Advertisment

Air India Plane Crash: ରମେଶ ବଖାଣିଲେ ଛାତିଥରା କାହାଣୀ; ସବୁ ଜଳୁଥିଲେ, ମୁଁ ବାହାରି ଆସିଲି

ରମେଶ ଆହୁରି କହିଛନ୍ତି, ମୁଁ ବସିଥିବା ସିଟ୍‌ 11 A  ନିକଟରେ ମାଡ଼ ହୋଇଥିଲା । ମୋ ପାଖରେ  EXIT ଗେଟ୍ ଥିଲା। ସୌଭାଗ୍ୟବଶତଃ ଡୋର୍ ଭାଙ୍ଗିଯାଇଥିଲା। ମୋର ସିଟ୍ ବେଲଟ୍ ବି ଖୋଲି ଯାଇଥିଲା। ମୁଁ ବାହାରକୁ ପଳାଇ ଆସିଥିଲି।। ମୁଁ ବିଶ୍ବାସ  କରିପାରୁନି କେମିତି ବଞ୍ଚିଲି ?

author-image
Tapaswini Nayak
ଅଦ୍ୟତନ ହୋଇଛି
Ramesh vishwas

Ramesh vishwas

ଅହମ୍ମଦାବାଦ ପ୍ଲେନ୍ କ୍ରାସ୍ ଘଟଣାର ଭୟଙ୍କର ଓ ଛାତିଥରା କାହାଣୀ ବଖାଣିଛନ୍ତି ଏକମାତ୍ର ଜୀବିତ ରମେଶ ବିଶ୍ବାସ କୁମାର। ତାଙ୍କ ସମ୍ମୁଖରେ କିପରି ଗୋଟି ଗୋଟି କରି ସବୁ ଜଳିଗଲେ। 11 A ସିଟରେ ବସିଥିବା ରମେଶଙ୍କ ପାଖରେ ହିଁ ଥିଲା EXIT ଗେଟ୍‌।  ସୌଭାଗ୍ୟବଶତଃ ସିଟ୍ ବେଲଟ୍ ବି ଖୋଲି ଯିବାରୁ ବାହାରି ଆସିଲି ବୋଲି କହିଛନ୍ତି ବିଶ୍ବାସ।

Advertisment

ଅଧିକ ପଢ଼ନ୍ତୁ: ବିମାନରେ ଥିଲେ କେତେ ଭାରତୀୟ, ସୂଚନା ଦେଲା ଏୟାର ଇଣ୍ଡିଆ

ରମେଶ କହିଛନ୍ତି, ଭାଇଙ୍କ ସହ ବିମାନରେ ଯାତ୍ରା କରୁଥିଲି। ରନୱେରେ ବିମାନଟି ଗତି ବଢ଼ାଇବା ମାତ୍ରେ କିଛି ଅଜବ ଅନୁଭବ ହେଲା। ହଠାତ୍ 5ରୁ10 ସେକେଣ୍ଡ ପାଇଁ କିଛି ବୁଝିହେଲାନି । ହଠାତ୍ ସବୁଜ ଏବଂ ଧଳା ଲାଇଟ୍ ଜଳିଲା। ତା’ପରେ ବିମାନ ଭିତରେ ହୋହ୍ଲଲା ହୋଇଥିଲା। ଯେପରି ଲାଗୁଥିଲା ବିମାନକୁ ପାଇଲଟ ଟେକ୍ ଅଫ୍ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି। ତା’ପରେ ବିମାନଟି ହସପିଟାଲ ବଲ୍ଡିଂରେ ମାଡ଼ ହୋଇଥିଲା।

ରମେଶ ଆହୁରି କହିଛନ୍ତି, ମୁଁ ବସିଥିବା ସିଟ୍‌ 11 A  ନିକଟରେ ମାଡ଼ ହୋଇଥିଲା । ମୋ ପାଖରେ  EXIT ଗେଟ୍ ଥିଲା। ସୌଭାଗ୍ୟବଶତଃ ଡୋର୍ ଭାଙ୍ଗିଯାଇଥିଲା। ମୋର ସିଟ୍ ବେଲଟ୍ ବି ଖୋଲି ଯାଇଥିଲା। ମୁଁ ବାହାରକୁ ପଳାଇ ଆସିଥିଲି।। ମୁଁ ବିଶ୍ବାସ  କରିପାରୁନି କେମିତି ବଞ୍ଚିଲି ?  କିଛି ସମୟ ପାଇଁ ଭାବିଥିଲି ମରିଯାଇଛି, ହେଲେ ଆଖି ଖୋଲିଲା ବେଳକୁ ଜାଣିଲି ବଞ୍ଚିଛି ।'

Advertisment

ରମେଶ କହିଛନ୍ତି, ମୁଁ ଲଣ୍ଡନରେ ରୁହେ। କିଛି ଦିନ ପାଇଁ ମୁଁ ଭାରତ ଆସିଥିଲି। ପୁଣି ଲଣ୍ଡନ ଯାଉଥିଲି। ମୋ ସ୍ତ୍ରୀ ଓ ଛୁଆ ଲଣ୍ଡନରେ ଅଛନ୍ତି।

ସୂଚନାଯୋଗ୍ୟ, ଅହମ୍ମଦାବାଦ ଛାତିଥରା ବିମାନ ଦୁର୍ଘଟଣାରେ କେବଳ ଜଣଙ୍କୁ ଛାଡି ଅନ୍ୟ ସମସ୍ତଙ୍କର ମୃତ୍ୟୁ ଘଟିଛି। ବିମାନରେ ଥିବା କ୍ର୍ୟୁ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଏୟାର ଇଣ୍ଡିଆ । ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଥିବା ରମେଶ ବିଶ୍ବାସ କୁମାରଙ୍କ ହସପିଟାଲରେ ଚିକିତ୍ସା ଜାରି ରହିଛି। ଭୟଙ୍କର ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେପଟେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା, ତାର ତଦନ୍ତ ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ଠକିଦେଲା ସାନ ଭଉଣୀ; ଲଣ୍ଡନ ଯିବ ବୋଲି କହି ଆଉ ଫେରିଲାନି

PM Modi Air India Express Plane Plane Crash
Advertisment
Advertisment