Advertisment

Maoist Search Operation: ପଶ୍ଚିମ ଓଡିଶା ମୁହାଁ ମାଓବାଦୀ; ଡ୍ରୋନ୍ ସହାୟତାରେ ଚାଲିଛି କମ୍ବିଂ ଅପରେସନ

ସମ୍ବଲପୁର ଓ ସୋନପୁର ସୀମାରେ ମାଓବାଦୀ ଘୂରି ବୁଲୁଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ଚାରମାଳ ଓ ନାକଟିଦେଉଳ ଥାନା ଅଞ୍ଚଳରେ ଚାଲିଛି ବଡ଼ ଧରଣର ଅପରେସନ୍ । ସାଗଜୁରୀ ଜଙ୍ଗଲରେ ମାଓବାଦୀଙ୍କୁ ଡ୍ରୋନ ସହାୟତାରେ ଖୋଜା ଚାଲିଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Search operation

Search operation

ଛତିଶଗଡ ଓ ଆନ୍ଧ୍ରରେ ଭୁଶୁଡୁଛି ଲାଲଗଡ । ଆଶ୍ରୟ ପାଇବା ପାଇଁ ଓଡିଶା ଆଡକୁ ଅଗ୍ରସର ହେଉଛନ୍ତି ମାଓବାଦୀ । ଓଡିଶାର ସୁନ୍ଦରଗଡ, ବରଗଡ, କଳାହାଣ୍ଡି ପରେ ଏବେ ପଶ୍ଚିମ ଓଡିଶାର ଅଗ୍ରଣୀ ଜିଲ୍ଲା ସମ୍ବଲପୁର ଜିଲ୍ଲାକୁ ମୁହାଁଉଛନ୍ତି । ଛତିଶଗଡ଼ରେ ମାଓଗଡ଼କୁ ସୁରକ୍ଷାକର୍ମୀ ମାଟିରେ ମିଶାଇବା ପରେ ସେହି ଦିଗରୁ ଛତ୍ରଭଙ୍ଗ ଦେଇ ମାଓବାଦୀ ଆତ୍ମଗୋପନ ପାଇଁ ସମ୍ବଲପୁର, ରେଢ଼ାଖୋଲ ବନଖଣ୍ଡ ଜଙ୍ଗଲ ଆଡକୁ ଆସୁଥିବା ସୂଚନା ମିଳିଛି। ସମ୍ବଲପୁରର ଆଭ୍ୟନ୍ତରୀଣ ଅଞ୍ଚଳକୁ ସୁରକ୍ଷିତ ସ୍ଥାନ ଭାବି ଚାଲି ଆସୁଛନ୍ତି । ଏଭଳି ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ସିଆରପିଏଫ ପକ୍ଷରୁ ସମ୍ବଲପୁର-ସୋନପୁର ସୀମାନ୍ତ ଚାରମାଳ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

Advertisment

ଘଞ୍ଚ ଜଙ୍ଗଲ ମଧ୍ୟରେ ଡ୍ରୋନ୍ ସହାୟତାରେ ମାଓବାଦୀଙ୍କୁ ଖୋଜୁଛନ୍ତି ସୁରକ୍ଷାକର୍ମୀ। ସମ୍ବଲପୁରର ଚାରମାଳ ଓ ନାକଟିଦେଉଳ ଥାନା ଅଞ୍ଚଳରେ ଚାଲିଛି ବଡ଼ ଧରଣର ଅପରେସନ୍। ଚାରମାଳ ଥାନା, ବଡ଼ମାଳ ଫାଣ୍ଡି ପଡିଆରେ ଏକ ସୁରକ୍ଷା ଟିମ୍ ପହଞ୍ଚି ସାଗଜୁରୀ ଜଙ୍ଗଲ ଉପରେ ଡ୍ରୋନ ଉଡ଼ାଇ ମାଓବାଦୀଙ୍କ ଅବସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଝଙଏ, ଉଜଚୠ ଯବାନ। ସେହିଭଳି ନାକଟିଦେଉଳ ଥାନା ଅଞ୍ଚଳରେ ଝଙଏ  ଟିମ୍, ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ତେବେ ଏ ସଂପର୍କରେ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ।

ଅଧିକ ପଢ଼ନ୍ତୁ: ମଇଁଷି ଚରାଉଥିଲେ, ବଜ୍ରାଘାତରେ ଚାଲିଗଲା ଅଜା-ନାତିଙ୍କ ଜୀବନ

ସୂଚନାଯୋଗ୍ୟ, ପଡୋଶୀ ଛତିଶଗଡରେ ମାଓବାଦୀମାନଙ୍କୁ ତ୍ରାହି ନାହିଁ । ମାଓମୁକ୍ତ କରିବା ଲକ୍ଷ୍ୟରେ ଜୋରଦାର ସର୍ଚ୍ଚ ଅଫରେସନକୁ ଏନକାଉଣ୍ଟର କରାଯାଉଛି । ସେମାନେ ଯବାନଙ୍କ ଅପରେସନରୁ ବର୍ତ୍ତିବାକୁ ଯାଇ ତେଲେଙ୍ଗାନା, ମହାରାଷ୍ଟ୍ର ଓ ଓଡିଶା ମୁହାଁ ହେଉଛନ୍ତି ମାଓବାଦୀ । ମାଓ ସଙ୍ଗଠନକୁ ସମ୍ପୂର୍ଣ୍ଣ ନିପାତ କରିବା ଲକ୍ଷ୍ୟରେ ଜୋରଦାର ଅପରେସନ କରାଯାଉଛି । ତେଣୁ ଏହି ମାଓବାଦୀମାନେ ଛତିଶଗଡରୁ ନୂଆପଡା ଜଙ୍ଗଲକୁ ପ୍ରବେଶ କରିବା ପରେ ବଲାଙ୍ଗିର ପାଟଣାଗଡ ଦେଇ ସୋନପୁର ଆସିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ୍ ସମ୍ବଲପୁର ଓ ସୋନପୁରରେ ସର୍ଚ୍ଚ ଅପରେସନକୁ ଗୁରୁତ୍ୱ ଦେଉଛି । ତେବେ ସମ୍ବଲପୁରକୁ ମାଓମୁକ୍ତ ଜିଲ୍ଲା ଭାବେ ସରକାର ଘୋଷଣା କରିବା ପରେ ପୁଣି ମାଓବାଦୀଙ୍କ ଗତିବିଧି ନଜରରେ ଆସିବା ଚିନ୍ନାଜନକ ପରିସ୍ଥିତି ସୃଷ୍ଟି କରିଛି ।

Advertisment

ଅଧିକ ପଢନ୍ତୁ: ଲାଲବାହିନୀକୁ ଆଉ ନିସ୍ତାର ନାହିଁ; ପୁଣି ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର...

Sambalpur Maoists Sonepur Combing Operation
Advertisment
Advertisment