/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749870126.jpeg)
DGCA Advisory
ଅହମ୍ମଦାବାଦ ଦୁର୍ଘଟଣା ପରେ ଚେତା ପଶିଲା । ଏଣିକି ସବୁ ବୋଇଂର ହେବ ସୁରକ୍ଷା ଯାଞ୍ଚ। ଏୟାର ଇଣ୍ଡିଆର ସମସ୍ତ ବୋଇଂ ବିମାନର ସୁରକ୍ଷା ଯାଞ୍ଚ ପାଇଁ DGCA ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅହମ୍ମଦାବାଦ ଦୁର୍ଘଟଣା ପରେ DGCAର ନିର୍ଦ୍ଦେଶନାମା ଆସିଛି । ବିମାନ ଉଡ଼ାଣ ପୂର୍ବରୁ ଇନ୍ଧନ ପାରାମିଟର୍ ମନିଟରିଂ କରାଯିବ ଓ କ୍ୟାବିନ୍ ଏୟାର କମ୍ପ୍ରେସର୍ ଓ ସମ୍ପୃକ୍ତ ସିଷ୍ଟମର ବି ଯାଞ୍ଚ ହେବ। ଇଲେକ୍ଟ୍ରୋନିକ୍ ଇଞ୍ଜିନ ନିୟନ୍ତ୍ରଣ ସିଷ୍ଟମର ମଧ୍ୟ ପରୀକ୍ଷା ହେବ ଏବଂ ଟେକ୍ -ଅଫ୍ ପାରାମିଟରର ବି ରିଭ୍ୟୁ କରାଯିବାକୁ ନିଷ୍ପତ୍ତି ହୋଇଛି।
ସେପଟେ ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ଗଠନ କରିଛି ଏକ ଉଚ୍ଚସ୍ତରୀୟ ମଲ୍ଟି ଡିସିପ୍ଲିନାରୀ କମିଟି । କେମିତି ହେଲା ବିମାନ AI-171ର ଦୁର୍ଘଟଣା ଏହି କମିଟି ତଦନ୍ତ କରିବ । ଏସଓପି କ'ଣ ପାଳନ ହୋଇଥିଲା ଏନେଇ ଅନୁଧ୍ୟାନ କରିବ କମିଟି । ଏମିତିକି ଆଗକୁ କିଭଳି ଦୁର୍ଘଟଣାକୁ ଏଡାଇ ହେବ, ସେନେଇ କମିଟି ମଧ୍ୟ ଏସଓପିରେ କିଛି ପରିବର୍ତ୍ତନ ଆଣିପାରେ । ହେଲେ କମିଟି ଅନ୍ୟ କୌଣସି ଦିଗରେ ତଦନ୍ତ କରିବ ନାହିଁ । ମୁଖ୍ୟତଃ ଏସଓପି ଉପରେ ଫୋକସ କରିବ ଏହି କମିଟି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)