Advertisment

Vijay Rupani's Lucky Number: ୧୨ ଜୁନ୍ ପୂର୍ବରୁ ଦୁଇ ଥର ଟିକେଟ କାଟିଥିଲେ ବିଜୟ ରୂପାନୀ, କିନ୍ତୁ...

ପୂର୍ବରୁ ଦୁଇ ଦୁଇ ଥର ଲଣ୍ଡନ ଯିବାକୁ ଚାହିଁଥିଲେ ମଧ୍ୟ କେଉଁ କାରଣ ପାଇଁ ସେ ଉଡ଼ାଣ ଭରି ନଥିଲେ ସେ ନେଇ କିନ୍ତୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

author-image
Santosh Kumar Sahoo
Vijay Rupani

Vijay Rupani

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିଧନକୁ ନେଇ ସାମ୍ନାକୁ ଆସିଲା କିଛି ଚାଞ୍ଚଲ୍ୟକର ସତ । ଥରେ ନୁହେଁ ଦୁଇ ଦୁଇ ଥର ଲଣ୍ଡନ ଯିବା ପାଇଁ ସ୍ଥିର କରିଥିଲେ ବି ଟିକେଟ କ୍ୟାନସଲ କରିଥିଲେ ରୂପାନୀ । ଅର୍ଥାତ ୧୨ ତାରିଖ ତାଙ୍କର ପ୍ରଥମ ପସନ୍ଦ ନ ଥିଲା । ପୂର୍ବରୁ ଦୁଇ ଦୁଇ ଥର ଲଣ୍ଡନ ଯିବାକୁ ଚାହିଁଥିଲେ ମଧ୍ୟ କେଉଁ କାରଣ ପାଇଁ ସେ ଉଡ଼ାଣ ଭରି ନଥିଲେ ସେ ନେଇ କିନ୍ତୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏହା କହିବା ବାହୁଲ୍ୟ ଯେ, ଯେଉଁ ୧୨ ଏବଂ ଶୂନ ଛଅକୁ ନେଇ ଚର୍ଚ୍ଚା ହେଉଛି ତାହା ବିଜୟ ରୂପାନୀଙ୍କ କ୍ଷେତ୍ରରେ ଅଶୁଭ ସାବ୍ୟସ୍ତ ହୋଇଛି ।

Advertisment

ସୂଚନା ଅନୁସାରେ ପତ୍ନୀ ଏବଂ ଝିଅକୁ ଦେଖା କରିବା ପାଇଁ ଉଡ଼ାଣ ଭରିଥିବା ବିଜୟ ରୂପାନୀ ମେ’ ୧୯ ରେ ଲଣ୍ଡନ ପାଇଁ ଟିକେଟ କାଟିଥିଲେ । ଆଉ ସେହି ବିମାନ ନମ୍ବର ଥିଲା AI171। ମେ’ ୧୯ରେ ଯାଇ ଜୁନ୍ ୨୫ରେ ସେ ଭାରତ ଫେରିବାର ଯୋଜନା କରିଥିଲେ । ପରବର୍ତ୍ତୀ ସମୟରେ କିନ୍ତୁ ସେ ଟିକେଟ କ୍ୟାନସଲ କରି ଜୁନ୍ ୫ ପାଇଁ ଟିକେଟ କରିଥିଲେ । ଯାହାକୁ ଦ୍ବିତୀୟ ଥର ଲାଗି କ୍ୟାନସଲ କରିଥିଲେ ବିଜୟ ରୂପାନୀ । ଶେଷରେ ଜୁନ୍ ୧୨ ପାଇଁ ସେ ଟିକଟ କରିଥିଲେ । ବିମାନ ଥିଲା AI171 ଏବଂ ସିଟ୍ ନମ୍ବର ଥିଲା ଟୁ-ଡି । ଯାହା ଉଡ଼ାଣର ମାତ୍ର କେଇ ମିନଟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଏତେ ବଡ଼ ବିପଦର ସମ୍ମୁଖିନ ହୋଇଛି ।

ଅଧିକ ପଢ଼ନ୍ତୁ: ଲିଙ୍କଡିନ୍‌ ପ୍ରୋଫାଇଲକୁ ନେଇ ମହାଭାରତ, ଅଫିସରେ ଚାପ ପକାଇଲେ ସିନିୟର

Advertisment

ସେପଟେ ପଞ୍ଜାବ ବିଜେପି ମୁଖ୍ୟ ସୁନୀଲ ଜାଖଡ଼ଙ୍କ ଅନୁଯାୟୀ, ବିଜୟ ରୂପାନୀ ତାଙ୍କ ପତ୍ନୀଙ୍କ ସହ ଜୁନ୍ ୫ ତାରିଖରେ ଲଣ୍ଡନ ଯିବାର ଥିଲା । କିନ୍ତୁ ସେ ଲୁଧିଆନା ପଶ୍ଚିମ ଉପନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ଜୁନ୍ ୧୨ ପର୍ଯ୍ୟନ୍ତ ଯାତ୍ରାକୁ ସ୍ଥଗିତ ରଖିଥିଲେ। ଜାଖଡ଼ ଦୁଃଖ ପ୍ରକାଶ କରି କହିଥିଲେ, 'ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭାଗ୍ୟ ଏପରି ଖେଳ ଖେଳିଲା ଯେ ସେ ଅଡ଼ୁଆରେ ଫସିଗଲେ । ରୂପାନୀ ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ, କିନ୍ତୁ ସେ କେବେ ପହଞ୍ଚି ନଥିଲେ।'

India Air India Plane Crash
Advertisment
Related Articles
Advertisment