Advertisment

Ahmedabad Plane Crash Deaths: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା; ପ୍ରିୟ ଜନଙ୍କ ମରଶରୀର ପାଇଁ ଅସମ୍ଭବ ଭିଡ଼...

ଭାରତରେ ଭୟାନକ ବିମାନ ଦୁର୍ଘଟଣା ଇତିହାସରେ ଆଉ ଏକ କଳା ଫର୍ଦ୍ଦ ଯୋଡ଼ିଥିବା ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବିତିଛି ପ୍ରାୟ ୪୮ ଘଣ୍ଟା। ଭୟଙ୍କର ଦୁର୍ଘଟଣାରେ ଏବେ ସୁଦ୍ଧା ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସୁଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Ahmedabad Plane Crash Deaths

Ahmedabad Plane Crash Deaths

ଅବିଶ୍ବାସନୀୟ, ଅବର୍ଣ୍ଣନୀୟ, କଳ୍ପନାତୀତ ଅହମ୍ମଦାବାଦ ବିମାନ ଦୁର୍ଘଟଣା । ଭାରତରେ ଭୟାନକ ବିମାନ ଦୁର୍ଘଟଣା ଇତିହାସରେ ଆଉ ଏକ କଳା ଫର୍ଦ୍ଦ ଯୋଡ଼ିଥିବା ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବିତିଛି ପ୍ରାୟ ୪୮ ଘଣ୍ଟା। ଭୟଙ୍କର ଦୁର୍ଘଟଣାରେ ଏବେ ସୁଦ୍ଧା ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସୁଛି। 

Advertisment

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏବେସୁଦ୍ଧା ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଭିତରୁ ବିମାନରେ ଥିବା ୨୩୦ ଯାତ୍ରୀ, ୨ ପାଇଲଟ ଆଉ ୧୦ କ୍ରିୟୁ ମେମ୍ବରଙ୍କ ମଧ୍ୟରୁ କେବଳ ଜଣେ ଯାତ୍ରୀଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଯେଉଁମାନଙ୍କ ମଧ୍ୟରେ ୧୬୯ ଭାରତୀୟ, ୫୩ ବ୍ରିଟିଶ୍, ୭ ପର୍ତ୍ତୁଗିଜ୍ ଓ ଜଣେ କାନାଡ଼ା ନାଗରିକ ମଧ୍ୟ ରହିଛନ୍ତି। ଅନ୍ୟପଟେ ବିଶାଳ ବୋଇଂ ବିମାନଟି ମେଘାନୀ ନଗରସ୍ଥିତ ବିଜେ ମେଡିକାଲ କଲେଜର ଏକାଧିକ ବହୁତଳ କୋଠା ଉପରେ ଖସିପଡ଼ିଥିବାରୁ ସେଠାରେ ଜଣେ ଡାକ୍ତରଙ୍କ ସହ ମେସରେ କାର୍ଯ୍ୟରତ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆଶଙ୍କା କରାଯାଉଛି ଯେ, ଦୁର୍ଘଟଣାସ୍ଥଳର ଧ୍ବଂସସ୍ତୂପ ତଳେ ଆଉ କିଛି କେହି ଚାପି ହୋଇ ରହିଥାଇପାରନ୍ତି। କାରଣ ଦୁର୍ଘଟଣା ପରଠୁ ସ୍ଥାନୀୟ ରମଣୀ ନଗର ବସ୍ତିର କିଛି ଲୋକ ନିଖୋଜ ଥିବାରୁ, ଆଶା ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି ସେମାନଙ୍କ ପରିବାର ଓ ସମ୍ପର୍କୀୟ।

ଅଧିକ ପଢ଼ନ୍ତୁ: ଲଣ୍ଡନ ଯିବା ସ୍ୱପ୍ନ ହୋଇଗଲା ଚୁରମାର; ଜଳିଗଲେ ବାପାମା’ ଓ ୩ ଛୁଆ

ତେବେ ଅହମ୍ମଦାବାଦ ଏୟାର କ୍ରାସରେ ସମ୍ପୂର୍ଣ୍ଣ ଅଗ୍ନିପିଣ୍ଡୁଳା ପାଲଟିଯାଇଥିବା ବିମାନରୁ ଆଉ ଯାତ୍ରୀଙ୍କ ମରଶରୀର ଚିହ୍ନଟ ସମ୍ଭବ ନଥିବାରୁ, ପରିବାର ଓ ସମ୍ପର୍କୀୟଙ୍କୁ ମୃତଦେହ ଫେରାଇବାକୁ ଡିଏନଏ ଟେଷ୍ଟର ସହାୟତା ନେଇଛି ସ୍ଥାନୀୟ ପ୍ରଶାସନ। ତେଣୁ ନିଜ ପ୍ରିୟ ଜନଙ୍କ ମରଶରୀର ସଂଗ୍ରହ ପାଇଁ ମେଡିକାଲ ବାହାରେ ଆତ୍ମୀୟ ସୋଦରଙ୍କ ଅସମ୍ଭବ ଭିଡ଼।  ଦୁର୍ଘଟଣାର କାରଣ ଖୋଜା ତନାଘନା ଭିତରେ ଘଟଣାସ୍ଥଳରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମଧ୍ୟ ପହଞ୍ଚିଛି। ଏନଡିଆରଏଫର ୩ଟି ଟିମ୍ ମଧ୍ୟ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ଓ ଖୋଜ ଖବର କାର୍ଯ୍ୟ ଜାରି ରଖିଛି।

Advertisment

ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ କ୍ରାସ୍ ହେବା ପରେ ଗତକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ରାସ୍ ସ୍ପଟରେ ପହଞ୍ଚି ଦୁର୍ଘଟଣାର ଭୟବହତାକୁ ଅନୁଭବ କରିବା ପରେ ଏକପ୍ରକାର ହତବାକ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ। ପରେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଇ, ସେଠାରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ।

ପରେ ପରେ ଭୟଙ୍କର ବିମାନ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତିଯାଇଥିବା ଏକମାତ୍ର ଯାତ୍ରୀ ରମେଶ ବିଶ୍ବାସ କୁମାରଙ୍କୁ ସିଭିଲ ହସ୍ପିଟାଲରେ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସେହିଭଳି ଦୁର୍ଘଟଣାରେ ଅନ୍ୟ ଆହତଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଗତକାଲିର ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସ୍ବାନ୍ତନା ଦେଇଥିଲେ ମୋଦି। 

Air India Flight Air India Flight Accident Ahmedabad plane crash
Advertisment
Related Articles
Advertisment