜ୍ୟୋତି ବାରମ୍ବାର ପାକିସ୍ତାନ ଯିବା ସହ ସେଠାକାର ହାଇପ୍ରୋଫାଇଲ ବ୍ୟକ୍ତିବିଶେଷଙ୍କ ସହିତ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ଏପରିକି ସେ ପାକିସ୍ତାନର ଏମିତି ସବୁ ସ୍ଥାନକୁ ଯାଇଛନ୍ତି ଯାହା ସହଜରେ କେହି ଯାଇପାରନ୍ତି ନାହିଁ । ତେବେ ସେ ଯାଉଥିଲେ କିପରି, ଏତେ ସହଜରେ ଭିସା କେମିତି ମିଳୁଥିଲା ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଥିବାବେଳେ ସେସବୁ ଦିଗରୁ ଛାନଭିନ ଜାରି ରଖିଛି ତଦନ୍ତକାରୀ ସଂସ୍ଥା ।
ଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସରେ ଆୟୋଜିତ ଇଫତାର ପାର୍ଟିକୁ ଯାଇଥିଲେ ଜ୍ୟୋତି । ନିଜ ୟୁଟ୍ୟୁବ ଚ୍ୟାନେଲ ‘ଟ୍ରାଭେଲ ୱିଥ ଜୋ’ରେ ସେ ଏହାର ଭିଡିଓ ମଧ୍ୟ ଅପଲୋଡ୍ କରିଥିଲେ । ଯେଉଁଥିରେ ସେ ପାକିସ୍ତାନର ଜଣେ ଅଧିକାରୀ ଦାନିଶଙ୍କ ସହ ନଜର ଆସିଥିଲେ । ଖାଲି ସେତିକି ନୁହେଁ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜଙ୍କୁ ପାକିସ୍ତାନରେ ଭେଟିଥିଲେ ଜ୍ୟୋତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚଳିତ ବର୍ଷ ହିଁ ଜ୍ୟୋତି ପହଲଗାମ ଯାଇଥିବାବେଳେ ଏହାର ଫଟୋ ଭିଡିଓ ଓ ରିଲ୍ସ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଥିଲେ । ସବୁଠୁ ବଡ଼ କଥା ହେଉଛି, ଜ୍ୟୋତି ମଲହୋତ୍ରାଙ୍କ ୟୁଟ୍ୟୁବ ଚ୍ୟାନେଲ ପାକିସ୍ତାନ ଭିଡିଓରେ ଭରପୂର ହୋଇ ରହିଛି। ଏହାସହ ବାରମ୍ବାର ଜ୍ୟୋତିଙ୍କ ପାକିସ୍ତାନ ଯିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)