Advertisment

Mount Everest Tragedy: ଏଭରେଷ୍ଟ ଉପରେ ତ୍ରିରଙ୍ଗା ଉଡାଇଲେ ପର୍ବତାରୋହୀ, ତା’ପରେ ଚାଲିଗଲା ଜୀବନ

ଏଭରେଷ୍ଟ ଉପରେ ଚାଲିଗଲା ଜୀବନ । ୨ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଭାରତୀୟ । ଏଭରେଷ୍ଟ ଉପରେ ତ୍ରିରଙ୍ଗା ଉଡାଇଲା ପରେ ଆଖିବୁଜିଲେ ପର୍ବତାରୋହୀ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Climbers Died

Climbers Died

ବିଶ୍ୱର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଉପରେ ଚାଲିଗଲା ୨ ଜୀବନ । ମୃତକଙ୍କ ମଧ୍ୟରୁ ଜଣେ ଭାରତୀୟ ହୋଇଥିବାବେଳେ ଅନ୍ୟ ଜଣେ ଫିଲିପାଇନ୍ସ ନାଗରିକ ହୋଇଥିବା ଜଣାପଡ଼ିଛି ।  ୮ ହଜାର ୮୪୯ ମିଟର ଉଚ୍ଚତାକୁ ଚଢିସାରିବା ପରେ ଜୀବନ ଯାଇଛି । ଏମାନେ ହେଉଛନ୍ତି ଏଭରେଷ୍ଟ ଉପରେ ଜୀବନ ଯାଇଥିବା ପ୍ରଥମ ବ୍ୟକ୍ତି ।  ୪୫ ବର୍ଷୀୟ ପର୍ବତାରୋହୀ ସୁବ୍ରତ ଘୋଷ ସଫଳତାପୂର୍ବକ ୮, ୮୪୯ମିଟର ଉଚ୍ଚତାକୁ ଅତିକ୍ରମ କରି ଶିଖରରେ ପହଞ୍ଚି ସାରିଥିଲେ । ସେଠାରେ ତ୍ରିରଙ୍ଗା ଉଡାଇ ଫଠୋ ମଧ୍ୟ ଉତ୍ତୋଳନ କରିଥିଲେ । ହେଲେ ଅବତରଣ କରୁଥିବା ସମୟରେ ହିଲେରୀ ଷ୍ଟେପ୍ ନିକଟରେ ତାଙ୍କର ମୃତ୍ୟୁ ଘଟିଛି ।

Advertisment

ସେହିପରି ମୃତ୍ୟୁବରଣ କରିଥିବା ଫିଲିପାଇନ୍ସର ନାଗରିକ ଜଣକ ହେଉଛନ୍ତି ୪୫ ବର୍ଷୀୟ ପର୍ବତାରୋହୀ ଫିଲିପ୍ ସେଣ୍ଟିୟାଗୋ । ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ନେପାଳ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ସୂଚନା ଅନୁସାରେ, ପର୍ବତ ଆରୋହଣ କରୁଥିବାବେଳେ ଥକ୍କା ଅନୁଭବ କରିଥିଲେ ଫିଲିପ୍ । ତେଣୁ ନିକଟରେ ଥିବା ଏକ କ୍ୟାମ୍ପରେ ବିଶ୍ରାମ ନେଇଥିଲେ । ସେହି ସମୟରେ ତାଙ୍କର ଜୀବନ ଯାଇଛି । ଖବର ସୁଦ୍ଧା, ଉଭୟଙ୍କ ମୃତଦେହ ଏଭରେଷ୍ଟ ପାଦଦେଶକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । 

ହିଲେରୀ ଷ୍ଟେପକୁ ‘ଡେଥ୍ ଜୋନ’ ବୋଲି ମଧ୍ୟ କୁହାଯାଇଥାଏ । କାରଣ ଏହା ୮ ହଜାର ମିଟର ଉପରେ ଅବସ୍ଥିତ । ଜଣେ ମଣିଷ ଜୀବିତ ରହିବା ପାଇଁ ଯେତିକି ଅମ୍ଳଜାନ ଆବଶ୍ୟକ କରିଥାଏ ତାହା ଏଠାରେ ନଥାଏ  । ଯେଉଁଥିପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତି ସେଠାରେ ତିଷ୍ଠିବା କଷ୍ଟକର ହୋଇଥାଏ। 

Advertisment

ଅଧିକ ପଢନ୍ତୁ: ବିଶ୍ୱରେ ପ୍ରଥମ: ମାଉଣ୍ଟ ଏଭରେଷ୍ଟରେ ଅକ୍ସିଜେନ୍‌ ସିଲିଣ୍ଡର ପହଞ୍ଚାଇଲା ଡ୍ରୋନ୍‌; ଦେଖନ୍ତୁ ଭିଡିଓ...

Nepal India Mt. Everest
Advertisment
Related Articles
Advertisment