Supremecourt Verdict
ଲାଇଭ ଶୋ'ରେ ପ୍ୟାନେଲିଷ୍ଟଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ହଟହଟା ଆଙ୍କର । ଆୟୋଜିତ ଶୋ'ର ଆଙ୍କରଙ୍କୁ ଏଥିପାଇଁ ଗିରଫ କରାଯାଇଥିଲା । ବର୍ତ୍ତମାନ ସୁପ୍ରିମକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି । 'ପ୍ୟାନେଲିଷ୍ଟଙ୍କ ମନ୍ତବ୍ୟ ପାଇଁ ଟିଭି ଆଙ୍କର ଦାୟୀ ନୁହଁନ୍ତି' ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଗତ ୬ ତାରିଖରେ ପ୍ୟାନେଲିଷ୍ଟ ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ ଗିରଫ ହୋଇଛନ୍ତି ସାକ୍ଷୀ ଟିଭି ଆଙ୍କର କେ ଶ୍ରୀନିବାଶ ରାଓ । ଅମରାବତୀରେ ଶୀନିବାସ ହୋଷ୍ଟ କରୁଥିବା ଏକ ଲାଇଭ ଶୋ'ରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଜଣେ ପ୍ୟାନେଲିଷ୍ଟ । ଏହି ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ସାମ୍ବାଦିକଙ୍କ ସୁରକ୍ଷା ଓ ବାକ୍ ସ୍ୱାଧୀନତାକୁ ଗୁରୁତ୍ୱ ଦେଇ ରାୟ ଶୁଣାଇବା ସହ ଶ୍ରୀନିବାସଙ୍କୁ ଦୋଷମୁକ୍ତ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଆନ୍ଧ୍ରପ୍ରଦେଶ ଅମରାବତୀରେ ଚାଲିଥିଲା ସାକ୍ଷୀ ଟିଭିର ଏକ ଲାଇଭ ଶୋ' । ଯେଉଁଥିରେ ପ୍ୟାନେଲକୁ ନିମନ୍ତ୍ରିତ ହୋଇ ଆସିଥିଲେ ରାଜନୀତି ସମୀକ୍ଷକ ଭି ଭି ଆର କ୍ରୀଷ୍ଣମରାଜୁ । ଶୋ' ହୋଷ୍ଟ କରୁଥିଲେ କେ ଶ୍ରୀନିବାଶ ରାଓ । ଶୋ' ଚାଲିଥିବାବେଳେ ଭି ଭି ଆର କ୍ରୀଷ୍ଣମରାଜୁ କହିଥିଲେ, 'ଅମରାବତୀ ହେଉଛି ଦେହଜୀବୀଙ୍କ ରାଜଧାନୀ' (Amaravari Is Sex Capital) । ଏହି ମନ୍ତବ୍ୟ ପରେ ତେଜିଥିଲା ବିବାଦ ।
କୋର୍ଟରେ ହାଜର ହୋଇଥିଲେ ଆଙ୍କର କେ ଶ୍ରୀନିବାସ ରାଓ । ତାଙ୍କ ସପକ୍ଷରେ ଆଇନଜୀବୀ ସିଦ୍ଧାର୍ଥ ଧାବେ ଯୁକ୍ତି ବାଢିଥିଲେ । ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ମନମୋହନଙ୍କ ଖଣ୍ଡପୀଠ ଏହି ଶୁଣାଣି କରୁଥିଲେ । ଆଇନଜୀବୀ ସିଦ୍ଧାର୍ଥ ଧାବେ କହିଥିଲେ ଯେ, ପ୍ୟାନେଲିଷ୍ଟଙ୍କ ମନ୍ତବ୍ୟ ତାଙ୍କ ନିଜସ୍ୱ । ଏହା ଆଙ୍କରଙ୍କ ମନ୍ତବ୍ୟ ନୁହେଁ । କି ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ସେପଟେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ମନମୋହନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଆଙ୍କରଙ୍କ ଏ ମନ୍ତବ୍ୟ ନୁହେଁ ସତ, ହେଲେ ଯେହେତୁ ସେ ଶୋ' ହୋଷ୍ଟ୍ କରୁଥିଲେ ତେଣୁ ତାଙ୍କୁ ନିମନ୍ତ୍ରିତ ଅତିଥି ଏଭଳି କହିବା ସମୟରେ ଅଟକାଇବା ଆବଶ୍ୟକ ଥିଲା । କିନ୍ତୁ ଆଙ୍କରଙ୍କର ଏଥିରେ କୌଣସି ଭୂମିକା ନଥିବାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ।
ସେପଟେ ବିପକ୍ଷ ଓକିଲ ମୁକୁଲ ରୋହତାଗୀ ଏବଂ ସିଦ୍ଧାର୍ଥ ଲୁଥ୍ରାଙ୍କ କହିବା କଥା, ପ୍ୟାନେଲିଷ୍ଟଙ୍କ ମନ୍ତବ୍ୟ ମହିଳା ସମାଜ ପ୍ରତି ଅପମାନଜନକ । ଆଉ ଏଭଳି ସମୟରେ ତାଙ୍କୁ ଆଙ୍କର ଜଣକ ରୋକିବା ପରିବର୍ତ୍ତେ ହସି ହସି ମଜା ନେଉଥିଲେ । ଆଉ ତାଙ୍କୁ ଏପରି କହିବାକୁ ପ୍ରବର୍ତ୍ତାଉଥିଲେ ।
ଅଧିକ ପଢନ୍ତୁ: ଶଶି ଥରୁରଙ୍କୁ ପ୍ରଶ୍ନ କଲେ ସାମ୍ବାଦିକ ପୁଅ : ଉତ୍ତରରେ ବାପା କହିଲେ, ତାକୁ ଅନୁମତି ଦେବାର ନଥିଲା...
Gold Price In Bhubaneswar: ପହିଲି ରଜରେ ସୁନା ଦରରେ ହେଲା ବଡ଼ ପରିବର୍ତ୍ତନ; ଜାଣନ୍ତୁ କେତେ ଅଛି ଦାମ୍...

Ahmedabad Plane Crash Deaths: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା; ପ୍ରିୟ ଜନଙ୍କ ମରଶରୀର ପାଇଁ ଅସମ୍ଭବ ଭିଡ଼...

Weather Update: ଫିକା ପଡିପାରେ ରଜ ମଉଜ, ଝଡ଼ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ଚେତାବନୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)