• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Lipsa Mohapatra

ଗାର୍ଲଫ୍ରେଣ୍ଡ୍ ସହ ମିଶି ଅଫିମ ଚାଲାଣ କରୁଥିଲେ କନଷ୍ଟେବଳ । ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କଲା ସ୍ପେଶାଲ ସେଲ୍ । କନଷ୍ଟେବଳ ଓ ତାଙ୍କ ବାନ୍ଧବୀଙ୍କ ସମେତ ଆଉ ଜଣେ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି । ଚଢାଉ ବେଳେ କାର୍‌ ଭିତରୁ ୧୮ ପ୍ୟାକେଟ୍ ଅଫିମ ଜବତ ହୋଇଛି । 

ସବୁଠୁ ବଡ଼ କଥା ହେଉଛି, ଅଭିଯୁକ୍ତ କନଷ୍ଟେବଳ ଗୋଧୁରାମ ଡ୍ୟୁଟିରୁ ଛୁଟି ନେଇଥିଲେ । ଆଉ ସେହି ସମୟରେ ଅଫିମ ଚାଲାଣ କରୁଥିଲେ । ଆର୍ମିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ । ସ୍ପେଶାଲ ସେଲ୍‌ର ସୂଚନା ଅନୁସାରେ, ଏହି ମାମଲାରେ ମଣିପୁର ଓ ରାଜସ୍ଥାନରୁ ଆଉ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରେ । ଏହି ଅଫିମ ମଣିପୁରରୁ ରାଜସ୍ଥାନକୁ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ଏହି କନଷ୍ଟେବଳ ଜଣକ ଗାର୍ଲଫ୍ରେଣ୍ଡ ସହ ମିଶି ଅଫିମ ଚାଲାଣ ରାକେଟ୍ ଚଳାଇଥିଲେ । ଆଉ ଟ୍ରିପ୍‌ ପିଛା ୩ ଲକ୍ଷ ଟଙ୍କା ନେଉଥିଲେ । ଏସବୁର ପର୍ଦ୍ଦାଫାସ କରିଛି ସ୍ପେଶାଲ ସେଲ୍ । 

ଅଧିକ ପଢନ୍ତୁ: ଅଫିମ ଚାଷର ହବ୍ ପାଲଟିଲାଣି ଶିମିଳିପାଳ, ବାଘ ଖୋଜିଲେ ଗଞ୍ଜେଇ ମିଳୁଛି

ଓଟିଭି ବିଜ୍ଞାପନ