Earthquake
ଶକ୍ତିଶାଳୀ ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ଜଣାପଡ଼ିଛି । ଫଳରେ ଲୋକେ ଭୟଭୀତ ହୋଇଥିପଡ଼ିଥିଲେ । ଆଜି ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଏନସିଆର ସମେତ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ଭୂକମ୍ପ ଅନୁଭୂତ ହୋଇଛି ।
Advertisment
ଆଜି ସକାଳ ୯ଟା ୪ ସମୟରେ ଭୂକମ୍ପ ଅନଭୂତ ହୋଇଥିବା ଜଣାପଡ଼ିଛି । ଫଳରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଏହି ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ, ସେପରି କିଛି କ୍ଷୟକ୍ଷତି ଆକଳନ କରାଯାଇନାହିଁ । ଏନେଇ ସ୍ଥାନୀୟ ଲୋକେ ପ୍ରତିକ୍ରିୟା ରଖିଛନ୍ତି ଯେ, ଆମେ କିଛି ଭାବିବା ପୂର୍ବରୁ ହଠାତ୍ ସବୁ ଥରି ଉଠିଲା । ସେହିପରି କେତେଜଣ ରାସ୍ତାରେ ଥିବାବେଳେ ସେମାନଙ୍କ ଗାଡ଼ି ଦୋହଲିଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)