/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749811012.jpg)
ସତ କହିବ ‘ବ୍ଲାକବକ୍ସ’
AIR INDIA-171ର ଖୋଜା ଚାଲିଛି ‘ବ୍ଲାକ୍ ବକ୍ସ’ । ଦୁର୍ଘଟଣା ପରବର୍ତ୍ତି ରେସ୍କ୍ୟୁ ଅପରେସନ୍ ସରିଛି । ଭଗ୍ନାବଶେଷ ଭିତରୁ ‘ବ୍ଲାକ୍ ବକ୍ସ’କୁ ଖୋଜୁଛି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିକେସନ୍ ବ୍ୟୁରୋ । ଏହି ବିମାନରେ ଦୁଇଟି ‘ବ୍ଲାକବକ୍ସ’ ଥିଲା। ଏଥିରେ ରେକର୍ଡ ହୋଇଛି ସବୁ ତଥ୍ୟ। ପାଇଲଟ୍, କ୍ରୁ ମେମ୍ବର କ’ଣ କଥା ହୋଇଥିଲେ, ପାଇଲଟ୍ କ’ଣ କହିବାକୁ ଚାହୁଁଥିଲେ, ଇଞ୍ଜିନରୁ ବାହାରିଥିବା ଶବ୍ଦ, ପବନର ବେଗ ବି ଏଥିରେ ରେକର୍ଡ ହୋଇଥିବ । ସେ ସବୁ ବ୍ଲାକବକ୍ସ ଖୋଲିଲେ ଜଣାପଡ଼ିବ ।
ସାଧାରଣତଃ ବ୍ଲାକବକ୍ସରେ କକପିଟ୍ ଭଏସ୍ ରେକର୍ଡର-CVR ଓ ଫ୍ଲାଇଟ୍ ଡାଟା ରେକର୍ଡ-FDR ଥାଏ । ବିମାନ ଉଡ଼ାଣ ପରଠୁ ପାଇଲଟଙ୍କ ଭିତରେ ହୋଇଥିବା କଥା ସହ ଇଞ୍ଜିନରୁ ବାହାରିଥିବା ଶବ୍ଦ ସବୁ ରେକର୍ଡ ରୁହେ । ଫଳରେ କ’ଣ ଅବସ୍ଥା ଥିଲା ବିମାନରେ ସେ ସବୁ ଜଣାପଡ଼େ । ସେପଟେ ଏକ ଡିଜିଟାଲ୍ ଭିଡିଓ ରେକର୍ଡର ମିଳିଥିବା ସୂଚନା ମିଳିଛି । କିନ୍ତୁ ଏହା ବିମାନର କିମ୍ବା ଅନ୍ୟ କେଉଁ ଅଂଶର ତାହା ସ୍ପଷ୍ଟ ହୋଇନି । ଏହାକୁ FSL ଯାଞ୍ଚ କରିବ ।
ଅଧିକ ପଢ଼ନ୍ତୁ: ଲକି ନମ୍ବର ହିଁ ପାଲଟି ଗଲା ବିଜୟ ରୂପାନୀଙ୍କ ପାଇଁ ସବୁଠୁ ଅନଲକି, ଜାଣନ୍ତୁ କେମିତି...
ସୂଚନା ଅନୁସାରେ, ଗୁରୁବାର ସମୟ ଅପରାହ୍ନ ଗୋଟାଏ ୩୯ ମିନିଟ୍ । ଅହମ୍ମଦାବାଦ ଏୟାରପୋର୍ଟର ୨୩ ନମ୍ବର ରନୱେରୁ ଲଣ୍ଡନର ଗେଟୱିକ୍ ଏୟାରପୋର୍ଟକୁ ଉଡ଼ାଣ ଭରିଥିଲା ଏୟାର ଇଣ୍ଡିଆ ବିମାନ । ଏହି ବିମାନରେ ଥିଲେ ୧୨ କ୍ରିଉ ମେମ୍ବର ଓ ୨୩୦ ଜଣ ଯାତ୍ରୀ । ହେଲେ ରନୱେରୁ ଟେକଅଫ୍ କରୁ କରୁ ଆଖି ସାମ୍ନାରେ ହଠାତ୍ ତଳକୁ ଖସି ଆସି ସିଧା ବିଜେ ମେଡ଼ିକାଲ୍ କଲେଜର ଏହି ହଷ୍ଟେଲ୍ ବିଲଡିଂରେ ପିଟି ହୋଇ ଯାଇଥିଲା ଫ୍ଲାଇଟଟି । କେହି କିଛି ବୁଝିବା ଆଗରୁ ଧୂଳିସାତ ହୋଇଯାଇଥିଲା ସବୁକିଛି । ଦୃଶ୍ୟ ଦେଖିଲେ ଲାଗୁଥିଲା, କୌଣସି ଏକ ଯୁଦ୍ଧତ୍ରସ୍ତ ଦେଶରେ ମିଜାଇଲ୍ ମାଡ଼ରେ ଧ୍ବଂସବିଧ୍ବସ୍ତ କୋଠା । ଆଉ ଏଣେ ହୁତୁହୁତ ହୋଇ ଜଳି ଉଠୁଛି ବିମାନର ଭଗ୍ନାବଶେଷ । ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ୨୬୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)