Girls stripped
୧୦ ଜଣ ଛାତ୍ରୀଙ୍କ ପୋଷାକ କାଢିଦେଲେ ପ୍ରିନ୍ସିପାଲ ଓ ଆଟେଣ୍ଡାଣ୍ଟ । ଶୌଚାଳୟରେ ରକ୍ତ ପଡ଼ିଥିବାର ଦେଖି ଛାତ୍ରୀଙ୍କୁ ଏପରି ବ୍ୟବହାର କରିଥିଲେ । କାହାର ଋତୁସ୍ରାବ ହୋଇଛି ଚେକ୍ କରିବାକୁ ସେମାନେ ଏପରି କରିଥିବା ଜଣାପଡ଼ିଛି । ଯାହାକୁ ନେଇ ପୋକ୍ସୋ ଆକ୍ଟରେ ରୁଜୁ ହୋଇଛି ମାମଲା । ମହାରାଷ୍ଟ୍ର ଥାନେରେ ଏପରି ଲଜ୍ଜାଜନକ ଘଟଣା ଘଟିଛି । ଯାହାକୁ ଅଭିଭାବକମାନେ ପ୍ରବଳ ବିରୋଧ କରିଛନ୍ତି । ସମସ୍ତ ଛାତ୍ରୀ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡ଼ିଛି ।
ଥାନେ ଗ୍ରାମୀଣ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଭାବକଙ୍କ ଅଭିଯୋଗକ୍ରମେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବ । ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସ୍କୁଲ କର୍ମଚାରୀମାନେ ବାଥରୁମ୍ରେ ରକ୍ତ ପଡିଥିବାର ଦେଖିଥିଲେ । ଏକଥା ସେମାନେ ଶିକ୍ଷୟିତ୍ରୀ ଓ ପ୍ରିନ୍ସିପାଲଙ୍କୁ ଜଣାଇଥିଲେ । କିଏ ଏପରି କରିଛି ଜାଣିବାକୁ ସମସ୍ତ ଛାତ୍ରୀଙ୍କୁ କନଭେସନ ହଲ୍କୁ ଡକାଯାଇଥିଲା । ଆଉ ପ୍ରୋଜେକ୍ଟରରେ ସେମାନଙ୍କୁ ସେହି ରକ୍ତର ଭିଜୁଆଲ ଦେଖାଯାଇଥିଲା । ଏହାପରେ ଛାତ୍ରୀଙ୍କୁ ପଚରାଗଲା ଯେ କାହା କାହାର ମାସିକ ଧର୍ମ ହୋଇଛି? ଯେଉଁମାନେ ହାତ ଉପରକୁ କରିଥିଲେ ସେମାନଙ୍କୁ ଅଧିକ ପଚରାଉଚରା କରି କାଗଜପତ୍ରରେ ଲେଖାଲେଖି କଲେ । ଆଉ ଅନ୍ୟ ଛାତ୍ରୀଙ୍କୁ ବାଥରୁମ୍କୁ ନେଇ କର୍ମଚାରୀମାନେ ପୋଷାକ ଖୋଲି ଚେକ୍ କରିଥିଲେ ।
ଏହାପରେ ପିଲାମାନେ କାନ୍ଦି କାନ୍ଦି ଘରକୁ ଯାଇଥିଲେ । ବୁଧବାର ଏନେଇ ଆଇନର ଆଶ୍ରୟ ନେଲେ ଛାତ୍ରୀମାନଙ୍କ ଅଭିଭାବକ । ଶାରିରୀକ ଓ ମାନସିକ ଉତ୍ପୀଡନ ଅଭିଯୋଗରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଓ ଆଟେଣ୍ଡାଣ୍ଟମାନଙ୍କୁ ଗିରଫ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)