Advertisment

Tragic Fate: ବିଜୟ ରୂପାନୀଙ୍କ ଜୀବନ ନେଇଗଲା ତାଙ୍କ ୧୨୦୬ ଲକି ନମ୍ୱର !

ବିଜୟ ରୂପାଣୀଙ୍କ ଜୀବନର ରାଜନୀତିକ ଯାତ୍ରାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିମାନ ଦୁର୍ଘଟନାରୁ ଅପରାହ୍ନରେ ନିଜ ଜୀବନ ନେଇ ନୂଆ ଧାରା ଆରମ୍ଭ କରିବାକୁ ଯାତ୍ରା କରିଛନ୍ତି। ବିମାନ ଦୁର୍ଘଟନାରୁ ଅପରାହ୍ନରେ ଆହତ ହୋଇଥିବା ସତ୍ତେ, ସେ ନୂଆ ଯାତ୍ରାରେ ଆଗକୁ ବଢ଼ିବାକୁ ପ୍ରସ୍ତୁତ।

author-image
Sujit kumar Swain
Vijay Rupani’s ‘Lucky’ 1206 Turns Fatal in Flight 171 Crash

Vijay Rupani’s ‘Lucky’ 1206 Turns Fatal in Flight 171 Crash

ବିଜୟ ରୂପାନୀଙ୍କ ଜୀବନ ନେଇଗଲା ଲକି ନମ୍ୱର । ଶୁଭ ଭାବୁଥିବା ନମ୍ୱର ନେଇଗଲା ତାଙ୍କ ଜୀବନ । ଲକି ନମ୍ୱର ଥିଲା ୧୨୦୬ ଆଉ ୧୨-୦୬ରେ ହିଁ ଚାଲିଗଲା ପ୍ରାଣ । ଗୁରୁବାର ଅହମ୍ମଦାବାଦରେ ଘଟିଥିଲା ଭୟଙ୍କର ବିମାନ ଦୁର୍ଘଟଣା। ଏଥିରେ ବିମାନରେ ଥିବା ଜଣେ ଯାତ୍ରୀଙ୍କୁ ଛାଡ଼ି ଆଉ ସମସ୍ତ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ୨୪୧ ଜଣ ଯାତ୍ରୀଙ୍କ ମଧ୍ୟରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ତେବେ ଏକ ରୋଚକ କଥା ସାମ୍ନାକୁ ଆସିଛି। ବିଜୟ ରୂପାନୀଙ୍କ ପାଇଁ ୧୨୦୬ ନମ୍ବର ବହୁତ ଲକି ଥିଲା ବୋଲି ବିବେଚନା କରାଯାଉଥିଲା। ଏମିତିକି ତାଙ୍କ ସ୍କୁଟରରୁ ଆରମ୍ଭ କରି କାରର ନମ୍ବର ପ୍ଲେଟ୍‌ରେ ୧୨୦୬ ଶୋଭା ପାଉଥିଲା। ଏହି ନମ୍ବର ତାଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ସେ ମାନୁଥିଲେ। କିନ୍ତୁ ସେହି ଶୁଭ ନମ୍ବର ଯେ ତାଙ୍କ ପାଇଁ ପାଲଟିଗଲା ଅଶୁଭ। ଏମିତିକି ତାଙ୍କ ଜୀବନ ନେଇଗଲା। କାହିଁକି ନା ଗତ ଗୁରୁବାର ତାରିଖ ଥିଲା ୧୨-୦୬। ଆଉ ସେହି ୧୨-୦୬ ହିଁ ତାଙ୍କ ପାଇଁ ଅନ୍ତିମ ଦିନ ପାଲଟିଗଲା ।

Advertisment

ବିଜୟ ରୂପାନୀ ତାଙ୍କ ପତ୍ନୀଙ୍କ ସହ ଜୁନ୍ ୫ ତାରିଖରେ ଲଣ୍ଡନ ଯିବାର ଥିଲା। କିନ୍ତୁ ସେ ଲୁଧିଆନା ପଶ୍ଚିମ ଉପନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ଜୁନ୍ ୧୨ ପର୍ଯ୍ୟନ୍ତ ଯାତ୍ରାକୁ ସ୍ଥଗିତ ରଖିଥିଲେ। ରୂପାନୀ ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ, ହେଲେ ସେ ପହଞ୍ଚି ପରିନଥିଲେ।

ଅଧିକ ପଢ଼ନ୍ତୁ: ଲଣ୍ଡନ ଯିବା ସ୍ୱପ୍ନ ହୋଇଗଲା ଚୁରମାର; ଜଳିଗଲେ ବାପାମା’ ଓ ୩ ଛୁଆ

ରୂପାନୀ ଯାତ୍ରା କରୁଥିବା ଫ୍ଲାଇଟ AI171 ଗୁରୁବାର ଅପରାହ୍ନ ୧ଟା ୩୯ ମିନିଟରେ ଅହମ୍ମଦାବାଦ ଏୟାରପୋର୍ଟର ୨୩ ନମ୍ବର ରନୱେରୁ ଲଣ୍ଡନର ଗେଟୱିକକୁ ଉଡ଼ାଣ ଭରିଥିଲା। ଏହି ବିମାନରେ ଥିଲେ ୧୨ କ୍ରିଉ ମେମ୍ବର ଓ ୨୩୦ ଜଣ ଯାତ୍ରୀ। ହେଲେ ଟେକଅଫ୍ ମାତ୍ର ୫ମିନିଟରେ ଆଖି ସାମ୍ନାରେ ହଠାତ୍ ତଳକୁ ଖସିପଡିଥିଲା ବିମାନଟି। ଆଉ ସିଧା ବିଜେ ମେଡ଼ିକାଲ୍ କଲେଜର ହଷ୍ଟେଲ୍ ବିଲଡିଂରେ ପିଟି ହୋଇ ଯାଇଥିଲା। କେହି କିଛି ବୁଝିବା ଆଗରୁ ଧୂଳିସାତ ହୋଇଯାଇଥିଲା ସବୁକିଛି। ଆଉ ହୁତୁହୁତ ହୋଇ ଜଳି ଉଠିଥିଲା ବିମାନର ଭଗ୍ନାବଶେଷ। 

Advertisment

ତେବେ ଏହି ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୬୯ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ପର୍ତ୍ତୁଗିଜ୍ ଏବଂ ଜଣେ କାନାଡ଼ାର ନାଗରିକ ଥିଲେ। ଆଉ ଜଣେ ଯାତ୍ରୀଙ୍କ ଛଡ଼ା ଆଉ ସଭିଙ୍କ ଜୀବନ ଚାଲିଯାଇଥିଲା ।

Air India Air India Express Flight Crash
Advertisment
Related Articles
Advertisment