/odishatv-khabar/media/post_attachments/uploadimage/library/16_9/16_9_0/maoists_1750571325.jpg)
maoists
ମୂଳ ଲକ୍ଷ୍ୟ ଛାଡି ହିଂସାତ୍ମକ ପନ୍ଥା ଆପଣାଉଛନ୍ତି ମାଓବାଦୀ । ବାରମ୍ବାର ସାଧାରଣ ଲୋକଙ୍କୁ ମୋହରା ବନାଉଛି ମାଓବାଦୀ ସଂଗଠନ । ନୀରିହ ଲୋକଙ୍କୁ ହତ୍ୟା କରିବାକୁ ପଛାଉନାହାନ୍ତି ମାଓବାଦୀ । ଗତ କିଛି ଦିନ ତଳେ ମାଓବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରିବା ପରେ ଆଜି ପୁଣି ସମାନ ଘଟଣା ଘଟିଛି ।
ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ବର୍ବରକାଣ୍ଡ: ଗଳାକାଟି ୩ ଜଣଙ୍କୁ ହତ୍ୟା, ଆକ୍ରମଣରେ ୭ ଜଣ ଗୁରୁତର
ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁରରେ ଦୁଇଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ସେମାନଙ୍କ ମଧ୍ୟରେ ଜଣେ ଆତ୍ମସମର୍ପଣକାରୀ ମାଓବାଦୀ ଓ ଆଉ ଜଣେ ସାଧାରଣ ଗ୍ରାମବାସୀ । ସେଣ୍ଡ୍ରାବୋର ଏବଂ ଏମ ପୁରରେ ମାଓବାଦୀ ମାନେ ଏହି ବର୍ବରୋଚିତ କାଣ୍ଡ ଭିଆଇଛନ୍ତି। ପୋଲିସ ଇନଫର୍ମର୍ ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ଏହି ଘଟଣାରେ ପୋଲିସ୍ ଅଧିକ ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଛତିଶଗଡ଼ରେ ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ପେଦା-କରେମ ଗାଁରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପରିବାରର ଦୁଇ ଜଣଙ୍କ ସମେତ ଗଳାକାଟି ୩ ଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀ । ପୋଲିସ ଇନଫର୍ମର୍ ସନ୍ଦେହରେ ସେମାନଙ୍କୁ ହତ୍ୟା କରିଥିଲେ ମାଓବାଦୀ । ସେମାନଙ୍କ ମଧ୍ୟରେ ଅସ୍ତ୍ରଶସ୍ତ୍ର ଛାଡି ଆତ୍ମସମର୍ପଣ କରିଥିବା ମାଓ କମାଣ୍ଡର ଦିନେଶ ମୋଦିୟାମଙ୍କ ପରିବାର ସଦସ୍ୟ ଏବଂ ଗଙ୍ଗଲୁର କମିଟିର ସମ୍ପାଦକ ଦିନେଶଙ୍କ ପରିବାର ସଦସ୍ୟ ଥିଲେ । ଏହି ହତ୍ୟାକାଣ୍ଡ ପଛରେ ମାଓ କମାଣ୍ଡର ଭେଲ୍ଲାର ହାତ ଥିବା ସୂଚନା ମିଳିଥିଲା ।
ଗତ ୨୦୨୩ ସେପ୍ଟେମ୍ବର ୧ ତାରିଖରୁ ଚଳିତ ବର୍ଷ ମେ ୨୦ ତାରିଖ ଭିତରେ ମାଓହିଂସାରେ ମୋଟ ୮୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ସେପଟେ ଜୁନ ମାସ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ହାର୍ଡକୋର ମାଓବାଦୀ ଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)