Advertisment

Air India Plane Crash: ଲଣ୍ଡନ ଯିବା ସ୍ୱପ୍ନ ହୋଇଗଲା ଚୁରମାର; ଜଳିଗଲେ ବାପାମା’ ଓ ୩ ଛୁଆ

ରାଜସ୍ଥାନର ପ୍ରତୀକ ଯୋଶୀ ଗତ ୬ ବର୍ଷ ଧରି ଲଣ୍ଡନରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିଲେ। ସ୍ୱାମୀଙ୍କ ସହ ଲଣ୍ଡନରେ ରହିବାକୁ ସ୍ତ୍ରୀ ଡାକ୍ତର କୋମି ଦାସ୍ ଦୁଇଦିନ ତଳେ ଚାକିରିରୁ ଇସ୍ତଫା ଦେଇଥିଲେ। ତିନି ପିଲାଙ୍କୁ ନେଇ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲେ ପୂରା ପରିବାର ।

author-image
Tapaswini Nayak
ଅଦ୍ୟତନ ହୋଇଛି
Air India Plane Crash

Air India Plane Crash

ତୁମେ ଡାକ୍ତର ଚାକିରି ଛାଡ଼ି ଦିଅ....ଆଉ ଅଲଗା ହୋଇ ରହିବାନି, ମୁଁ ତୁମକୁ ଓ ଛୁଆମାନଙ୍କୁ ବହୁତ ମିସ୍‌ କରୁଛି। ଆମେ ମିଶିକରି ଲଣ୍ଡନରେ ରହିବା। ଲଣ୍ଡନରେ ନୂଆ ସଂସାର କରିବା ପାଇଁ ସ୍ୱପ୍ନ ଦେଖିଥିଲେ। ଭାରତରେ ଡାକ୍ତର ଚାକିରି ଛାଡ଼ି ତିନି ଛୁଆଙ୍କୁ ସାଥିରେ ନେଇ ସ୍ୱାମୀଙ୍କ ସହ ଲଣ୍ଡନକୁ ଉଡ଼ିଯାଉଥିଲେ। ହେଲେ ଜୀବନର ନୂଆ ଡେଷ୍ଟିନେସନରେ ପହଞ୍ଚିବା ଆଗରୁ ପୂରା ପରିବାର ଚାଲିଗଲା ଅଫେରା ରାଇଜକୁ । ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣାରେ ସାମ୍ନାକୁ ଆସିଛି ଏଭଳି ଲୁହଭିଜା କାହାଣୀ ।

Advertisment

ଅଧିକ ପଢ଼ନ୍ତୁ: ବିମାନ ଦୁର୍ଘଟଣାରେ ଜୀବନ ଗଲା, ପରିବାରର ସ୍ୱପ୍ନ ବି ଧୂଳିସାତ ହୋଇଗଲା

ରାଜସ୍ଥାନର ପ୍ରତୀକ ଯୋଶୀ ଗତ ୬ ବର୍ଷ ଧରି ଲଣ୍ଡନରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିଲେ। ସ୍ୱାମୀଙ୍କ ସହ ଲଣ୍ଡନରେ ରହିବାକୁ ସ୍ତ୍ରୀ ଡାକ୍ତର କୋମି ଦାସ୍ ଦୁଇଦିନ ତଳେ ଚାକିରିରୁ ଇସ୍ତଫା ଦେଇଥିଲେ। ତିନି ପିଲାଙ୍କୁ ନେଇ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲେ ପୂରା ପରିବାର । ହେଲେ ଭୟଙ୍କର ଦୁର୍ଘଟଣାରେ ପ୍ରତୀକଙ୍କ ପରିବାରର ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଭାଗ୍ୟପୂର୍ଣ ଘଟଣାକୁ ନେଇ ଏବେ ଶୋକରେ ବୁଡ଼ିଛି ସାରା ରାଜସ୍ଥାନ।

Advertisment

ଅହମ୍ମଦାବାଦ ଛାତିଥରା ବିମାନ ଦୁର୍ଘଟଣାରେ କେବଳ ଜଣଙ୍କୁ ଛାଡି ଅନ୍ୟ ସମସ୍ତେ ମୃତ। ବିମାନରେ ଥିବା କ୍ର୍ୟୁ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଏୟାର ଇଣ୍ଡିଆ । ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଥିବା ରମେଶ ବିଶ୍ବାସ କୁମାରଙ୍କ ହସପିଟାଲରେ ଚିକିତ୍ସା ଜାରି ରହିଛି। ଭୟଙ୍କର ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେପଟେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା, ତାର ତଦନ୍ତ ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ଭୟଙ୍କର ବିମାନ ଦୁର୍ଘଟଣା, ଥିଲା ୧ ଲକ୍ଷ ଲିଟର ଇନ୍ଧନ...ବିଶେଷଜ୍ଞ କହିଲେ କାରଣ..

Ahmedabad Air India Plane Crash
Advertisment
Advertisment