• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭୟାନକ ବିମାନ ଦୁର୍ଘଟଣାର ରୋଚକ ଘଟଣା । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଅବିଶ୍ବାସନୀୟ, ଅବର୍ଣ୍ଣନୀୟ, କଳ୍ପନାତୀତ ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆଶ୍ଚର୍ଯ୍ୟଚକିତ କଲା ଭଳି ଘଟଣା । ଭୟଙ୍କର ଦୁର୍ଘଟଣାରେ ଏବେ ସୁଦ୍ଧା ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସୁଛି। ବିମାନ ଦୁର୍ଘଟଣା ପରେ ବିସ୍ଫୋରଣରେ ସବୁକିଛି ଜଳିଗଲା। ଜୀବନ, ବିମାନ, ଲଗେଜ୍, ଖାତା, ବହି, ଡାଏରୀ, ଖେଳନା, ପର୍ସ, ଫୋନ୍‌ ଓ ଲାପଟପ ଭଳି ଅନେକ କିଛି । ଏମିତି କି ନିଆଁର ଆଁରେ ଲୁହା ସୁଦ୍ଧା ବି ତରଳି ଗଲା, ହେଲେ ପବିତ୍ର ଭଗବତ ଗୀତାର କିଛି ବି ହୋଇନି । ନିଆଁରେ ଗୀତା ବହି ଜଳିନି ବରଂ ସେମିତି ଅକ୍ଷତ ଅବସ୍ଥାରେ ରହିଛି । ଯାହା ପଢିବା ଯୋଗ୍ୟ ମଧ୍ୟ । ଏହା ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେଉଛି। 

ଦୁର୍ଘଟଣାସ୍ଥଳରୁ ଉଦ୍ଧାରକାରୀ ଟିମ ଏହି ଭଗବତ ଗୀତାକୁ ପାଇଥିବା ବେଳେ କେହି ଯାତ୍ରୀ ହୁଏତ ଭଗବତ ଗୀତାକୁ ନେଇ ଅହମଦାବାଦରୁ ଲଣ୍ଡନ ଯାଉଥିଲେ ବୋଲି ଅନୁମାନ କରାଯାଉଛି । ଦୁର୍ଘଟଣାସ୍ଥଳରୁ ଜଣେ ବ୍ୟକ୍ତି ‘ଗୀତା’ଟିକୁ ଦେଖାଉଥିବା ବେଳେ ଆଉ ଜଣେ ବ୍ୟକ୍ତି ‘ଗୀତା’ର ଭିଡ଼ିଓ କରୁଥିବାର ଦେଖିବାକୁ ମିଳୁଛି। ଗୀତାର କଭର୍‌ ପେଜ୍‌ ଅଳ୍ପ ଟିକେ କ୍ଷତ ଦେଖାଯାଉଥିବା ବେଳେ ଭିତର ପେଜ୍‌ ଗୁଡ଼ିକର ଲେଖା ଓ ଫଟୋ କିଛି ହୋଇନଥିବା ଦେଖିବାକୁ ମିଳୁଛି।

Also Read

ଅଧିକ ପଢ଼ନ୍ତୁ: ଲଣ୍ଡନ ଯିବା ସ୍ୱପ୍ନ ହୋଇଗଲା ଚୁରମାର; ଜଳିଗଲେ ବାପାମା’ ଓ ୩ ଛୁଆ

ତେବେ ବଡ ଦୁର୍ଘଟଣାରେ ଭଗବତ ଗୀତା ଅକ୍ଷତ ଭାବେ ମିଳିବା ଘଟଣାକୁ କେହି କେହି ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ରମେଶଙ୍କର ବି ହୋଇଥାଇପାରେ ବୋଲି କହୁଛନ୍ତି । ମାତ୍ର ସ୍ପଷ୍ଟ ହୋଇନି ଭଗବତ ଗୀତାକୁ କେଉଁ ଯାତ୍ରୀ ନେଇ ଯାତ୍ରା କରୁଥିଲେ । ହେଲେ ଏଭଳି ନିଆଁରୁ ଭଗବତ ଗୀତା ବର୍ତ୍ତିଯିବା ଧାର୍ମିକ ଚେତନା ଓ ଭାବାବେଗକୁ ଆହୁରି ମଜବୁତ କରିଛି । ଲୋକଙ୍କ ମନରେ ଈଶ୍ବରୀୟ ଭାବନା ଜାଗ୍ରତ କରିଛି । ଜୀବନରେ ସବୁ ଚାଲିଯିବ ହେଲେ ଈଶ୍ବରୀୟ ଭାବନାର ମୃତ୍ୟୁ ନାହିଁ । 

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏବେସୁଦ୍ଧା ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଭିତରୁ ବିମାନରେ ଥିବା ୨୩୦ ଯାତ୍ରୀ, ୨ ପାଇଲଟ ଆଉ ୧୦ କ୍ରିୟୁ ମେମ୍ବରଙ୍କ ମଧ୍ୟରୁ କେବଳ ଜଣେ ଯାତ୍ରୀଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଯେଉଁମାନଙ୍କ ମଧ୍ୟରେ ୧୬୯ ଭାରତୀୟ, ୫୩ ବ୍ରିଟିଶ୍, ୭ ପର୍ତ୍ତୁଗିଜ୍ ଓ ଜଣେ କାନାଡ଼ା ନାଗରିକ ମଧ୍ୟ ରହିଛନ୍ତି। ଅନ୍ୟପଟେ ବିଶାଳ ବୋଇଂ ବିମାନଟି ମେଘାନୀ ନଗରସ୍ଥିତ ବିଜେ ମେଡିକାଲ କଲେଜର ଏକାଧିକ ବହୁତଳ କୋଠା ଉପରେ ଖସିପଡ଼ିଥିବାରୁ ସେଠାରେ ଜଣେ ଡାକ୍ତରଙ୍କ ସହ ମେସରେ କାର୍ଯ୍ୟରତ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆଶଙ୍କା କରାଯାଉଛି ଯେ, ଦୁର୍ଘଟଣାସ୍ଥଳର ଧ୍ବଂସସ୍ତୂପ ତଳେ ଆଉ କିଛି କେହି ଚାପି ହୋଇ ରହିଥାଇପାରନ୍ତି। କାରଣ ଦୁର୍ଘଟଣା ପରଠୁ ସ୍ଥାନୀୟ ରମଣୀ ନଗର ବସ୍ତିର କିଛି ଲୋକ ନିଖୋଜ ଥିବାରୁ, ଆଶା ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି ସେମାନଙ୍କ ପରିବାର ଓ ସମ୍ପର୍କୀୟ।

ଓଟିଭି ବିଜ୍ଞାପନ