Advertisment

Maoists killed: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମହିଳା ମାଓବାଦୀ

ଛତିଶଗଡର ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ମହିଳା ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ରାଇଫଲ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
maoists

maoists

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ । ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛନ୍ତି ଦୁଇ ମହିଳା ମାଓବାଦୀ । ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବସ୍ତର ରେଞ୍ଜ ଆଇଜିପି  ପି ସୁନ୍ଦରରାଜ । 

Advertisment

ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ବର୍ବରକାଣ୍ଡ: ଗଳାକାଟି ୩ ଜଣଙ୍କୁ ହତ୍ୟା, ଆକ୍ରମଣରେ ୭ ଜଣ ଗୁରୁତର

ଆଇଜିପି କହିଛନ୍ତି, ମାଓ କ୍ୟାଡରଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ଅବୁଝମାଡ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ନାରାୟଣପୁର ଏବଂ କୋଣ୍ଡାଗାଁଓ ଜିଲ୍ଲା ରିଜର୍ଭ ଗାର୍ଡ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ)ଙ୍କ ଦ୍ୱାରା ମିଳିତ ଅପରେସନ କରାଯାଇଥିଲା । ଉଭୟ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ଏକ ଇନସାସ ରାଇଫଲ ସହ ୩୧୫ ବୋର ରାଇଫଲ ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Advertisment

ସୂଚନା ମୁତାବକ, ଗତ ୨୦ ତାରିଖରେ କାଙ୍କେର ଛୋଟେବେଟିୟା ଥାନା ଅନ୍ତର୍ଗତ ଜଙ୍ଗଲରେ ଜିଲ୍ଲା ରିଜର୍ଭ ଗାର୍ଡ ଓ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ଦୁଇ ଜଣ ମାଓବାଦୀ ନିପାତ ହୋଇଥିଲେ । 

୨୦୨୪ ଜାନୁଆରୀ ମାସ ପରଠାରୁ ପୃଥକ ଏନକାଉଣ୍ଟରରେ ୪୦୦ ଜଣ ମାଓବାଦୀ ନିପାତ ହେଲେଣି । ଗତ ଜାନୁୟାରୀ ମାସରୁ କେବଳ ବସ୍ତର ଅଞ୍ଚଳରେ ୨୧୩ ଜଣ ମାଓବାଦୀ ଏନକାଉଣ୍ଟରରେ ନିପାତ ହୋଇଛନ୍ତି । ଏନକାଉଣ୍ଟରରେ ନିପାତ ହୋଇଥିବା ମାଓବାଦୀଙ୍କ ମଧ୍ୟରୁ ସବୁଠୁ ହାର୍ଡକୋର ମାଓବାଦୀ ହେଉଛନ୍ତି ସିପିଆଇ ସାଧାରଣ ସମ୍ପାଦକ ବାସବରାଜୁ, ଯାହାକୁ ମେ ୨୧ ତାରିଖରେ ନାରାୟଣପୁର ଜିଲ୍ଲାରେ ନିପାତ କରାଯାଇଥିଲା । 

ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ବର୍ବରକାଣ୍ଡ; ୨ ଜଣଙ୍କୁ ମାରିଦେଲେ

2 Maoists Killed Chhattisgarh
Advertisment
Advertisment